Blog

ଦେବସ୍ନାନ ପୂର୍ଣ୍ଣିମା ଅବସରରେ ନୟାଗଡ଼ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଭଜନ ସମାରୋହ

ନୟାଗଡ଼,(ନୟାଗଡ଼ ଦର୍ପଣ): ନବକଳେବର ରଥ ଚକ ସ୍ଥାପନ କମିଟି ଏବଂ ସଙ୍ଗୀତଧାରା, ନୟାଗଡ଼ର  ମିଳିତ ଆନୁକୂଲ୍ୟରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଦିନ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ ଉପଲକ୍ଷେ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ କଳାକାର ମାନଙ୍କୁ ନେଇ ଏକ ଭବ୍ୟ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।  ସୁର ଗନ୍ଧର୍ବ କଣ୍ଠଶିଳ୍ପୀ ନବକିଶୋର ମିଶ୍ର,କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ,  କଣ୍ଠଶିଳ୍ପୀ ଜୟଶ୍ରୀ ଦେବୀ,ଡ.ଆଶୁତୋଷ ମିଶ୍ର, ମାଧବ ଡାକୁଆ,କାଳିଦାସ ମହାପାତ୍ର,ବିଷ୍ନୁପ୍ରିୟା ବେହେରା, ଓମ ପ୍ରକାଶ ମହାରଣା,ଶୁଚିସ୍ମିତା ଦୋରା,ଓମ ପ୍ରସାଦ ପାତ୍ର, ସୋମାଲିନ ପୃଷ୍ଟି,ଜନ୍ମେଜୟ ପ୍ରଧାନ, ଲିପ୍ସାରାଣୀ ପଣ୍ଡା ପ୍ରମୁଖ ଭଜନ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ ଉଦଘାଟନ କରିଥିବା ବେଳେ ସଙ୍ଗୀତଧାରା ସଭାପତି ଡ.ବିଜୟ କୁମାର ଚୌଧୁରୀ, ରଥଚକ ସ୍ଥାପନା କମିଟି ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ପ୍ରଶାନ୍ତ ଦାଶ ପ୍ରମୁଖ ପରିଚାଳନା…

Read More

ଖଣ୍ଡପଡ଼ାରେ ଜାତୀୟ ପତାକାକୁ ଅସମ୍ମାନ, ଏସପିଙ୍କୁ ଲିଖିତ ଅଭିଯୋଗ ଦେଲା କଂଗ୍ରେସ

ନୟାଗଡ଼/ଖଣ୍ଡପଡ଼ା, (ନୟାଗଡ଼ ଦର୍ପଣ): ଜାତୀୟ ପତାକାକୁ ରାସ୍ତା କଡରେ ଫୋପାଡିବା ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇଛି ଜିଲ୍ଲା କଂଗ୍ରେସ। ଖଣ୍ଡପଡାରେ ଅପରେସନ ସିନ୍ଦୁର ଶୋଭାଯାତ୍ରାରେ ସ୍ଥାନୀୟ ବିଧାୟକ, ଏନଏସି ଅଧ୍ୟକ୍ଷା ଏବଂ ସରକାରୀ ପଦାଧିକାରୀ ହାତରେ ଜାତୀୟ ପତାକା ଧରି ଦେଶଭକ୍ତି ନିଦର୍ଶନ ଦେଖାଇଥିଲେ। କିନ୍ତୁ ଶୋଭାଯାତ୍ରା ପରେ ଜାତୀୟ ପତାକାକୁ କଲ୍ୟାଣମଣ୍ଡପ ପଛ ପାଖ ଅଳିଆ ଗଦାରେ ଫୋପାଡ଼ିଦେବା କେତେଦୂର ଠିକ। ଏଭଳି ସଂଗୀନ ଅପରାଧରେ ଜଡିତ ଥିବା ରାଜନେତା, ସରକାରୀ ବାବୁମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ନୟାଗଡର କଂଗ୍ରେସ ନେତା ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ, ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ପୀତବାସ ଖୁଣ୍ଟିଆ, ଦଳିତ ନେତା ମନୋଜ ନାଏକ ଏବଂ ସନ୍ତୋଷ ନାଏକ ପ୍ରମୁଖ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀଙ୍କୁ…

