Blog

ନୟାଗଡ଼ ସାର୍ବଜନୀନ ଦୁର୍ଗାପୂଜା ସମିତିର ନୂତନ କର୍ମକର୍ତ୍ତା ଚୟନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ସର୍ବପୁରାତନ ପୂଜା ସମିତି ଭାବେ ପରିଚିତ ସାର୍ବଜନୀନ ଦୁର୍ଗାପୂଜା ସମିତିର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି। ଏନେଇ ଗତ ୨୬ ଅଗଷ୍ଟ ୨୦୨୬, ବୁଧବାର ଦିନ ପୂର୍ବତନ ସମ୍ପାଦକଙ୍କ ବାସଭବନରେ ବରିଷ୍ଠ ତଥା ପୂର୍ବତନ ସଭାପତି ନିରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ୨୦୧୦ ମସିହାରେ ପାରିତ ସଂକଳ୍ପ ପତ୍ର ଅନୁଯାୟୀ ପୂର୍ବବତ୍‌ ନୟାଗଡ଼ ବିଧାୟକଙ୍କୁ ମୁଖ୍ୟ ଉପଦେଷ୍ଟା ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ପୌର ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଅମଲା ସଂଘ ସଭାପତିଙ୍କ ସମେତ ସତ୍ୟନାରାୟଣ ପ୍ରଧାନ (ପୂର୍ବତନ ବିଧାୟକ, ରଣପୁର), ପ୍ରମୋଦ ପଟ୍ଟନାୟକ, ନିରଞ୍ଜନ ମିଶ୍ର, ଭବରଞ୍ଜନ ଦାସ, ଅରୁଣ କୁମାର ମହାନ୍ତି, ଦାମୋଦର ସାହୁ, ନିର୍ମଳ ସୁରଦେଓ, ଶ୍ରୀକାନ୍ତ କୁମାର ଖଟେଇ ଓ ରଞ୍ଜିତ…

Read More

ନୟାଗଡ ଜିଲ୍ଲା ଚେସ ଆସୋସିଏସନର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ

ନୟାଗଡ, (ନୟାଗଡ଼ ଦର୍ପଣ): ଜିଲ୍ଳା ଚେସ ଆସୋସିଏସନର କାର୍ଯ୍ୟକାରୀ କମିଟିର ବୈଠକ କେ.ସି କ୍ଲବ ସଭାଗୃହରେ ବୁଧବାର ସନ୍ଧ୍ୟାରେ ସଭାପତି ଭାଗିରଥୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକାରୀ କମିଟି ନିଷ୍ପତ୍ତି ଅନୁଯାୟୀ ଚଳିତ ବର୍ଷ ଅକ୍ଟୋବର ମାସ ୨,୩, ୪ତାରିଖ ତିନିଦିନ ବ୍ୟାପୀ ଅଲ ଓଡ଼ିଶା ଓପନ୍ ସ୍କୁଲ ଚେସ ଟୁର୍ଣ୍ଣାମେଣ୍ଟ ଜିଲ୍ଳା ଚେସ ଆସୋସିଏସନ୍ ଏବଂ କେ.ସି କ୍ଳବର ମିଳିତ ଆନୁକୁଲ୍ୟର ଆୟୋଜିତ ହେବ। ଏହା କ୍ଲାସିକାଲ ଫରମାଟରେ ହେଵ ବୋଲି ସୁଚନା ମିଳିଛି। ଏପରିକି ସେପ୍ଟେମ୍ବର ମାସରୁ ପ୍ରତ୍ୟେକ ରବିବାର ଦିନ ୧୦ ଘଟିକାରୁ ୧୧ ଘଟିକା ପର୍ଯ୍ୟନ୍ତ କେ.ସି କ୍ଲବ ପରିଷରରେ ନୟଗଡ ଜିଲ୍ଲାର ପିଲାମାନଙ୍କ ପାଇଁ ମାଗଣା ଚେସ କାର୍ଯ୍ଯକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଏହି ବୈଠକରେ ଉପସଭାପତି ବାଲାରସେନ୍ ପାତ୍ର, ଯୁଗ୍ମ ସମ୍ପାଦକ ଉମାକାନ୍ତ ମିଶ୍ର କାର୍ଯକାରୀ…

Read More

ନୟାଗଡ଼ କଲେଜର ଶିକ୍ଷାଦାନ ନିର୍ଘଣ୍ଟ କାହା ସ୍ୱାର୍ଥରେ?

