ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାଇ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଷୟ ବଦଳି ସିଲାବସ ଅନୁସାରେ ନୂତନ ପାଠ୍ୟପୁସ୍ତକ ପ୍ରକାଶିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାର ସମସ୍ତ ଶିକ୍ଷକମାନେ ପର୍ଯ୍ୟାୟ କ୍ରମେ ୫ ଦିନିଆ ଓସିଏଫ ପ୍ରଶିକ୍ଷଣ ନେଉଛନ୍ତି। ତେବେ ଏହି ପ୍ରଶିକ୍ଷଣ ପାଇଁ ଉଦ୍ଦିଷ୍ଟ ଅର୍ଥ ରାଶିକୁ ଶିକ୍ଷା ବିଭାଗର କିଛି କର୍ମଚାରୀମାନଙ୍କ ଦ୍ୱାରା ହଡ଼ପ କରାଯାଉ ଥିବା ଅଭିଯୋଗ ହେଉଛି। ଓସେପା ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ମଧ୍ୟାହ୍ନ ଭୋଜନ ପାଇଁ ୧ଶହ ଟଙ୍କା, ଚାହା ବିସ୍କୁଟ ପାଇଁ ୨୦ଟଙ୍କା, ଖାତା କଲମ ପାଇଁ ୩୦ ଟଙ୍କା, କଣ୍ଟିଜେନ୍ସି ପାଇଁ ୨୦ ଟଙ୍କା, ଟିଏଲଏମ ପାଇଁ ୩୦ ଟଙ୍କା, ପ୍ରଶିକ୍ଷକ ମାନଙ୍କ ପାଇଁ ଦୈନିକ ୩ ଶହ ଟଙ୍କା ଏବଂ ପ୍ରଶିକ୍ଷାର୍ଥୀ ମାନଙ୍କ ପାଇଁ ଦିନକୁ…
Read MoreBlog
ମଧୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳିତ
ନୟାଗଡ, (ନୟାଗଡ଼ ଦର୍ପଣ): ସ୍ଥାନୀୟ ନୀଳମାଧବ ହୋଟେଲ ଠାରେ ପୂଜ୍ୟପୂଜା କମିଟି ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇ ଯାଇଛି। ମଧୁ ବାବୁ କିଭଳି ଓଡିଆ ଜାତି ପାଇଁ ସମର୍ପିତ ଥିଲେ ଏପରିକି ଓଡିଆ ଜାତି ପ୍ରାଣ ଥିଲେ ସେ ସମ୍ପର୍କରେ ଉପସ୍ଥିତ ବ୍ୟକ୍ତି ବିଶେଷ ମତବ୍ୟକ୍ତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମଧୁ ବାବୁଙ୍କ ରଚିତ ଓଡିଆ ସ୍ବାର୍ଥ ସୁରକ୍ଷା ସମ୍ପର୍କିତ ପଦାବଳି ଗାନ କରା ଯାଇଥିଲା। ପୂଜ୍ୟପୂଜା କମିଟିର ବରିଷ୍ଠ ସଦସ୍ୟ ଗୋଦାବରୀ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମର ବରିଷ୍ଠ ସାମ୍ୱାଦିକ ରାମକୃଷ୍ଣ ରଥ, ଧୀରେନ୍ଦ୍ର କୁମାର ପଟ୍ଟନାୟକ ବିପିନ କୁମାର ସାହୁ, ବସନ୍ତ କୁମାର ରାଉତ, ରଘୁନାଥ ବିଶୋଇ, ଗୋପବନ୍ଧୁ ଲେଙ୍କା ଜିତେନ୍ଦ୍ର କୁମାର ସେଠୀ ପ୍ରମୁଖ ଉପସ୍ଥିତ ରହି ମଧୁବାବୁଙ୍କ ଅମ୍ଳାନ ଅମର…
