Blog

ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଶତାବ୍ଦୀ ଉଦ୍‌ଘାଟନୀ ଉତ୍ସବ ସହ ନଗର ପରିକ୍ରମା

ନୟାଗଡ଼, (ନୟାଗଡ଼ ଦର୍ପଣ): ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସ୍ଏସ୍)ର ଶତବାର୍ଷିକୀ ଉତ୍ସବ ସ୍ଥାନୀୟ ନବୀନ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହେଇଯାଇଛି। ୧୯୨୫ ମସିହା ବିଜୟା ଦଶମୀ ତିଥିରେ ଡାକ୍ତର କେଶବ ବଳିରାମ ହେଡଗେୱାର ସଂଘ ପ୍ରତିଷ୍ଠା କରିଥିଲେ । ସଂଘ ଗଠନର ଲକ୍ଷ୍ୟ ହେଉଛି ଦେଶର ନାଗରିକଙ୍କ ମଧ୍ୟରେ ସାଂସ୍କୃତିକ ସଚେତନତା, ଅନୁଶାସନ, ସେବା ଓ ସାମାଜିକ ଦାୟିତ୍ୱକୁ ପ୍ରୋତ୍ସାହନ କରିବା। ଏହି ପରିପ୍ରେକ୍ଷୀରେ ନୟାଗଡରେ ୧୫୦ରୁ ଊର୍ଦ୍ଧ୍ବ ସ୍ଵୟଂସେବକ ପୂର୍ଣ୍ଣ ଗଣବେଶରେ ଖଣ୍ଡପଡ଼ା ରୋଡସ୍ଥିତ ହନୁମାନ ମନ୍ଦିରରୁ ବାହାରି ନବୀନ କଲ୍ୟାଣ ମଣ୍ଡପଠାରେ ପହଞ୍ଚିଥିଲେ। ମଞ୍ଚ ସମ୍ମୁଖରେ ସ୍ବୟଂସେବକଙ୍କ ଦ୍ବାରା ଶାରୀରିକ ପ୍ରଦର୍ଶନ, ବ୍ୟାୟାମ, ଦଣ୍ଡ ପ୍ରୟୋଗର ପ୍ରଦର୍ଶନୀ କରାଯାଇଥିଲା। ନଗର କାର୍ଯ୍ୟବାହ ନରସିଂହ ସାହୁ ମଞ୍ଚସ୍ଥ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥିଭାବେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ବାଲାରସେନ ପାତ୍ର ଉପସ୍ଥିତ…

Read More

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ ପରିସରରେ ସହିଦ କଷ୍ଟି ଡାକୁଆଙ୍କ ଜୟନ୍ତୀ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ସହିଦ୍ କଷ୍ଟି ଡାକୁଆଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ବିଦ୍ଯାଳୟ ପରିସରରେ ଥିବା ସହିଦ୍ କଷ୍ଟି ଡାକୁଆଙ୍କ ପ୍ରତିମୂର୍ତ୍ତିରେ ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ସମେତ ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟାମାନେ ପୁଷ୍ପ ମାଲ୍ୟାର୍ପଣ କରି ବିପ୍ଳବୀ କଷ୍ଟି ଡାକୁଆଙ୍କ ସ୍ମୃତିଚାରଣ କରିଥିଲେ। ବିଦ୍ଯାଳୟର ବରିଷ୍ଠ ସେବାବ୍ରତୀ ଆଚାର୍ଯ୍ୟା ଅର୍ଚ୍ଚନା ରଥ କଷ୍ଟି ଡାକୁଆଙ୍କ ଜୀବନୀ ବିଷୟରେ ଅବଗତ କରାଇଥିଲେ। ସହିଦ କଷ୍ଟି ଡାକୁଆ ଅମର ରହେ ସ୍ଲୋଗାନରେ ବିଦ୍ୟାଳୟ ପରିସର ପ୍ରକମ୍ପିତ ହୋଇଥିଲା। ଆଜି ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ହୋଇଥିବାରୁ ଉପସ୍ଥିତ ଗୁରୁଜୀ ଗୁରୁମା ଓ ଛାତ୍ରଛାତ୍ରୀ ମାନେ ବୟସ୍କ ବ୍ଯକ୍ତି ମାନଙ୍କୁ ସମ୍ମାନ କରିବା, ସେମାନଙ୍କର ଯତ୍ନ ନେବା ଓ ସେବା କରିବା ପାଇଁ ଶପଥ ପାଠ କରିଥିଲେ।…

