ନୟାଗଡ଼, (ନୟାଗଡ଼ ଦର୍ପଣ): ରୋଟାରୀ କ୍ଲବ୍, ନୟାଗଡ଼ ପକ୍ଷରୁ ବନ୍ଧୁତ୍ୱ ଦିବସ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି। କ୍ଲବ୍ ସଭାପତି ରୋଟାରିଆନ ବାସୁଦେବ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କ୍ଲବ୍ର ସଦସ୍ୟମାନେ ଯୋଗଦେଇ ପରସ୍ପରକୁ ଫ୍ରେଣ୍ଡସିପ୍ ବ୍ୟାଣ୍ଡ ବାନ୍ଧି ବନ୍ଧୁତ୍ୱର ବାର୍ତ୍ତା ଦେଇଥିଲେ। ଏହି ଅବସରରେ ସମସ୍ତେ ଏକାଠି ଛେନାପୋଡ଼ କାଟି ବନ୍ଧୁତ୍ୱ ଦିବସ ପାଳନ କରିଥିଲେ। ସଦସ୍ୟମାନେ ସମାଜରେ ସୌହାର୍ଦ୍ଦ, ପାରସ୍ପରିକ ସହଯୋଗ ଓ ମାନବିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ପାଇଁ ଏଭଳି କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ମତ ପ୍ରକାଶ କରିଥିଲେ। ବନ୍ଧୁତ୍ୱର ବନ୍ଧନକୁ ଆହୁରି ନିବିଡ଼ କରିବା ସହ ସମସ୍ତଙ୍କ ମଧ୍ୟରେ ସମ୍ପ୍ରୀତିର ବାର୍ତ୍ତା ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
Read MoreBlog
ନୟାଗଡ଼ ଜିଲ୍ଲାର ସ୍ମରଣୀୟ ପୁସ୍ତକ ସାରସ୍ବତ ମହକ ଲୋକାର୍ପିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହରର କେ. ସି କ୍ଲବ୍ ଠାରେ ଜିଲ୍ଲାର ସାରସ୍ବତ ପ୍ରତିଭା ମାନଙ୍କୁ ନେଇ “ନୟାଗଡ଼ ଜିଲ୍ଲାର ସାରସ୍ବତ ମହକ” ପୁସ୍ତକ ଲୋକାର୍ପଣ ହୋଇଯାଇଅଛି । ଉକ୍ତ ଉତ୍ସବରେ ପ୍ରମୋଦ ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ନୟାଗଡ଼ର ମାନ୍ଯବର ବିଧାୟକ ତଥା ସାହିତ୍ୟିକ ଡ. ଅରୁଣ କୁମାର ସାହୁ ଉପସ୍ଥିତ ରହି ଉକ୍ତ ପୁସ୍ତକଟି ପରବର୍ତ୍ତୀ ପିଢି ପାଇଁ ମାର୍ଗଦର୍ଶିକା ପୁସ୍ତକ ଭାବରେ ସହାୟକ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବରେ ଓଡିଶାର ଯଶସ୍ବୀ ସାହିତ୍ୟିକ ଦାଶ ବେନହୁର ଯୋଗଦାନ କରି ନୟାଗଡ଼ର ଐତିହ୍ୟ ଓ ଦିବଂଗତ ସାହିତ୍ୟିକ ମାନଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ। ନାଟ୍ଯ ଭୂଷଣ ଡ. ବିଜୟ କୁମାର ଚୌଧୁରୀ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଓଡିଆ…