Read Moreମଡେଲ ଡିଗ୍ରୀ କଲେଜରେ ସ୍ବଚ୍ଛତା କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତ ସରକାରଙ୍କର “ସ୍ବଚ୍ଛତା ହିଁ ସେବା” କାର୍ଯ୍ୟକ୍ରମର ଅଂଶବିଶେଷ ସ୍ବରୂପ ମଡେଲ ଡିଗ୍ରୀ କଲେଜ ଜାତୀୟ ସେବା ଯୋଜନା ଶାଖା ତରଫରୁ ସ୍ଥାନୀୟ ଲାଠିପଡ଼ା ଗ୍ରାମରେ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟ ପରିସର ସହିତ ଲାଠିପଡ଼ା ଗ୍ରାମର ବଜାର, ମନ୍ଦିର, ଡାକ୍ତରଖାନା, ଉଚ୍ଚବିଦ୍ୟାଳୟ ତଥା କିଛି ସାହିରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାମାନେ ସ୍ବେଚ୍ଛାସେବୀ ଭାବେ ସଫେଇ କାର୍ଯ୍ୟକ୍ରମ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ସହିତ ଯୁବ ପ୍ରୋଗ୍ରାମ ଅଧିକାରୀ ଦୀପିକା ରାଣୀ ତୁରୁକ୍ ଓ ଡକ୍ଟର ଗିରିଶ ଚନ୍ଦ୍ର ନାୟକ ଉକ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରାୟ ୮୦ ଜଣ ଛାତ୍ରଛାତ୍ରୀଙ୍କ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୌରମୋହନ ସାହୁ, ଡକ୍ଟର ସନ୍ତୋଷ କୁମାର ବେହେରା, ଡକ୍ଟର ଜ୍ୟୋତ୍ସ୍ନାରାଣୀ କର, ମଧୁସ୍ମିତା ମହାପାତ୍ର, ଡକ୍ଟର ପ୍ରକାଶ…
Read Moreସାହିତ୍ୟ ଓ ସଙ୍ଗୀତର ଯୁଗଳବନ୍ଦୀ: ଲୋକାର୍ପିତ ହେଲା ଡଃ ଅରୁଣ କୁମାର ସାହୁଙ୍କ ପୁସ୍ତକ ‘ପୀଡ଼ା’ ଓ ସଙ୍ଗୀତ ‘ଶୀତୁଆ ସନ୍ଧ୍ୟା’
ଭୁବନେଶ୍ୱର,(ନୟାଗଡ଼ ଦର୍ପଣ): ଭୁବନେଶ୍ୱର ସ୍ଥିତ ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି ସାହିତ୍ୟ ଓ ସଙ୍ଗୀତର ଯୁଗଳବନ୍ଦୀ କାର୍ଯ୍ୟକ୍ରମ। ବରିଷ୍ଠ ରାଜନେତା ତଥା ବିଧାୟକ ଡଃ ଅରୁଣ କୁମାର ସାହୁଙ୍କ ରଚିତ ଜୀବନଧର୍ମୀ ପୁସ୍ତକ ପୀଡ଼ା ଓ ସୁଗମ ସଙ୍ଗୀତ ଶୀତୁଆ ସନ୍ଧ୍ୟାର ଲୋକାର୍ପଣ ହୋଇଯାଇଛି। ଏହି ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ବରିଷ୍ଠ ଶିକ୍ଷାବିତ୍ ତଥା ସାରସ୍ଵତ ସାଧକ ମନୋରଞ୍ଜନ ସାହୁ ଏବଂ ମହାନ ଚଇତି ନୃତ୍ୟ ଗୁରୁ ପଦ୍ମଶ୍ରୀ ଡଃ ଉତ୍ସବ ଚରଣ ଦାସ । ଚିରାଚରିତ ଭିଡ଼ରୁ ବାହାରି କିଛି ଭିନ୍ନ କରିବାର ଝୁଙ୍କ ଅରୁଣଙ୍କୁ ଏକ ନିଆରା ପରିଚୟ ପ୍ରଦାନ କରିଛି। ଏହି କାର୍ଯ୍ୟକ୍ରମର ସ୍ଵତନ୍ତ୍ରତା ହେଉଛି ଏହା ସନ୍ଧ୍ୟା ୬.୧୮ରୁ ଆରମ୍ଭ ହୋଇ ୭.୩୮ ରେ ସମାପନ ହୋଇଥିଲା ଯାହାକୁ ନେଇ ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ଜୋରଧରିଛି। ସବୁବେଳେ ସମୟାନୁବର୍ତ୍ତିତାର…
