ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଭାରତ ସରକାରଙ୍କ ଯୋଜନାର ସଫଳ ରୂପାୟନ ନିମନ୍ତେ ଇନୋଭେସନ ଷ୍ଟାର୍ଟଅପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଅନେକ ଗୁଡିକ ପ୍ରସ୍ତାବପତ୍ର ଛାତ୍ରଛାତ୍ରୀମାନେ ଉପସ୍ଥାପନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରକାଶ କୁମାର ରାଉତ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରତିଯୋଗିତା କରିଥିବା ଛାତ୍ରଛାତ୍ରୀଙ୍କ ପ୍ରୋଜେକ୍ଟକୁ ନୟାଗଡ଼ ମଡେଲ ଡ଼ିଗ୍ରୀ କଲେଜର ସହ ପ୍ରାଧ୍ୟାପକ ଡ଼ଃ ସନ୍ତୋଷ କୁମାର ବେହେରା, ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଡ଼ଃ ଶିଶିର ବାରିକ, ଅଶୋକ କୁମାର ସାହୁ ଓ ଦୀପାନୀତା କର ବିଚାର କରି କୃତି ପ୍ରତିଯୋଗୀ ଚୟନ କରିଥିଲେ। ପିପିଟି ମାଧ୍ୟମରେ ଇନୋଭେସନ ଓ ଷ୍ଟାର୍ଟଅପର ବିଭିନ୍ନ ଦିଗ ଉପରେ ଡ଼ଃ ସନ୍ତୋଷ କୁମାର ବେହେରା ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ଅଧ୍ୟାପକ ଦିଲୀପ କୁମାର କହଁର ସଭାରେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ପରି ଶେଷରେ ଅଧ୍ୟାପକ ଲଷ୍ମୀକାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ମହାବିଦ୍ୟାଳୟରେ ଇନୋଭେସନ ଷ୍ଟାର୍ଟଅପ କାର୍ଯ୍ୟକ୍ରମ ଅନୁଷ୍ଠିତ