Read More

ସମର୍ପଣ ବୃଦ୍ଧାଶ୍ରମରେ ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଲେଖନପୁର ସ୍ଥିତ ସମର୍ପଣ ଗୃହରେ ଆଜି ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ପାଳନ ହୋଇଯାଇଛି। ଏଇ ସପ୍ତାହବ୍ୟାପୀ ଆନ୍ତର୍ଜାତୀୟ ବୟୋବୃଦ୍ଧ ଦିବସ ପାଳନ ହେବାକୁ ଥିବା ପରିପ୍ରେକ୍ଷୀରେ ସମର୍ପଣ ପରିଚାଳନା କମିଟିର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ମାଇଁ ଭାରତ କେନ୍ଦ୍ର, ନୟାଗଡ଼ ଆନୁକୁଲ୍ୟରେ ଏକତା ୟୁଥ୍ କ୍ଳବ୍ ନୟାଗଡ଼ ତରଫରୁ ସମର୍ପଣ ଗୃହରେ ଅନ୍ତେବାସୀ ମାନଙ୍କୁ ନେଇ ଏକ ସୁନ୍ଦର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମର୍ପଣ ପରିଚାଳନା କମିଟିର ସଦସ୍ଯ ପ୍ରଦୀପ କୁମାର ପ୍ରୁଷ୍ଟି,ଧୀରେନ୍ଦ୍ର କୁମାର ପଟ୍ଟନାୟକ, ଶ୍ରୀକାନ୍ତ କୁମାର ପଟ୍ଟନାୟକ ଓ ମିହିର ରଂଜନ ନାୟକଙ୍କ ସମେତ ମାଇଁ ଭାରତ କେନ୍ଦ୍ର ନୟାଗଡ଼ର ସଦସ୍ଯ ଅନିଲ୍ କୁମାର ପ୍ରଧାନ ଓ ସୁକାନ୍ତି ପ୍ରଧାନ ସମର୍ପଣରେ ପହଞ୍ଚି ସମସ୍ତ ଅନ୍ତେବାସୀ ମାନଙ୍କୁ ଫୁଲ ଚନ୍ଦନ ଦେଇ…

Read More

ଆସନ୍ତାକାଲି ଠାରୁ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛୁଟି

ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରବଳ ବର୍ଷା ଓ ବାତ୍ୟାର ଆସନ୍ନ ସମ୍ଭାବନା ଲକ୍ଷ୍ୟ କରି ନୟାଗଡ଼ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଛୁଟି ଘୋଷଣା କରିଛନ୍ତି।ଏ ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା ୭୩୦୭ ପ୍ରକାଶିତ ହୋଇଛି।ଅନ୍ୟପକ୍ଷେ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ରହିଛି।

Read More

ନୟାଗଡ଼ ଜିଲ୍ଲା କେମିଷ୍ଟ୍ ଆଣ୍ଡ ଡ୍ରଗିଷ୍ଟ୍ ଆସୋସିଏସନର ଷଷ୍ଠ ସାଧାରଣ ଅଧିବେଶନ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା କେମିଷ୍ଟ୍ ଆଣ୍ଡ ଡ୍ରଗିଷ୍ଟ୍ ଆସୋସିଏସନ୍ ର ଷଷ୍ଠ ସାଧାରଣ ଅଧିବେଶନ ନୟାଗଡ଼ ଜିଲ୍ଲାପରିଷଦ ପରିସରରେ ଥିବା ସୃଜନ ହଲରେ ସଭାପତି ପ୍ରହଲ୍ଲାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।  ଆସୋସିଏସନ୍ ର ନବନିର୍ବାଚିତ ପଦାଧିକାରୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଉପସ୍ଥିତ ସଦସ୍ୟମାନେ କରତାଳି ଦେଇ ସ୍ବାଗତ କରିଥିଲେ । ମୂଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ ଅରୁଣ ସାହୁ ଉପସ୍ଥିତ ଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ନୟାଗଡ଼  ଡ୍ରଗ ଇନ୍ସପେକ୍ଟର ଶ୍ରୀ ସନ୍ତୋଷ କୁମାର ପ୍ରଧାନ, ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ର ସଭାପତି ଶ୍ରୀ ପି. ସତ୍ୟନାରାୟଣ ଓ ଯୁଗ୍ମ ସଂପାଦକ  ଶ୍ରୀ ଶ୍ରୀକାନ୍ତ କାନୁନଗୋ ଏବଂ ଖୋର୍ଦ୍ଧା ଜିଲ୍ଲା ଆସୋସିଏସନ୍ ସଭାପତି ଗିରିଜା ପ୍ରସାଦ ରଥ ଯୋଗଦେଇଥିଲେ …