Read Moreରୋହିବାଙ୍କ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ଜଳାଭୂମି ଦିବସ ପାଳିତ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଦିନକୁ ଦିନ ସମଗ୍ର ବିଶ୍ୱରେ ମଧୁର ଜଳ ପରିମାଣ ହ୍ରାସ ପାଉଥିବା ଦେଖି ସମଗ୍ର ବିଶ୍ୱ ଆଜି ଚକିତ। ତେଣୁ କେନ୍ଦ୍ର ସରକାରଙ୍କ ନିର୍ଦେଶ କ୍ରମେ ସମଗ୍ର ରାଜ୍ୟର ଶିକ୍ଷା ବିଭାଗ ନିଜ ନିଜ ବିଦ୍ୟାଳୟରେ ଷଷ୍ଠରୁ କଲେଜ ସ୍ତର ପର୍ଯନ୍ତ ପ୍ରତ୍ୟେକ ପିଲାଙ୍କୁ ବିଶ୍ୱ ଜଳାଭୂମି ଦିବସ ପାଳନ କରି ଭୁଗର୍ଭ ଜଳପରିମାଣ ବୃଦ୍ଧି କରିବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଜନ ଜାଗରଣକରାଇବା ପାଇଁ ନିର୍ଦେଶ ଦିଆଯାଇଛି । ଏହାକୁ ଛାତ୍ର ଛାତ୍ରୀଙ୍କ ମାଧ୍ୟମରେ ଲୋକ ସଚେତନତା ପାଇଁ ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କର ଛାତ୍ର ଛାତ୍ରୀମାନେ ବିଦ୍ୟାଳୟରେ ବିଶ୍ୱଜଳାଭୂମି ଦିବସ ପାଳନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକଙ୍କ ନିର୍ଦେଶ କ୍ରମେ ଶିକ୍ଷକ ପ୍ରକୃତିବନ୍ଧୁ ସନ୍ତୋଷ କୁମାର ସାହୁ ଓ…
Read Moreଗାଇଡାନ୍ସ ପବ୍ଲିକ ସ୍କୁଲର ୧୪ତମ ବାର୍ଷିକ ଉତ୍ସବ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହର ବାରମାସୀ ଲେନରେ ଅବସ୍ଥିତ ଗାଇଡ଼ାନ୍ସ ପବ୍ଲିକ୍ ସ୍କୁଲର ୧୪ତମ ବାର୍ଷିକ ଉତ୍ସବ “ମେମୋରିଆ” ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ମହାସମୋରୋହରେ ପାଳିତ ହେଇଯାଇଛି । ପ୍ରଥମ ପର୍ଯ୍ୟାୟ ଉଦଘାଟନ ଉତ୍ସବରେ ପ୍ରସନ୍ନ କୁମାର ବସନ୍ତିଆଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ବିଚାରପତି ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡ ଓ ସମ୍ମାନିତ ଅତିଥିଭାବେ ଅବସର ପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ ଯୋଗଦେଇଥିଲେ । ବିଦ୍ୟାଳୟର ଚେୟାରମ୍ୟାନ ଅବିନାଶ ସାହୁ ଓ ପ୍ରିନ୍ସିପାଲ ଆଲୋକ କୁମାର କର ମଞ୍ଚାସିନ ଥିଲେ ଏବଂ ଏକାଡେମିକ ଇନ୍ଚାର୍ଜ ସାରଦା ପ୍ରସନ୍ନ ମହାପାତ୍ର ବାର୍ଷିକ ବିବରଣୀ ପଠନ କରିଥିଲେ । ଅନୁଷ୍ଠିତ ଉତ୍ସବ ରେ ପୂର୍ବ ପ୍ରାଥମିକ ଶ୍ରେଣୀ ଗୁଡ଼ିକର ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ବାର୍ଷିକ ପ୍ରତିଯୋଗିତା…