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଶିକ୍ଷାଦାନ ସମୟ ନିର୍ଘଣ୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରାକ୍ତନ ଛାତ୍ର ସଂଘ ସଭାପତି ତଥା ବିଶିଷ୍ଟ ବାମପନ୍ଥୀ ନେତା ବିଶ୍ୱନାଥ ମହାପାତ୍ର। ମହାବିଦ୍ୟାଳୟରେ ଶିକ୍ଷାଦାନ ସକାଳ ୭ଟାରୁ ଆରମ୍ଭ କରାଯାଇ ପୂର୍ବାହ୍ନରେ ପ୍ରାୟ ସମସ୍ତ କ୍ଲାସ୍ ଶେଷ କରି ଅପରାହ୍ନ ସମୟକୁ ଖାଲି ରଖିବା ଶିକ୍ଷାଦାନର ସୁସ୍ଥ ପରିବେଶ ପାଇଁ ଉପଯୁକ୍ତ ନୁହେଁ ବୋଲି ସେ କହିଛନ୍ତି। ଶ୍ରୀ ମହାପାତ୍ରଙ୍କ କହିବାନୁସାରେ, ମହାବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀଗୃହର ଅଭାବ ନଥିବା ସତ୍ତ୍ୱେ ସକାଳ ୯ଟାରୁ ଶିକ୍ଷାଦାନ ଆରମ୍ଭ କରି ଅପରାହ୍ନ ୪ଟା ପର୍ଯ୍ୟନ୍ତ କ୍ଲାସ୍ ଚାଲିଲେ ଦୂରଦୂରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀମାନେ ଅଧିକ ସୁବିଧା ପାଇପାରିବେ। ବର୍ତ୍ତମାନର ସମୟ ନିର୍ଘଣ୍ଟ ଯୋଗୁଁ ଛାତ୍ରଛାତ୍ରୀଙ୍କୁ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିବା ସେ ଅଭିଯୋଗ କରିଛନ୍ତି। ଏଥିସହିତ, ଘରୋଇ ଶିକ୍ଷାନୁଷ୍ଠାନ ଓ…

Read More

ସୁନାଖଳା ଅଞ୍ଚଳରେ ଯୁଗ୍ମ ଏନ୍‌ଫୋର୍ସମେଣ୍ଟ ଟିମର ଚଢ଼ାଉ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ ଜିଲ୍ଲାର ସୁନାଖଳା ଅଞ୍ଚଳର ବିଭିନ୍ନ ସ୍ଥାନରେ ଯୁଗ୍ମ ଏନ୍‌ଫୋର୍ସମେଣ୍ଟ ଟିମଙ୍କ ଦ୍ୱାରା ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉରେ ଖାଦ୍ୟ ସୁରକ୍ଷା ଅଧିକାରୀ, ନୟାଗଡ଼ ଶ୍ରୀ ନବ କିଶୋର ସାହୁ, ଡ୍ରଗ୍ସ ଇନ୍ସପେକ୍ଟର, ଶ୍ରୀ ସନ୍ତୋଷ କୁମାର ପ୍ରଧାନ ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର, ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ନୟାଗଡ଼ଙ୍କ ନେତୃତ୍ୱରେ ରଣପୁର ସର୍କଲର ଏକ ଅବକାରୀ ଟିମ୍ ଏବଂ ସୁନାଖଳା ପୋଲିସ ଟିମ୍ ଙ୍କ ସହଯୋଗରେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା । ଚଢ଼ାଉ ସମୟରେ ମୋଟ ୨୦ଟି ଦୋକାନ/ବ୍ୟବସାୟିକ ପ୍ରତିଷ୍ଠାନ ଯାଞ୍ଚ କରାଯାଇଥିଲା l ଏହି ଯାଞ୍ଚ ସୁନାଖଳା ଅଞ୍ଚଳର  ବିନୋଦପଡ଼ା, ସୁନାଖଳା ମୁଖ୍ୟ ରାସ୍ତା, ଉପର ବଜାର, ଗୋପୀନାଥପୁର, ମେଡିକାଲ ଛକ ଆଦି ଜାଗାରେ ବିଭିନ୍ନ ହୋଲସେଲର୍ ଦୋକାନ, ହୋଟେଲ, ଫଳ ଦୋକାନ ଓ ଖୁଚୁରା ଦୋକାନ ଆଦିରେ…