Read Moreମହାବିଦ୍ୟାଳୟରେ ଇନୋଭେସନ ଷ୍ଟାର୍ଟଅପ କାର୍ଯ୍ୟକ୍ରମ ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଭାରତ ସରକାରଙ୍କ ଯୋଜନାର ସଫଳ ରୂପାୟନ ନିମନ୍ତେ ଇନୋଭେସନ ଷ୍ଟାର୍ଟଅପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଅନେକ ଗୁଡିକ ପ୍ରସ୍ତାବପତ୍ର ଛାତ୍ରଛାତ୍ରୀମାନେ ଉପସ୍ଥାପନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରକାଶ କୁମାର ରାଉତ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରତିଯୋଗିତା କରିଥିବା ଛାତ୍ରଛାତ୍ରୀଙ୍କ ପ୍ରୋଜେକ୍ଟକୁ ନୟାଗଡ଼ ମଡେଲ ଡ଼ିଗ୍ରୀ କଲେଜର ସହ ପ୍ରାଧ୍ୟାପକ ଡ଼ଃ ସନ୍ତୋଷ କୁମାର ବେହେରା, ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଡ଼ଃ ଶିଶିର ବାରିକ, ଅଶୋକ କୁମାର ସାହୁ ଓ ଦୀପାନୀତା କର ବିଚାର କରି କୃତି ପ୍ରତିଯୋଗୀ ଚୟନ କରିଥିଲେ। ପିପିଟି ମାଧ୍ୟମରେ ଇନୋଭେସନ ଓ ଷ୍ଟାର୍ଟଅପର ବିଭିନ୍ନ ଦିଗ ଉପରେ ଡ଼ଃ ସନ୍ତୋଷ କୁମାର ବେହେରା ଛାତ୍ରଛାତ୍ରୀଙ୍କୁ…
Read Moreପାଣିପୋଇଲା ସରସ୍ବତୀ ଶିଶୁମନ୍ଦିରରେ ଜ୍ଞାନବିଜ୍ଞାନ ମେଳା ଓ ବେଶଭୁଷା ପ୍ରତିଯୋଗିତା ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ବାଲୁଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଣିପୋଇଲା ସରସ୍ବତୀ ଶିଶୁମନ୍ଦିର ପରିସରରେ ଶିଶୁମନ୍ଦିରର ସମ୍ପାଦକ ମନୋରଞ୍ଜନ ପଣ୍ଡାଙ୍କ ତତ୍ୱାବଧାନରେ ଜ୍ଞାନବିଜ୍ଞାନ ମେଳା ଓ ବେଶଭୂଷା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି। ବିଜ୍ଞାନ ମେଳାରେ ୪୧ ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ଏହି ବିଜ୍ଞାନମେଳାରେ ବିଚାରକ ଭାବେ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ କ୍ରିଦାଶପୁରର ବିଜ୍ଞାନ ଶିକ୍ଷକ ଲକ୍ଷ୍ମୀଧର ମହାପାତ୍ର ଓ ପ୍ରସନ୍ନ କୁମାର କୁଣ୍ଡ ଯୋଗଦେଇ ପ୍ରକଳ୍ପ ଗୁଡିକୁ ମୂଲ୍ୟାଙ୍କନ କରିଥିଲେ ଏବଂ କୁନିକୁନି ବୈଜ୍ଞାନିକମାନେ ଭବିଷ୍ୟତରେ ବୈଜ୍ଞାନିକ ହୋଇ ଦେଶ ଓ ଜାତିର ଗୌରବ ବୃଦ୍ଧି କରିବା ପାଇଁ ପ୍ରେରଣା ଦେଇଥିଲେ। ବେଶଭୂଷା ପ୍ରତିଯୋଗିତାରେ ନିର୍ଣ୍ଣାୟକ ଭାବେ ବୀଣାପାଣି ଶିଶୁମନ୍ଦିର, ବଡ଼କୁଟୁଣୀର ସମ୍ପାଦକ ସୁଶାନ୍ତ କୁମାର ନାୟକ ଏବଂ ରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ଗୋତିସାହିର ସମ୍ପାଦକ ପ୍ରଦୋଷ କୁମାର ମହାନ୍ତି ଯୋଗଦେଇ ମୂଲ୍ୟାଙ୍କନ କରିବା…