Read More

ନୟାଗଡ଼ର ‘ମା ଫାଉଣ୍ଡେସନ’କୁ ରାଜ୍ୟସ୍ତରୀୟ ପ୍ରକୃତି ମିତ୍ର ପୁରସ୍କାର

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମା’ଫାଉଣ୍ଡେସନକୁ ରାଜ୍ୟସ୍ତରୀୟ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ପରିବେଶ ସୁରକ୍ଷା ପାଇଁ ମା ଫାଉଣ୍ଡେସନ  ନୟାଗଡ଼ ସହର ତଥା ନୟାଗଡ଼ ବ୍ଲକ ମଧ୍ୟରେ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, କ୍ଲବ, ସହି, ପଥପାର୍ଶ୍ଵ, ଧାର୍ମିକସ୍ଥଳ ଓ ବ୍ୟବସାୟୀ ପ୍ରତିଷ୍ଠାନ ମାନଙ୍କ ମଧ୍ୟରେ ପରିବେଶ ସୁରକ୍ଷା ଉପରେ ସଚେତନତା କରାଇବା ସହ ଚାରା ରୋପଣ, ବଣ୍ଟନ ଆଦି ବିଭିନ୍ନ ଉଲେଖନୀୟ କର୍ଯ୍ୟ ପାଇଁ ଏହି ପୁରସ୍କାର ଗତ ୫ ତାରିଖରେ ରାଜ୍ୟ  ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପାରିବର୍ତ୍ତନ ବିଭାଗ ଭୁବନେଶ୍ୱରସ୍ଥ କୃଷି ଶିକ୍ଷା ସଦନ ଠାରେ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ-୨୦୨୫ ଅବସରରେ ଆୟୋଜିନ ପ୍ରକୃତି ମିତ୍ର ପୁରସ୍କାର ବିତରଣ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,…

Read More

ପୋଲିସର ନିଷ୍କ୍ରିୟତା ଅଭିଯୋଗରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ନୀରବ ପ୍ରତିବାଦ

ନୟାଗଡ଼, (ନୟାଗଡ଼ ଦର୍ପଣ):  ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରମାନେ ଅଭିନବ ଉପାୟରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସ୍ତ୍ରୀ ଓ ପ୍ରସୂତି ବିଭାଗ ଡା. ରବୀନ୍ଦ୍ର ନାଥ ସାହୁଙ୍କୁ ଡ୍ୟୁଟି ସମୟରେ ଆକ୍ରମଣ ହୋଇଥଲା। ଯଦି ଓ ପ୍ରସୂତି ମହିଳାଙ୍କ ମୃତ୍ୟୁ ପାଇଁ ତାଙ୍କୁ ନିଲମ୍ବନ କରାଯାଇଛି କିନ୍ତୁ ଜଣେ ଡାକ୍ତର ଡ୍ୟୁଟିରେ ଥିବାବେଳେ ତାଙ୍କୁ ଆକ୍ରମଣ କରିଥିବା ଆକ୍ରମଣକାରୀଙ୍କୁ ପୋଲିସ ଆଜି ପର୍ଯ୍ୟନ୍ତ ଗିରଫ କଲାନାହିଁ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଆନ୍ଦୋଳନ ରତ ଡାକ୍ତର। ପୋଲିସର ଏ ଟାଳଟୁଳ ନୀତି ଅବଲମ୍ବନ ପାଇଁ ଆଜି ମୁଖ୍ୟ ଚିକିତ୍ସାଳୟରେ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରିଥିଲେ ସମସ୍ତ ଡାକ୍ତର। ସମ୍ପୃକ୍ତ ଡାକ୍ତରଙ୍କ ନିଲମ୍ବନ ପ୍ରତ୍ୟାହାର କରି ଏକ ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯାଉ। ସେଥି ପାଇଁ ଆଜି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲା ସଭାପତି…