Read More‘ସାମ୍ବାଦିକ ଗୌରବ’ ସମ୍ମାନରେ ସମ୍ମାନୀତ ହେଲେ ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର ପଟ୍ଟନାୟକ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର କୁମାର ପଟ୍ଟନାୟକଙ୍କୁ ଆଜି ମର୍ଯ୍ୟାଦାଜନକ ରାଜ୍ୟସ୍ତରୀୟ”ସାମ୍ବାଦିକ ଗୌରବ” ସମ୍ମାନ ମିଳିଛି। ଆଜି କଟକର ସାରସ୍ବତପୀଠ ଶ୍ରୀରାମ ଚନ୍ଦ୍ର ଭବନରେ “ରାଧାନାଥ ରଥ ଫାଉଣ୍ଡେସନ ଟ୍ରଷ୍ଟ” ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ତଥା “ସମାଜ”ର ପୂର୍ଵତନ ସମ୍ପାଦକ ଡ଼କ୍ଟର ସତ୍ୟ ରାୟ ପୌରାହିତ୍ୟ କରିଥିଲେ। ଏହି ବୌଦ୍ଧିକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଏବଂ ସମ୍ମାନିତ ଅତିଥି ଭାବେ ପ୍ରଖ୍ୟାତ ସାମ୍ବାଦିକ ତଥା ଖଣ୍ଡପଡ଼ାର ପୂର୍ବତନ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ମୁରଲୀଧର ସାମଲ, ଯୁଗ୍ମ-ସମ୍ପାଦକ ଅରବିନ୍ଦ ରାଉତରାୟ ଏବଂ ରଞ୍ଜନ ମହାପାତ୍ର ପ୍ରମୁଖ ଯୋଗଦେଇ ଶ୍ରୀ ପଟ୍ଟନାୟକଙ୍କ ଦୀର୍ଘ ସାମ୍ବାଦିକତା କ୍ଷେତ୍ରରେ ରହିଥିବା ଦକ୍ଷତା, ନିର୍ଭିକତା, ସଚୋଟତା ଓ ସମ୍ବେଦନଶୀଳତା ସମ୍ପର୍କରେ ବର୍ଣ୍ଣନା କରିଥିଲେ।…
Read Moreବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା, କୋଣାର୍କ–ପୁରୀ ଦର୍ଶନରେ ଆନନ୍ଦ ଓ ଆତ୍ମିକ ସନ୍ତୋଷ ଲାଭ କଲେ ୨୨ ଜଣ ବୃଦ୍ଧ-ବୃଦ୍ଧା
ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ବ୍ଳକର ଝାଡପଡ଼ା ସ୍ଥିତ ବରିଷ୍ଠ ନାଗରିକ କଲ୍ୟାଣ ପରିଷଦ ସଭାପତି ଶିକ୍ଷାବିତ୍ ଭାସ୍କର ଚନ୍ଦ୍ର ପ୍ରଧାନଙ୍କ ଆୟୋଜନରେ ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ୨୨ ଜଣ ବୃଦ୍ଧ-ବୃଦ୍ଧା ଏକ ସଫଳ ଓ ସ୍ମରଣୀୟ ତୀର୍ଥ ଯାତ୍ରାରେ ସାମିଲ ହୋଇଥିଲେ। ଏହି ତୀର୍ଥ ଯାତ୍ରାରେ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ, ଟାଙ୍ଗୀର ବରିଷ୍ଠ ସଦସ୍ୟ ଘନଶ୍ୟାମ ମହାନ୍ତି ମହୋଦୟଙ୍କ ସହଯୋଗ ଓ ନେତୃତ୍ୱ ଥିଲା। ତୀର୍ଥ ଯାତ୍ରାର ପ୍ରଥମ ପର୍ଯ୍ୟାୟରେ ସମସ୍ତ ବୃଦ୍ଧ-ବୃଦ୍ଧା ଓଡ଼ିଶାର ବିଶ୍ୱପ୍ରସିଦ୍ଧ କୋଣାର୍କର ସୂର୍ଯ୍ୟ ମନ୍ଦିର ଦର୍ଶନ କରି ମନ୍ଦିରର ଐତିହ୍ୟ, ସ୍ଥାପତ୍ୟ କଳା ଓ ସାଂସ୍କୃତିକ ମହତ୍ତ୍ୱକୁ ନିକଟରୁ ଅନୁଭବ କରିଥିଲେ। ପରେ ସେମାନେ ଶ୍ରୀକ୍ଷେତ୍ର ପୁରୀ ଗମନ କରି ଶ୍ରୀମନ୍ଦିର ପରିକ୍ରମା କରି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ…