Read Moreସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ-ବିଜ୍ଞାନ ମେଳା: ୬୩ ବିଜ୍ଞାନ ପ୍ରକଳ୍ପରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା
ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ନୟାଗଡ଼ରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ-ବିଜ୍ଞାନ ମେଳା–୨୦୨୬ ଉତ୍ସାହ ଓ ଆନନ୍ଦର ସହ ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ଛାତ୍ରଛାତ୍ରୀମାନଙ୍କ ବୈଜ୍ଞାନିକ ଚିନ୍ତାଧାରା, ସୃଜନଶୀଳତା ଓ ନୂତନ ଉଦ୍ଭାବନୀ ଶକ୍ତିର ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରମୁଖ ହରେକୃଷ୍ଣ ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ପ୍ରସନ୍ନ କୁମାର ଦାଶ ଦୀପ ପ୍ରଜ୍ୱଳନ କରି ମେଳାର ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ସଞ୍ଜୟ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ। ସହଜିଲ୍ଲା ପ୍ରମୁଖ କେଶବ ଚନ୍ଦ୍ର ରାଉତରାୟ ଆଧୁନିକ ସମାଜରେ ବିଜ୍ଞାନର ଗୁରୁତ୍ୱ ଓ ଉପଯୋଗିତା ସମ୍ପର୍କରେ ଶିଶୁମାନଙ୍କୁ ପ୍ରେରଣାଦାୟକ ବକ୍ତବ୍ୟ ଦେଇଥିଲେ। ଶେଷରେ ଜିଲ୍ଲା ପ୍ରମୁଖ ଧନ୍ୟବାଦ ଅର୍ପଣ କରିଥିଲେ। ମେଳାରେ ମୋଟ ୬୩ଟି ବିଜ୍ଞାନ…
Read Moreଦ୍ୱିତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ : ଲୋକାର୍ପିତ ହେଲା ‘ନରସିଂହପୁର କ୍ଲଷ୍ଟର ବୁଲେଟିନ’ କୁନି ରିପୋର୍ଟର ଚାନେଲ
ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟରରେ ଦ୍ୱିତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କ୍ଲଷ୍ଟରର ବିଭିନ୍ନ ଶିକ୍ଷାଗତ କାର୍ଯ୍ୟକ୍ରମ ଓ ସଫଳତାକୁ ଶବ୍ଦ ଓ ଚିତ୍ର ମାଧ୍ୟମରେ ଲିପିବଦ୍ଧ କରିବା ଉଦ୍ଦେଶ୍ୟରେ ‘ନରସିଂହପୁର କ୍ଲଷ୍ଟର ବୁଲେଟିନ’ କୁନି ରିପୋର୍ଟର ଚାନେଲର ଶୁଭ ଲୋକାର୍ପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀ ମୁଖ୍ୟ ଅତିଥି, ଶିକ୍ଷାବିତ୍ ଅଶୋକ କୁମାର ଦାଶ ମୁଖ୍ୟ ବକ୍ତା, ବରିଷ୍ଠ ସାମ୍ବାଦିକ ବିଶ୍ୱରଞ୍ଜନ ଆଚାର୍ଯ୍ୟ ବିଶିଷ୍ଟ ଅତିଥି, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ମାଧବ ଚନ୍ଦ୍ର ମାଝୀ ଓ ଲକ୍ଷ୍ମୀ ଦେଇ ସ୍ୱତନ୍ତ୍ର ଅତିଥି, ନରସିଂହପୁର ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ବେହେରା ଏବଂ କ୍ଲଷ୍ଟର ସି.ଆର.ଜି.…