Read More

ବୃଦ୍ଧାଶ୍ରମରେ ବରିଷ୍ଠ ନାଗରିକ ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ):  ସମର୍ପଣ ବୃଦ୍ଧାଶ୍ରମରେ ରୋଟାରୀ କ୍ଲବ ନୟାଗଡ଼ ପକ୍ଷରୁ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। କ୍ଲବ ସଭାପତି ବାସୁଦେବ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସମର୍ପଣର କାର୍ଯ୍ୟକାରୀ ସଭାପତି ଅରୁଣ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ। ସମର୍ପଣର ସମ୍ପାଦକ ଶ୍ରୀଧର ସାହୁ ବରିଷ୍ଠ ନାଗରିକ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଅନ୍ତେବାସୀମାନଙ୍କୁ ଅବଗତ କରାଇଥିଲେ। ରୋଟାରୀ କ୍ଲବ ସମ୍ପାଦକ ଦିଲ୍ଲୀପ ମିଶ୍ର କହିଥିଲେ, “କେବଳ ବରିଷ୍ଠ ନାଗରିକ ଦିବସ ପାଳନ କରିବା ପାଇଁ ଆମେ ଆପଣମାନଙ୍କ ପାଖକୁ ଆସିନାହୁଁ। ଆଗାମୀ ଦିନରେ ଆପଣମାନଙ୍କର ଯେକୌଣସି ସମସ୍ୟାର ସମାଧାନ ପାଇଁ ରୋଟାରୀ କ୍ଲବ ନୟାଗଡ଼ର ସମସ୍ତ ସଦସ୍ୟଙ୍କ ସହଯୋଗର ବାର୍ତ୍ତା ନେଇ ଆସିଛୁ।” କ୍ଲବ ସଦସ୍ୟ ଆଡଭୋକେଟ୍ ଦେବାଶିଷ ପଟ୍ଟନାୟକ ବରିଷ୍ଠ ନାଗରିକମାନଙ୍କ ଆଇନଗତ ଅଧିକାର ଓ ସେମାନଙ୍କ ପାଇଁ ଥିବା ବିଭିନ୍ନ ଆଇନଗତ ବ୍ୟବସ୍ଥା ସମ୍ପର୍କରେ…

Read More

ସ୍ୱାୟତ୍ତ ଶାସନ ଦିବସ ପାଇଁ ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତା

ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ନୟାଗଡ଼ ମୁନିସିପାଲିଟି ପକ୍ଷରୁ ଏନ୍‌.ଏ.ସି. ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ମୁନିସିପାଲିଟି ଅଧୀନରେ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ କନିଷ୍ଠ ଓ ବରିଷ୍ଠ ବିଭାଗରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ବକ୍ତୃତା, ସାଧାରଣ ଜ୍ଞାନ, ଚିତ୍ରାଙ୍କନ, ଦେଶାତ୍ମବୋଧକ ସଙ୍ଗୀତ ଓ ନୃତ୍ୟ ଆଦି ବିଭିନ୍ନ ବିଭାଗରେ ମୋଟ ୧୨୧ ଜଣ ପ୍ରତିଯୋଗୀ ନିଜ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ଛାତ୍ରଛାତ୍ରୀଙ୍କ ଉତ୍ସାହ ଓ ପ୍ରତିଭା ପ୍ରଦର୍ଶନରେ ପ୍ରତିଯୋଗିତାସ୍ଥଳୀ ଉତ୍ସବମୁଖର ହୋଇଉଠିଥିଲା।ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ଆସନ୍ତା ସ୍ୱାୟତ୍ତ ଶାସନ ଦିବସ ଅବସରରେ ପଠାଣି ସାମନ୍ତ ସଂସ୍କୃତି ଭବନରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର ଉତ୍ସବରେ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯିବ। କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା…

