ରଣପୁର, (ନୟାଗଡ଼ ଦର୍ପଣ): ସ୍ୱାଧୀନ ଚିନ୍ତାଧାରା, ଦେଶପ୍ରେମ, ଜାତିପ୍ରେମକୁ ଉଦବୋଧ କରିବା ପାଇଁ ଅଗଷ୍ଟ ୯ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ତ୍ରିରଙ୍ଗା ଯାତ୍ରାର ଆୟୋଜନ କରାଯାଉଅଛି । ଏହି ଅବସରରେ ଗୋପାଳପୁର ମଣ୍ଡଳ ବିଜେପି ତରଫରୁ ଅପରାହ୍ନ ସାଢ଼େ ୩ ଟା ସମୟରେ ମଝିଆଖଣ୍ଡ ଠାରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ।ଏହି ଶୋଭାଯାତ୍ରାରେ ପ୍ରାୟ ପାଞ୍ଚ ଶହ ରୁ ଉର୍ଦ୍ଧ୍ଵ ମହିଳା ଓ ପୁରୁଷ ସାମିଲ୍ ହୋଇଥିଲେ । ଏହି ଶୋଭାଯାତ୍ରା କମଳେଶ୍ୱର ମନ୍ଦିର ପ୍ରାଙ୍ଗଣ ରୁ ବାହାରି ଦେଶାତ୍ମବୋଧକ ନାରା ଦେଇ ମଝିଆଖଣ୍ଡ ବଜାର ପରିକ୍ରମା କରି ଅଗାଧୁ ଭଞ୍ଜ ଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଯାଇଥିଲେ । ଏହି ଶୋଭାଯାତ୍ରାରେ ବିଜେପି ଜିଲ୍ଲା ଉପ ସଭାପତି ପରେଶ ମିଶ୍ର,ଜିଲ୍ଲା ଉପସଭାପତି ନିର୍ମଳ କୁମାର ମତଗଜସିଂହ , ଗୋପାଳପୁର ମଣ୍ଡଳ ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ର,ଗୋପାଳପୁର ଜୋନ ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ତରେଇ, ଗୋପାଳପୁର ମଣ୍ଡଳ ସାଧାରଣ ସମ୍ପାଦକ ଭାସ୍କର ନାୟକ, ଭରତ ରଣସିଂହ ଓ ଦୀପକ କୁମାର ପ୍ରଧାନ ପ୍ରମୁଖ ହାତରେ ତ୍ରିରଙ୍ଗା ପତାକା ଧରି ଭାରତ ମାତା କି ଜୟ ନାରା ଦେଇଥିଲେ । ଏହି ଶୋଭାଯାତ୍ରାରେ ସ୍ଥାନୀୟ ଜନସାଧାରଣ, ବୁଦ୍ଧିଜୀବୀ ଏବଂ ସ୍ୱେଚ୍ଛାସେବୀ ସଙ୍ଗଠନ ସାମିଲ୍ ହୋଇଥିଲେ । ଏହି ଅବସରରେ ପ୍ରାୟ ୩,୦୦୦ ଲୋକ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ । ଦେଶପ୍ରେମ, ଜାତୀୟ ଏକତା ଓ ତ୍ରିରଙ୍ଗା ପ୍ରତି ସମ୍ମାନର ଭାବନାକୁ ପ୍ରତ୍ୟେକ ନାଗରିକଙ୍କ ମନରେ ଜାଗ୍ରତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ରାଲି ମାଧ୍ୟମରେ ଆହ୍ୱାନ କରାଯାଇଛି ।
ଗୋପାଳପୁର ମଣ୍ଡଳରେ ତ୍ରିରଙ୍ଗା ଶୋଭାଯାତ୍ରା ଅନଷ୍ଠିତ ହୋଇଯାଇଅଛି
