ମାଙ୍କପଲ୍ଲୀରେ ରୋଟାରୀ କ୍ଲବ ପକ୍ଷରୁ ଚାରା ବଣ୍ଟନ କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନିକଟସ୍ଥ ମାଙ୍କପଲ୍ଲୀ ଗ୍ରାମରେ ରୋଟାରୀ କ୍ଲବ ପକ୍ଷରୁ ଏକ ଚାରା ବଣ୍ଟନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ରୋଟାରୀ କ୍ଲବର ସଭାପତି ବାସୁଦେବ ସାହୁ ଏବଂ ସମ୍ପାଦକ ଦିଲ୍ଲୀପ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି ଅବସରରେ ଗ୍ରାମବାସୀ ଏବଂ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ପ୍ରାୟ ୨୦୦ରୁ ଅଧିକ ଅଁଳା, ଅମୃତଭଣ୍ଡା, ପିଜୁଳି, ଡାଳିମ୍ବ ଓ ସଜନା ଚାରା ବଣ୍ଟନ କରାଯାଇଥିଲା। ପରିବେଶ ସୁରକ୍ଷା ଏବଂ ବୃକ୍ଷରୋପଣ ପ୍ରତି ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ରୋଟାରିଆନ ପ୍ରଶନ୍ନ ବସନ୍ତିଆ, ପ୍ରକାଶ ପଟ୍ଟନାୟକ, ମିହିର ନାୟକ, ଜି ରଶ୍ମିରାଜ, ମଦନ ମୋହନ ମହାପାତ୍ର, ଶ୍ରୀଧର ସାହୁ, ପ୍ରବୀର ପୃଷ୍ଟି, ଅବିନାଶ ସାହୁ, ଦେବାଶିଷ ପଟ୍ଟନାୟକ, ଭାଗିରଥି ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ।

ମାଙ୍କପଲ୍ଲୀ ଗ୍ରାମର ସଭାପତି, ସମ୍ପାଦକ ଏବଂ ସାମାଜିକ କର୍ମୀମାନଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। ଉପସ୍ଥିତ ଗ୍ରାମବାସୀମାନେ ରୋଟାରୀ କ୍ଲବର ଏହି ପରିବେଶ ସୁରକ୍ଷାମୂଳକ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ। ରୋଟାରିଆନ ଧିରେନ୍ଦ୍ର ପଟ୍ଟନାୟକ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ।

Related posts