Read Moreନୟାଗଡ଼ ଜିଲ୍ଲାରେ ଫେବୃଆରୀ ୧୨ତାରିଖ ବନ୍ଦର ରୂପ ନେବ ସାଧାରଣ ଧର୍ମଘଟ
ନୟାଗଡ଼, (ନୟାଗଡ଼ ଦର୍ପଣ): କେନ୍ଦ୍ର ସରକାର ଯେଭଳି ଶ୍ରମିକ ବିରୋଧୀ ଶ୍ରମ କୋଡ ପ୍ରଚଳନ କରି ଶ୍ରମିକ ଶ୍ରେଣୀର ଅର୍ଜିତ ଅଧିକାରକୁ ଅପହରଣ କରିଛନ୍ତି। ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ପୂର୍ଣ୍ଣଛେଦ ପକାଇ ଶ୍ରମିକ ଶ୍ରେଣୀର ତଣ୍ଟିରେ କ୍ଷୁର ଚଳାଇଛନ୍ତି। ସ୍ଥାୟୀ ନିଯୁକ୍ତି ବଦଳରେ ଠିକାନିଯୁକ୍ତିକୁ ପ୍ରୋତ୍ସାହନ ଦେଇ ସର୍ବନିମ୍ନ ମଜୁରୀ ଆଇନକୁ ଉଲଂଘନ କରୁଛନ୍ତି। ସ୍କିମ ଶ୍ରମିକ ଆଶା, ପାଚିକା, ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ସାମାନ୍ୟ ପାରିତୋଷିକ ଦେଇ ଠକି ଚାଲିଛନ୍ତି। କୃଷକମାନଙ୍କ ଫସଲ ଅଭାବୀ ବିକ୍ରିକୁ ପ୍ରୋତ୍ସାହିତ କରୁଛନ୍ତି। ବିଦ୍ୟୁତର ଘରୋଇକରଣ କରି ଉପଭୋକ୍ତା ମାନଙ୍କୁ ଶୋଷଣ କରୁଛନ୍ତି। ଏହାର ପ୍ରତିବାଦରେ ହେବାକୁ ଥିବା ଫେବୃଆରୀ ୧୨ସର୍ବଭାରତୀୟ ଧର୍ମଘଟକୁ ସଫଳ କରିବାକୁ ତା୦୧.୦୨.୨୦୨୬ ଦିନ ନୟାଗଡ଼ ଆର୍ ସି ଏମ୍ ଏସ୍ ସଭାକକ୍ଷରେ ଶ୍ରମିକ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଗଣ…
Read Moreମଧ୍ୟଖଣ୍ଡରେ ମହାତ୍ମା ଗାନ୍ଧିଙ୍କ ମହାପ୍ରୟାଣ ଦିବସ ପାଳନ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଜାନୁୟାରୀ ୩୦ତାରିଖ ଦିନ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ଦଶପଲ୍ଲା ବ୍ଲକ ମଧଖଣ୍ଡର ପୂଜ୍ୟପୂଜା ସମିତି ଆନୁକୁଲ୍ୟରେ ପାଳିତ ହୋଇଯାଇଛି। ସେଦିନ ମଧ୍ୟଖଣ୍ଡରେ ଥିବା ସ୍ଵାଧୀନତା ସଂଗ୍ରାମୀ ସ୍ମୃତି ପୀଠରେ ପୁଷ୍ପମାଲ୍ୟ ଅର୍ପଣ ପରେ ଏକ ଗାନ୍ଧୀ ଶୋଭାଯାତ୍ରା ସାରା ଗ୍ରାମ ପରିକ୍ରମା କରିଥିଲା। ଏହି ଶୋଭାଯାତ୍ରାରେ ସ୍କୁଲ ଛାତ୍ରମାନେ ଖଦଡ଼ ପରିଧାନ କରି ଗାନ୍ଧୀ ବେଶରେ ସଜାଇ ହୋଇ ଚଷମା ପିଁନ୍ଧି ହାତରେ ବାଡିଧରି ଚାଲିବା ସହ ପୂଜ୍ୟପୂଜା ସମିତିର ସଭ୍ୟ ଓ ଗ୍ରାମବାସୀମାନେ ଗାନ୍ଧୀଙ୍କ ପ୍ରିୟ ଭଜନ ଗାନ କରି ଗ୍ରାମ ପରିକ୍ରମା କରି କଲ୍ୟାଣ ମଣ୍ଡପ ଠାରେ ସମବେତ ହୋଇଥିଲେ। ସନ୍ଧ୍ୟାରେ କଲ୍ୟାଣ ମଣ୍ଡପ ସଭଗୃହରେ ପୂଜ୍ୟପୂଜା ସମିତିର ସଭାପତି ବରିଷ୍ଠ ଆଇନଜୀବୀ ଶରତ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଗାନ୍ଧିଜୀଙ୍କ ବିଚାରଧାରା ଉପରେ ଆଲୋଚନା ଓ…
Read More