Read More

ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟରେ ରୋଟାରୀ କ୍ଲବ୍ ପକ୍ଷରୁ ୱାଟର ପ୍ୟୁରିଫାୟର ପ୍ରଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ରୋଟାରୀ କ୍ଲବ୍ ନୟାଗଡ଼ ପକ୍ଷରୁ ଆଜି ଚାହାଳିସ୍ଥିତ ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟକୁ ଏକ ୱାଟର ପ୍ୟୁରିଫାୟର ପ୍ରଦାନ କରାଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ନିରଞ୍ଜନ ଦାଶଙ୍କ ଠାରୁ ବିଦ୍ୟାଳୟରେ ଏକ ୱାଟର ପ୍ୟୁରିଫାୟରର ଆବଶ୍ୟକତା ସମ୍ପର୍କରେ ଜାଣିବା ପରେ ରୋଟାରୀ କ୍ଲବ୍ ନୟାଗଡ଼ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିଲା। ଆଜି ପ୍ରଧାନଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ରୋଟାରୀ କ୍ଲବ୍ ନୟାଗଡ଼ର ସଭାପତି ବାସୁଦେବ ସାହୁ, ଉପସଭାପତି ଜି. ରଶ୍ମିରାଜ ଏବଂ ସମ୍ପାଦକ ଦିଲ୍ଲୀପ ମିଶ୍ର ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ୱାଟର ପ୍ୟୁରିଫାୟରଟି ହସ୍ତାନ୍ତର କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଦିଗରେ ରୋଟାରୀ କ୍ଲବ୍ ନୟାଗଡ଼ର ଏହି ପଦକ୍ଷେପକୁ ବିଦ୍ୟାଳୟ ପକ୍ଷରୁ ସ୍ୱାଗତ କରାଯାଇଛି।

Read More

ଶ୍ରମିକଙ୍କ ଦାବି ପୂରଣ ପାଇଁ BMSର ପ୍ରତିବାଦ ଦିବସ, ବିଶାଳ ରାଲି, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଶ୍ରମିକମାନଙ୍କ ବିଭିନ୍ନ ନ୍ୟାୟସଙ୍ଗତ ଦାବିର ତୁରନ୍ତ ସମାଧାନ ଦାବିରେ ଭାରତୀୟ ମଜଦୂର ସଂଘ (BMS)ର ଜାତୀୟ ଆହ୍ୱାନ କ୍ରମେ ନୟାଗଡ଼ ଜିଲ୍ଲାରେ ‘ପ୍ରତିବାଦ ଦିବସ’ ପାଳିତ ହୋଇଛି। ଏହି ଅବସରରେ ବିଭିନ୍ନ ଶ୍ରମିକ ଓ କର୍ମଚାରୀ ସଂଗଠନର କାର୍ଯ୍ୟକର୍ତ୍ତାମାନେ ଏକ ବିଶାଳ ରାଲିରେ ଯୋଗଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ରାଲି ପରେ ଶ୍ରମିକମାନଙ୍କ ବିଭିନ୍ନ ଦାବି ସମ୍ବଳିତ ଏକ ଦାବିପତ୍ର ନୟାଗଡ଼ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ଭାରତୀୟ ମଜଦୂର ସଂଘର ରାଞ୍ଚିଠାରେ ଅନୁଷ୍ଠିତ ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତି (KKS) ବୈଠକର ନିଷ୍ପତ୍ତି ଅନୁଯାୟୀ ଅଗଷ୍ଟ ୧୭ ତାରିଖରେ ଦେଶର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଏହି ପ୍ରତିବାଦ ଦିବସ ପାଳନ କରାଯାଇଥିବା ସଂଘ ପକ୍ଷରୁ କୁହାଯାଇଛି। BMS ଓଡ଼ିଶା…