Read More

ନୟାଗଡ଼ ବାସୀଙ୍କୁ ଚିନିକଳ ପ୍ରତିଶ୍ରୁତି ଧକ୍କା  ଓ ମାଙ୍କଡ଼ା ଖଣିରେ ସାମିଲ ପ୍ରସଙ୍ଗରେ ସମ୍ବିତ ପାତ୍ରଙ୍କ କୁଶପୁତ୍ତଳିକା ଦାହ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ରେ ଆଜି ଉଭୟ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ପୁରୀ ସାଂସଦ ସମ୍ବିତ୍ ପାତ୍ରଙ୍କୁ ବିରୋଧ କରାଯାଇଛି। ସାଂସଦଙ୍କ ଗତକାଲିର ଗସ୍ତରେ ନୟାଗଡ଼ର ପବିତ୍ର ମାଟି ଅପବିତ୍ର ହୋଇଥିବା ଏବଂ ନୟାଗଡ଼ ମାଟିକୁ ପୁଣି ପବିତ୍ର କରିବା ଉଦ୍ଦେଶ୍ଯରେ କଂଗ୍ରେସ ପକ୍ଷରୁ ଗୋବର ଓ ଗଙ୍ଗାଜଳ ସିଞ୍ଚନ କରାଯାଇ, ଶତାଧିକ ଯୁବ ଓ ଛାତ୍ର କଂଗ୍ରେସ କର୍ମୀ ନୟାଗଡ଼ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରୁ ଏକ ବିଶାଳ ରାଲିରେ ବାହାରି ଗୋବର ପାଣି ସିଞ୍ଚିସିଞ୍ଚି, ଚିନିକଳ ପ୍ରତିଶ୍ରୁତି କୁଆଡେ ଗଲା, ଆଦି ବିଭିନ୍ନ ସ୍ଳୋଗାନ , ନାରାବାଜି, ବିରୋଧ କରି ନୟାଗଡ଼ ଗୋଲେଇ ଛକରେ ପହଞ୍ଚି ସେଠାରେ ସାଂସଦଙ୍କ କୁଶ ପତ୍ତଳିକାକୁ ତଳେ ପକାଇ ଦାହ କରିଥିଲେ। ସାଂସଦ ସମ୍ବିତ୍ ପାତ୍ର ଜିତିବା ପୂର୍ବରୁ ୧୦୦ ଦିନରେ ଚିନିକଳ ପ୍ରତିଶ୍ରୁତି ଦେଇ…

Read More

ଓଡଗାଁ ଏନଏସି ନିର୍ବାଚନ ୱାର୍ଡ ସଂରକ୍ଷଣରେ ପଛୁଆବର୍ଗ ଜାତିକୁ ଅଣଦେଖା କରାଯାଇଥିବା କହିଲା କଂଗ୍ରେସ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ବହୁ ପ୍ରତିକ୍ଷୀତ ଓଡଗାଁ ଏନଏସି ନିର୍ବାଚନ ପାଇଁ କରାଯାଇ ଥିବା ପ୍ରସ୍ତାବିତ ୱାର୍ଡ ସଂରକ୍ଷଣ ତାଲିକାରେ ପଛୁଆବର୍ଗ ଜାତି ସମୂହଙ୍କୁ ଅଣଦେଖା କରାଯିବା ନୟାଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ ଥିବା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ଅଭିଯୋଗ କରିଛନ୍ତି। ଜିଲ୍ଲପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ୱାରା ଗତ ୧୯ ମେ ପ୍ରକାଶିତ ଆସନ ସଂରକ୍ଷଣ ତାଲିକାରେ ପାଛୁବର୍ଗଙ୍କ ପାଇଁ ଆସନ ସଂରକ୍ଷିତ ଥିବାବେଳେ ଗତ ୫ ଜୁନରେ ସଂଶୋଧିତ ସଂରକ୍ଷଣ ତାଲିକାରେ ୨୦୨୨ ଓଡିଶା ସଂଶୋଧିତ ପୌର ଆଇନ ଆଳ ଦେଖାଇ ପଛୁଆବର୍ଗଙ୍କୁ ଆସନ ସଂରକ୍ଷଣ ତାଲିକାରୁ ବାଦ ଦେଇ ସେମାନଙ୍କର ରାଜନୈତିକ ଅଧିକାର କ୍ଷୁର୍ଣ୍ଣ କରାଯାଇଛି ବୋଲି କଂଗ୍ରେସ ନେତା କହିଛନ୍ତି। ଜାତୀୟ ସ୍ତର ଚାକିରୀ କ୍ଷେତ୍ରରେରେ ପଛୁଆବର୍ଗଙ୍କୁ ୨୭ପ୍ରତିଶତ ଏବଂ ଓଡିଶା ରାଜ୍ୟରେ ୧୧.୫ପ୍ରତିଶତ ସଂରକ୍ଷଣ ଭଳି ସାମ୍ବିଧାନିକ ଅଧିକାର…