Read Moreମାଙ୍କପଲ୍ଲୀରେ ରୋଟାରୀ କ୍ଲବ ପକ୍ଷରୁ ଚାରା ବଣ୍ଟନ କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନିକଟସ୍ଥ ମାଙ୍କପଲ୍ଲୀ ଗ୍ରାମରେ ରୋଟାରୀ କ୍ଲବ ପକ୍ଷରୁ ଏକ ଚାରା ବଣ୍ଟନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ରୋଟାରୀ କ୍ଲବର ସଭାପତି ବାସୁଦେବ ସାହୁ ଏବଂ ସମ୍ପାଦକ ଦିଲ୍ଲୀପ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଗ୍ରାମବାସୀ ଏବଂ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ପ୍ରାୟ ୨୦୦ରୁ ଅଧିକ ଅଁଳା, ଅମୃତଭଣ୍ଡା, ପିଜୁଳି, ଡାଳିମ୍ବ ଓ ସଜନା ଚାରା ବଣ୍ଟନ କରାଯାଇଥିଲା। ପରିବେଶ ସୁରକ୍ଷା ଏବଂ ବୃକ୍ଷରୋପଣ ପ୍ରତି ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ରୋଟାରିଆନ ପ୍ରଶନ୍ନ ବସନ୍ତିଆ, ପ୍ରକାଶ ପଟ୍ଟନାୟକ, ମିହିର ନାୟକ, ଜି ରଶ୍ମିରାଜ, ମଦନ ମୋହନ ମହାପାତ୍ର, ଶ୍ରୀଧର ସାହୁ, ପ୍ରବୀର ପୃଷ୍ଟି, ଅବିନାଶ ସାହୁ, ଦେବାଶିଷ ପଟ୍ଟନାୟକ, ଭାଗିରଥି ସାହୁ…
Read Moreନୟାଗଡ଼ରେ ପିସିସି ମିଡିଆ ବିଭାଗ ଅଧ୍ୟକ୍ଷଙ୍କ ସାଙ୍ଗଠନିକ ବୈଠକ, ଅକ୍ଟୋବର ସୁଦ୍ଧା କମିଟି ଗଠନ ଉପରେ ଗୁରୁତ୍ୱ
ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ମିଡିଆ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ ଶୁକ୍ରବାର ନୟାଗଡ଼ ଗସ୍ତରେ ଆସି ଦଳର ସାଙ୍ଗଠନିକ ସ୍ଥିତି ଏବଂ ଆଗାମୀ କାର୍ଯ୍ୟକ୍ରମକୁ ନେଇ ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି। ନୟାଗଡ଼ ପୂର୍ତ୍ତ ବଙ୍ଗଳାରେ ଆୟୋଜିତ ବୈଠକରେ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି (ଡିସିସି) ସଭାପତି ରଣଜିତ ଦାଶ, ବରିଷ୍ଠ ନେତୃବୃନ୍ଦ, ବିଏଲଏ-୧ ଓ ବିଏଲଏ-୨ ସଦସ୍ୟମାନେ ଯୋଗଦେଇଥିଲେ। ଏସଆଇଆର ପ୍ରକ୍ରିୟାରେ ବିଏଲଏ-୨ଙ୍କ ସକ୍ରିୟ ଭୂମିକା ଏବଂ ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ଆଗାମୀ ଅକ୍ଟୋବର ମାସ ସୁଦ୍ଧା ପଞ୍ଚାୟତ କମିଟି ସମେତ ଦଳର ସମସ୍ତ ସାଙ୍ଗଠନିକ କମିଟି ଗଠନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସେହିପରି ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଛାତ୍ରଛାତ୍ରୀଙ୍କୁ ନେଇ ତ୍ରିରଙ୍ଗା ଶୋଭାଯାତ୍ରା, ଗଣଶିକ୍ଷା ମନ୍ତ୍ରୀ…
