ବିରୁଡ଼ାରେ ସାଇ ହେଲଥ କେୟାର ଏବଂ ସାଇ ସିଦ୍ଧି ଫାଉଣ୍ଡେସନ ପକ୍ଷରୁ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ବିରୁଡ଼ା ଗ୍ରାମ ପଞ୍ଚାୟତର କଲ୍ୟାଣ ମଣ୍ଡପ ପରିସରରେ ସାଇ ହେଲଥ କେୟାର ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଆୟୋଜିତ ହୋଇଥିଲା। ଗ୍ରାମାଞ୍ଚଳର ଲୋକଙ୍କ ନିକଟରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ଚିକିତ୍ସା ପରାମର୍ଶ ଓ ଆବଶ୍ୟକ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିବିରର ଉଦ୍ଦେଶ୍ୟକୁ ପ୍ରଶଂସା କରିଥିଲେ। ବିରୁଡ଼ା ସରପଞ୍ଚ ବିଷ୍ଣୁପ୍ରିୟା ସ୍ୱାଇଁ, ସମାଜସେବୀ ଭାଗିରଥୀ ବାଇ, ପ୍ରତିଷ୍ଠାତା ଶାଇସୁଭମ, ଆଶିଷ, ଅଶୁ, ସଙ୍କେତ, ବିକି, ବିଶ୍ୱ, ସମାଜସେବୀ ସୁରେଶ କୁମାର ସାହୁ, ସମାଜସେବୀ ବବୁଲୁ ଦାସ, ସରୋଜ ବିଶ୍ୱାଳ ଏବଂ ଯୁବ ସମାଜସେବୀ ମିତ୍ରବନ୍ଧୁ ପଲେଇ ପ୍ରମୁଖ ଉପସ୍ଥିତ ଥିଲେ।

ଶିବିରରେ ଫିଜିଓଥେରାପି ଡାକ୍ତର ଗୌତମ ବେନିଆ ଓ ଡାକ୍ତର ମହେଶ୍ୱରୀ ସାବର ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକ ଫିଜିଓଥେରାପି ଓ ସ୍ୱାସ୍ଥ୍ୟ ସମ୍ପର୍କିତ ପରାମର୍ଶ ପ୍ରଦାନ କରିଥିଲେ। ନର୍ସିଂ କର୍ମଚାରୀ ସୋନାଲି ନାୟକ ଏବଂ ଲାବୋରଟୋରୀ ଟେକ୍ନିସିଆନ୍ ଜ୍ୟୋତିରଞ୍ଜନ ସାହୁ ମଧ୍ୟ ରୋଗୀମାନଙ୍କୁ ନିଷ୍ଠାର ସହ ସେବା ପ୍ରଦାନ କରିଥିଲେ।

ଶିବିରରେ ବହୁ ସଂଖ୍ୟକ ଲୋକ ଯୋଗଦେଇ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ପରାମର୍ଶର ସୁଯୋଗ ନେଇଥିଲେ। ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ସହ ଲୋକଙ୍କ ନିକଟରେ ଆବଶ୍ୟକ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଦିଗରେ ଏଭଳି ଶିବିର ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। ସାଇ ହେଲଥ କେୟାର ପକ୍ଷରୁ ଆଗାମୀ ଦିନରେ ମଧ୍ୟ ଅଧିକରୁ ଅଧିକ ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ଏଭଳି ଜନସେବାମୂଳକ କାର୍ଯ୍ୟକ୍ରମ ଜାରି ରହିବ ବୋଲି କୁହାଯାଇଛି। “ସୁସ୍ଥ ସମାଜ, ସୁସ୍ଥ ଜୀବନ” ସଂକଳ୍ପ ସହ ସାଇ ହେଲଥ କେୟାରର ଏହି ଜନସେବା ଅଭିଯାନକୁ ସ୍ଥାନୀୟ ଲୋକମାନେ ପ୍ରଶଂସା କରିଛନ୍ତି।

Related posts