Read More

ଶନିଶ୍ଚରଦେବଙ୍କ ବାର୍ଷିକ ଉତ୍ସବ ଓ ନବଗ୍ରହ ବିଗ୍ରହଙ୍କ ପ୍ରତିଷ୍ଠା ଉତ୍ସବ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ ଅନ୍ତର୍ଗତ ନନ୍ଦିଘୋର ନୂଆସାହି ଠାରେ ବିରାଜିତ ଶ୍ରୀ ଶ୍ରୀ ଶନିଶ୍ଚରଦେବଙ୍କ ବାର୍ଷିକ ଉତ୍ସବ ଓ ନବଗ୍ରହ ବିଗ୍ରହ ମାନଙ୍କ ପ୍ରତିଷ୍ଠା ଉତ୍ସବ ରବିବାର ଦିନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ପ୍ରାତଃ ସମୟରେ ନିକଟବର୍ତ୍ତୀ ରାଜବନ୍ଧ ପୋଖରୀରୁ ନୈଷ୍ଠିକ ବ୍ରାହ୍ମଣ ପଣ୍ଡିତଙ୍କ ଦ୍ବାରା ବୈଦିକ ରୀତିନୀତି ଅନୁଯାୟୀ ହୋମ କରିବା ପରେ ୧୦୮ ପବିତ୍ର ଜଳପୂର୍ଣ୍ଣ ଘଟ ଧରି ମହାଆଡମ୍ବରରେ ଗ୍ରାମ ପରିକ୍ରମା କରିବା ପରେ ପୂଜା ମଣ୍ଡପରେ ସ୍ଥାପନ କରିଥିଲେ। ପରେ ପରେ ସୂର୍ଯ୍ୟ ପୂଜା, ଗୁରୁ ପୂଜା, ଗୋ ପୂଜା, ମହାସ୍ନାନ, ନବଗ୍ରହଙ୍କ ଷୋଡ଼ଶ ଉପଚାର ପୂଜା, ହବନ, ଆଳତି, ସପ୍ତଚଣ୍ଡୀ ଆହୁତି ଓ ଗୀତାପାଠ କରାଯାଇଥିଲା। ଅନ୍ୟପକ୍ଷରେ ନବଗ୍ରହ ବିଗ୍ରହ ମାନଙ୍କ ପ୍ରତିଷ୍ଠା ଉତ୍ସବ ଓ ମନ୍ଦିରର ରତ୍ନମୁଦ କାର୍ଯ୍ୟକ୍ରମ ଶନିଶ୍ଚର ମନ୍ଦିରର ପରିଚାଳନା କମିଟିର ସଭାପତି…

Read More

ପିତ୍ତଳରେ ଝଲସିବ ନୟାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀଙ୍କ ମୁଖ୍ୟ ଦ୍ୱାର କବାଟ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡର ଇଷ୍ଟ ତଥା ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀଙ୍କ ମୁଖ୍ୟ ଦ୍ୱାର ପିତ୍ତଳରେ ଝଲସିବ। ବହୁ ବର୍ଷର ଅପେକ୍ଷା ପରେ ଆଜି ମା ଦକ୍ଷିଣକାଳୀ ମନ୍ଦିର ପରିଚାଳନା କମିଟିର ନବ ନିର୍ବାଚିତ ସଦସ୍ୟଙ୍କ କାର୍ଯ୍ୟକାରିଣୀ ବୈଠକ ମନ୍ଦିର ସଭାଗୃହରେ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପିତ୍ତଳ କବାଟର ନିର୍ମାଣ ନିମନ୍ତେ ପ୍ରାୟ ୧୦ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଥିବା ବେଳେ ସମସ୍ତ ଅର୍ଥ ଭକ୍ତମାନେ ଦାନ ଅର୍ଥରେ ପ୍ରଦାନ କରିବେ ବୋଲି ମତବ୍ୟକ୍ତ କରିଥିଲେ। ଏତଦ ବ୍ୟତୀତ ମନ୍ଦିର ଆୟ ବୃଦ୍ଧି, ଆଗାମୀ ପଣାଯାତ୍ରା, ମନ୍ଦିର ନୀତିକାନ୍ତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ସର୍ବ ସମ୍ମତି କ୍ରମେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ କିଷାନ କୁମାର ଦାସ, ଉପସଭାପତି ଦାଶରଥି…