Read Moreଅବସର ଗ୍ରହଣ କଲେ ପ୍ରଧାନଶିକ୍ଷକ
ନୟାଗଡ଼, (ନୟାଗଡ଼ ଦର୍ପଣ): ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟର ପୂର୍ବତନ ଏନ୍.ସି.ସି ଶିକ୍ଷକ ଅଜୟ କୁମାର୍ ମିଶ୍ର ନିକଟରେ ପ୍ରଧାନଶିକ୍ଷକ ଭାବରେ ପଦୋନ୍ନତି ପାଇ ଗତ ଜୁନ୍ ଚାରି ତାରିଖରେ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଯୋଗଦେଇ ଆଜି ସରକାରୀ ଚାକିରିରୁ ଅବସର ନେଲେ। ଶ୍ରୀଯୁକ୍ତ ମିଶ୍ର ଜଣେ ବିଜ୍ଞାନ ଶିକ୍ଷକ ଭାବରେ ଶିକ୍ଷକତା ଜୀବନ ଆରମ୍ଭ କରିଥିବା ବେଳେ ପରେ ନିଜକୁ ଜଣେ ଏନ୍. ସି. ସି ଅଧିକାରୀ ଭାବରେ ନିଜକୁ ପ୍ରତିଷ୍ଠା କରିପାରିଥିଲେ। ତାଙ୍କର ଅବସରକାଳୀନ ସଭାରେ ବରିଷ୍ଠ ଶିକ୍ଷୟିତ୍ରୀ ଝୁମୁରୀ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ ଶିକ୍ଷକ ଶେଖ୍ ଅବଦୁଲ୍ ଖାଲିକ୍ ସଂଯୋଜନା କରିଥିଲେ। ଆଜିର ସଭାରେ ନୟାଗଡ଼ ବ୍ଲକର ପୂର୍ବତନ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ, ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମାକାନ୍ତ ସେଠୀ, ବିଦ୍ୟାଳୟର ପଞ୍ଚସଖା ଶିକ୍ଷା ସେତୁ…
Read Moreଅବସର ନେଲେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ଲୋକପ୍ରିୟ କିରାଣୀ ‘ଦେ ବାବୁ’
ନୟାଗଡ଼ ସାମ୍ବାଦିକ ଭବନରେ ସମ୍ବର୍ଦ୍ଧନା ନୟାଗଡ଼,(ନୟାଗଡ଼ ଦର୍ପଣ) : ନୟାଗଡ଼ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀ ସିଦ୍ଧାର୍ଥ ଦେ ଆଜି ଅବସର ଗ୍ରହଣ କରିଛନ୍ତି । ଦୀର୍ଘ ୩୨ବର୍ଷ ଧରି ନିଷ୍ଠାପର ଭାବେ ନୟାଗଡ଼ ଜିଲ୍ଲାରେ ସେ କାର୍ଯ୍ୟକରୀ ସୁନାମ ଅର୍ଜ୍ଜନ କରିଛନ୍ତି। ଆଜି ସନ୍ଧ୍ୟାରେ ନୟାଗଡ଼ ସାମ୍ବାଦିକ ଭବନରେ ସଭାପତି ବୈଦ୍ୟ ଭୂଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାକୁ ସମ୍ପାଦକ ଅନୀଲ କୁମାର ପଣ୍ଡା ସଂଯୋଜନା କରିଥିଲେ। ସାମ୍ବାଦିକମାନେ କିରାଣୀ ସିଦ୍ଧାର୍ଥ ଦେଙ୍କୁ ନେଇ ନିଜ ନିଜର ଅନୁଭୂତି ବଖାଣିଥିଲେ। ନୟାଗଡ଼ ଜିଲ୍ଲାର ସାମ୍ୱାଦିକଙ୍କ ପାଇଁ ସେ କରିଥିବା ସାହାଯ୍ୟ ଓ ସହଯୋଗ ସମସ୍ତଙ୍କର ମନେ ରହିବ ବୋଲି କହିଥିଲେ। ଶ୍ରୀଯୁକ୍ତ ଦେ, ନୟାଗଡ଼ରେ ଦୀର୍ଘ ୩୨ ବର୍ଷ କାଳ ସୁଚାରୁ ରୂପେ…
Read More