Read More

ନୟାଗଡ଼ ରେ ପାଳିତ ହେଲା ଓଡ଼ିଶା ନାଟ୍ୟ ସଂଘ ଦିବସ

ନୟାଗଡ଼, (ନୟାଗଡ଼ ଦର୍ପଣ): ନାଟକ ଖାଲି ମନୋରଂଜନ କରେ ନାହିଁ, ନାଟକ ଜୀବନର କଥା କହେ । ସମାଜକୁ ସଚେତନ କରିବା ତଥା ନୂତନ ଦିଗ ଦେଖାଇବାର ଏକ ସଶକ୍ତ ମାଧ୍ୟମ ହେଉଛି ନାଟକ ଏହା ସିଧାସଳଖ ଭାବେ ଦର୍ଶକଙ୍କ ହୃଦୟ କୁ ଛୁଏଁ ଏବଂ ସେମାନଙ୍କୁ ଭାବିବା ପାଇଁ ପ୍ରେରିତ ମଧ୍ୟ କରେ । ଏଥିପାଇଁ ନାଟକକୁ ସମାଜର ଦର୍ପଣ କୁହାଯାଏ ବୋଲି ଓଡ଼ିଶା ନାଟ୍ୟ ସଂଘ ଦିବସ ପାଳନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ସ୍ଥାନୀୟ ଇନସ୍ପାୟାର କଲେଜ ସଭାଗୃହ ପରିସରରେ ନୟାଗଡ଼ ଜିଲ୍ଲା ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ନୟାଗଡ଼ର ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ସମ୍ମାନନୀୟ ଅତିଥି ବିଶିଷ୍ଟ ଶିକ୍ଷାବିତ୍ ଓ ନାଟ୍ୟକାର ଶ୍ରୀଧର ସାହୁ ଏବଂ କବୟତ୍ରୀ ଗୀତାଞ୍ଜଳି ମହାପାତ୍ର ଯୋଗଦେଇ ନାଟକର…

Read More

ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ର ଯୋଗ ଚମ୍ପିୟାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଦୁଇଜଣ ଛାତ୍ର ଆନ୍ତଃମହାବିଦ୍ୟାଳୟ ସ୍ତରୀୟ ଯୋଗ ପ୍ରଶିକ୍ଷଣ ପ୍ରତିଯୋଗିତାରେ ଯୋଗଦାନ କରି ଚମ୍ପିୟାନ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।  ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାର, ଭୁବନେଶ୍ୱର ଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପକ୍ଷରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ ରସାୟନ ବିଭାଗର ଛାତ୍ର କୃଷ୍ଣ ଚନ୍ଦ୍ର ଜାନୀ ବ୍ୟକ୍ତିଗତ ଭାବେ ଚମ୍ପିୟାନ ହୋଇଛନ୍ତି। ସେହିପରି ଅନ୍ୟତମ ପ୍ରତିଯୋଗୀ ହିସାବରେ ଯୁକ୍ତ ୩ ବାଣିଜ୍ୟ ବିଭାଗ ପ୍ରଥମ ବର୍ଷର ଛାତ୍ର ସିପୁନ କୁମାର ଭଟ୍ଟ ମଧ୍ୟ ଆନ୍ତଃ ବିଶ୍ୱବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ଆସନ୍ତା ମାସରେ ହେବାକୁ ଥିବା ସର୍ବ ଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ଉଭୟ ଛାତ୍ର ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତିନିଧିତ୍ୱ କରିବେ। ଉଭୟ ଛାତ୍ରଙ୍କ ଏହି…

Read More

ଗତିକେଶ ଉଚ୍ଚ ବିଦ୍ୟାଳୟର ୧୯୮୧ ମାଟ୍ରିକ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ

ନୟାଗଡ଼: ନୟାଗଡ଼ ଜିଲ୍ଲାର ପ୍ରମୁଖ ଶିକ୍ଷାନୁଷ୍ଠାନ ମାଳିସାହି ଗତିକେଶ ଉଚ୍ଚ ବିଦ୍ୟାଳୟର ୧୯୮୧ ମାଟ୍ରିକ୍ ବ୍ୟାଚ୍ ପୂରାତନ ଛାତ୍ରଛାତ୍ରୀ ମାନଙ୍କର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ତୁଳସୀ ପୁର ସ୍ଥିତ ମଧୁବୈଶ ସମାଜ କଲ୍ୟାଣ ମଣ୍ଡପ ଠାରେ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ପୁରାତନ ଛାତ୍ରଛାତ୍ରୀ ମଧ୍ୟରୁ ମଞ୍ଜୁଲତା ଦେଇ, ପ୍ରଫୁଲ୍ଲ କୁମାର ସାହୁ ଓ ଚରଣ ପୃଷ୍ଟିଙ୍କ ସଂଯୋଜନାରେ ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଲେଖ ସାହୁଙ୍କ ସଭାପତିତ୍ବରେ ଉକ୍ତ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ମଧ୍ଯ ଇଂରାଜୀ ଓ ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଦାନ କରିଥିବା ସମସ୍ତ ଅବସରପ୍ରାପ୍ତ ଶିକ୍ଷକଙ୍କୁ ନିମନ୍ତ୍ରଣ କରା ଯାଇଥିଲା। ନିମନ୍ତ୍ରିତ ଶିକ୍ଷକ ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ ରାମଚନ୍ଦ୍ର ମହାପାତ୍ର, ଭଗବାନ ସାହୁ ଓ ଉକ୍ତ ବିଦ୍ୟାଳୟର ଅବସରପ୍ରାପ୍ତ ପିଅନ ଅପର୍ତି ସ୍ୱାଇଁ ଯୋଗ ଦେଇଥିଲେ।…

Read More

ନୟାଗଡ଼ ହସ୍ପିଟାଲରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଉପକଣ୍ଠ ରାଉତରାପୁରର ଏକ ଅଢେ଼ଇ ମାସର ଶିଶୁ ମୃତ୍ୟୁକୁ ନେଇ ଆଜି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଚିକିତ୍ସାରେ ଅବହେଳା କରିବାରୁ ଶିଶୁଟି ମୃତ୍ୟୁବରଣ କରିଥିବା ଅଭିଯୋଗ କରିବା ସହ ସମ୍ପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଦାବିରେ ହସ୍ପିଟାଲ ଗେଟ୍ ବନ୍ଦ କରି ପ୍ରତିବାଦ କରିଥିଲେ ପରିବାର ବର୍ଗ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଥିଲା।

Read More

ଦଧିବାମନ ସଂସ୍କୃତ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ସମାଧାନ ପାଇଁ ଏବିଭିପିର ଦାବି ପତ୍ର ପ୍ରଦାନ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏବଂ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟ, କୁରାଳ ଓଡ଼ଗାଁର ବିଦ୍ୟାର୍ଥୀ ମାନେ ନିଜ ମିହାବିଦ୍ୟାଳୟର କିଛି ସମସ୍ୟାକୁ ନେଇ ୬ଦଫା ସମ୍ବଳିତ ଦାବିପତ୍ର ଅଧକ୍ଷଙ୍କୁ ପ୍ରଦାନ କରାଯାଇଛି। ଅଧ୍ୟକ୍ଷଙ୍କ ମାଧ୍ୟମରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଏହି ଦାବିପତ୍ରକୁ ପଠାଯିବ। ୬ଦଫା ଦାବିପତ୍ରରେ ମହାବିଦ୍ୟାଳୟର ପ୍ରତି ପାର୍ଶ୍ଵରେ ପ୍ରାଚୀର ନିର୍ମାଣ, ଛାତ୍ର ସାଧାରଣ କକ୍ଷର ନିର୍ମାଣ, ଶୌଚାଳୟର ଉନ୍ନତି କରଣ, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନିଯୁକ୍ତି, ମହାବିଦ୍ୟାଳୟ ନିମନ୍ତେ ଏକ ଖେଳ ପଡିଆର ନିର୍ମାଣ ଆଦି ବିଷୟ ଉଲ୍ଲେଖ କରାଯାଇଛି। ପ୍ରକାଶ ଥାଉକି ଯେ ମହବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ଦସ୍ତଖତ ଅଭିଯାନ କରାଯାଇ ପ୍ରମୁଖ ଅସୁବିଧା ଗୁଡିକର ସ୍ଥାୟୀ ସମାଧାନ ନିମନ୍ତେ ଦାବି ଉପସ୍ଥାପନ କରାଯାଇଅଛି। ଦାବି ନମାନିଲେ ଆଗାମୀ ଦିନରେ ବଡ଼ ଆନ୍ଦୋଳନ କରାଯିବ ବୋଲି ଛାତ୍ର…

Read More