Read More

ସମ୍ଭାବ୍ୟ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀଙ୍କ ଦ୍ବାରା ଏକ ପ୍ରସ୍ତୁତି ବୈଠକ ଆହ୍ବାନ କରାଯାଇଥିଲା । ଏଥିରେ ପ୍ରତ୍ୟେକ ବ୍ଲକ ଓ ଏନ.ଏ.ସି. ଅଂଚଳର ଅଧିକାରୀ, ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳୀର ସଭାପତି ଓ ସଂପାଦକ, ଜିଲ୍ଲାସ୍ତରୀୟ ଅଧିକାରୀ, ସ୍ବେଚ୍ଛାସେବୀ ସଂଗଠନ ଓ ସାମାଜିକ କର୍ମୀମାନେ ଯୋଗ ଦେଇଥିଲେ । ଏହି ସଭାରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ  ତପତିରାଜ୍ ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ପୁଷ୍ପା ନୀଳିମା ଲାକ୍ରା, ଅଗ୍ନିଶମ ଅଧିକାରୀ ପ୍ରସନଜିତ୍ ବେହେରା, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅଶୋକ କୁମାର ରଥ ଅଂଶ ଗ୍ରହଣ କରି ସମସ୍ତ ଅଂଶଗ୍ରହଣକାରୀଙ୍କୁ ଏହା ବିଷୟରେ ବୁଝାଇଥିଲେ । ମୁଖ୍ୟତଃ ଏହି କାର୍ଯ୍ୟକ୍ରମ Table Top exerciseକୁ ଆସନ୍ତା ତା.୧୮.୦୬.୨୦୨୫ରିଖ ଦିନ ସମସ୍ତ ବ୍ଲକ, ଏନ.ଏ.ସି. ତଥା ଜିଲ୍ଲାସ୍ତରରେ…

Read More

ନୟାଗଡ଼ଜିଲ୍ଲାର ସମସ୍ତ ସରପଞ୍ଚଙ୍କୁ ନେଇ ଏକ ଦିବସୀୟ ସରପଞ୍ଚ ସମ୍ମିଳନୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପରିଷଦ ସୃଜନ ସଭାଗୃହରେ ଏକ ଦିବସୀୟ ସରପଞ୍ଚ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ମୀନା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ସଦସ୍ୟଙ୍କୁ ପଞ୍ଚାୟତ ଆଡଭାନସ ଇଣ୍ଡେକ୍ସ, ପଞ୍ଚାୟତର ୱସୁପରିଚାଳନା ଉପରେ ତାଲିମ ଦିଆଯାଇଥିଲା । ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ବିଶେଷତ୍ୱ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗବେଷକ ବ୍ୟକ୍ତିତ୍ୱ ଏବଂ ଆଇନସେବା ପ୍ରାଧିକରଣ ସଚିବ ଅଞ୍ଜଳୀ ମାଛକୁଣ୍ଡ, ଆସିଷ୍ଟଣ୍ଡ ଡାଇରେକ୍ଟର ସନ୍ତୋଷ କୁମାର ପାତ୍ର, ମୋଟେଭେସନାଲ ସ୍ପିକର ଏ.କେ ମଙ୍ଗରାଜ, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରକାଶ କୁମାର ତ୍ରିପାଠୀ, ଜିଲ୍ଲା ମୁଖ୍ୟ…

Read More