ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ବାଲୁଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଣିପୋଇଲା ସରସ୍ବତୀ ଶିଶୁମନ୍ଦିର ପରିସରରେ ଶିଶୁମନ୍ଦିରର ସମ୍ପାଦକ ମନୋରଞ୍ଜନ ପଣ୍ଡାଙ୍କ ତତ୍ୱାବଧାନରେ ଜ୍ଞାନବିଜ୍ଞାନ ମେଳା ଓ ବେଶଭୂଷା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି। ବିଜ୍ଞାନ ମେଳାରେ ୪୧ ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ଏହି ବିଜ୍ଞାନମେଳାରେ ବିଚାରକ ଭାବେ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ କ୍ରିଦାଶପୁରର ବିଜ୍ଞାନ ଶିକ୍ଷକ ଲକ୍ଷ୍ମୀଧର ମହାପାତ୍ର ଓ ପ୍ରସନ୍ନ କୁମାର କୁଣ୍ଡ ଯୋଗଦେଇ ପ୍ରକଳ୍ପ ଗୁଡିକୁ ମୂଲ୍ୟାଙ୍କନ କରିଥିଲେ ଏବଂ କୁନିକୁନି ବୈଜ୍ଞାନିକମାନେ ଭବିଷ୍ୟତରେ ବୈଜ୍ଞାନିକ ହୋଇ ଦେଶ ଓ ଜାତିର ଗୌରବ ବୃଦ୍ଧି କରିବା ପାଇଁ ପ୍ରେରଣା ଦେଇଥିଲେ। ବେଶଭୂଷା ପ୍ରତିଯୋଗିତାରେ ନିର୍ଣ୍ଣାୟକ ଭାବେ ବୀଣାପାଣି ଶିଶୁମନ୍ଦିର, ବଡ଼କୁଟୁଣୀର ସମ୍ପାଦକ ସୁଶାନ୍ତ କୁମାର ନାୟକ ଏବଂ ରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ଗୋତିସାହିର ସମ୍ପାଦକ ପ୍ରଦୋଷ କୁମାର ମହାନ୍ତି ଯୋଗଦେଇ ମୂଲ୍ୟାଙ୍କନ କରିବା ସହିତ ଅଭିଭାବକମାନଙ୍କର ସହଯୋଗ ଯୋଗୁଁ ସାଧୁବାଦ ଜଣାଇଥିଲେ। ଗୁରୁଜୀ, ଗୁରୁମା ମାନଙ୍କର ସକ୍ରିୟ ସହଯୋଗ ଓ ଅଭିଭାବକମାନଙ୍କର ସଦିଚ୍ଛା ଫଳରେ କାର୍ଯ୍ୟକ୍ରମ ସଫଳତା ଲାଭ କରିଥିବାରୁ ସମ୍ପାଦକ ଧନ୍ୟବାଦ ଜଣାଇଛନ୍ତି।