Read More

ତିନି ବର୍ଷ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ଆଦର୍ଶ, ନୟାଗଡ଼ ପାଇଁ ଆଣିଲେ ଗୌରବ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ ଓ ନୟାଗଡ଼ ସଦର ଥାନା ଅନ୍ତର୍ଗତ ଖଣ୍ଡୁଗାଁ ଗ୍ରାମର ତିନି ବର୍ଷୀୟ ଶିଶୁ ଆଦର୍ଶ ଅକ୍ଷର ଦାଶ ନିଜର ଅସାଧାରଣ ଜ୍ଞାନ ଓ ପ୍ରତିଭା ପ୍ରଦର୍ଶନ କରି ଚଳିତ ବର୍ଷ ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ–୨୦୨୬’ରେ ସ୍ଥାନ ପାଇଛନ୍ତି। ଏତେ କମ୍ ବୟସରେ ଏହି ସଫଳତା ହାସଲ କରି ଆଦର୍ଶ ସମଗ୍ର ନୟାଗଡ଼ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଖଣ୍ଡୁଗାଁ ଗ୍ରାମର ସିଲୁ ଦାଶ ଓ ପ୍ରତିଭା ପାଣିଗ୍ରାହୀଙ୍କ ସୁପୁତ୍ର ହେଉଛନ୍ତି ଆଦର୍ଶ। ନିଜ ବୟସ ତୁଳନାରେ ଅଧିକ ଜ୍ଞାନ ଅର୍ଜନ କରିଥିବା ଆଦର୍ଶ ଅନ୍‌ଲାଇନ୍ ମାଧ୍ୟମରେ ୨୦ଟି ବିଷୟର ବିଭିନ୍ନ ପ୍ରଶ୍ନର ସଠିକ୍ ଉତ୍ତର ପ୍ରଦାନ କରି ଏହି ରେକର୍ଡ ହାସଲ କରିଥିବା ଜଣାପଡ଼ିଛି। ତିନି ବର୍ଷ ବୟସରେ ଆଦର୍ଶଙ୍କ ଏଭଳି ପ୍ରତିଭା ଓ ସ୍ମରଣଶକ୍ତି…

Read More

ଚମ୍ପାଗଡ଼ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପରିଚାଳନା କମିଟି ଗଠନକୁ ନେଇ ଅନିୟମିତତା ଅଭିଯୋଗ

ରଣପୁର, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ଚମ୍ପାଗଡ଼ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟି ଗଠନ ଓ ସଦସ୍ୟ ଚୟନକୁ ନେଇ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଉଠିଛି। ଏନେଇ କିଛି ଛାତ୍ର-ଅଭିଭାବକ ରଣପୁର ବ୍ଲକ୍ ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ (ସମଗ୍ର ଶିକ୍ଷା), ଜିଲ୍ଲା ଶିକ୍ଷା ଅଧିକାରୀ ଓ ନୟାଗଡ଼ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ଅଭିଭାବକମାନଙ୍କ ଅଭିଯୋଗ ଅନୁଯାୟୀ, ପରିଚାଳନା କମିଟି ସଦସ୍ୟ ଚୟନ ପାଇଁ ପ୍ରଥମେ ଡକାଯାଇଥିବା ବୈଠକରେ ପ୍ରାୟ ୪୫ ଜଣ ଅଭିଭାବକ ଉପସ୍ଥିତ ଥିଲେ। ଆବଶ୍ୟକ ସଂଖ୍ୟକ ଉପସ୍ଥିତି ନଥିବା ଦର୍ଶାଇ ସେହି ବୈଠକକୁ ବନ୍ଦ କରାଯାଇଥିବା ଅଭିଯୋଗ ହୋଇଛି। ପରେ ଅନ୍ୟ ଏକ ଦିନ ବୈଠକ ଡକାଯାଇଥିବା ବେଳେ ସେଠାରେ ପ୍ରାୟ ୨୫ ଜଣ ଅଭିଭାବକ ଉପସ୍ଥିତ ଥିଲେ…

Read More