ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ସର୍ବପୁରାତନ ପୂଜା ସମିତି ଭାବେ ପରିଚିତ ସାର୍ବଜନୀନ ଦୁର୍ଗାପୂଜା ସମିତିର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି। ଏନେଇ ଗତ ୨୬ ଅଗଷ୍ଟ ୨୦୨୬, ବୁଧବାର ଦିନ ପୂର୍ବତନ ସମ୍ପାଦକଙ୍କ ବାସଭବନରେ ବରିଷ୍ଠ ତଥା ପୂର୍ବତନ ସଭାପତି ନିରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ୨୦୧୦ ମସିହାରେ ପାରିତ ସଂକଳ୍ପ ପତ୍ର ଅନୁଯାୟୀ ପୂର୍ବବତ୍ ନୟାଗଡ଼ ବିଧାୟକଙ୍କୁ ମୁଖ୍ୟ ଉପଦେଷ୍ଟା ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ପୌର ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଅମଲା ସଂଘ ସଭାପତିଙ୍କ ସମେତ ସତ୍ୟନାରାୟଣ ପ୍ରଧାନ (ପୂର୍ବତନ ବିଧାୟକ, ରଣପୁର), ପ୍ରମୋଦ ପଟ୍ଟନାୟକ, ନିରଞ୍ଜନ ମିଶ୍ର, ଭବରଞ୍ଜନ ଦାସ, ଅରୁଣ କୁମାର ମହାନ୍ତି, ଦାମୋଦର ସାହୁ, ନିର୍ମଳ ସୁରଦେଓ, ଶ୍ରୀକାନ୍ତ କୁମାର ଖଟେଇ ଓ ରଞ୍ଜିତ କୁମାର ଦାସଙ୍କୁ ଉପଦେଷ୍ଟା ଭାବେ ସମିତିକୁ ସହଯୋଗ କରିବା ପାଇଁ ରଖାଯାଇଛି।
ବୈଠକରେ ସର୍ବସମ୍ମତିକ୍ରମେ ନୂତନ କର୍ମକର୍ତ୍ତା ଭାବେ ପ୍ରଭାତ କୁମାର ଷଡ଼ଙ୍ଗୀ ସଭାପତି, ଶିଶିର କୁମାର ଦାସ ଉପସଭାପତି, ସୁମନ କୁମାର ସାହୁ ସମ୍ପାଦକ, ପ୍ରଦୀପ୍ତ କୁମାର ସାହୁ ସହସମ୍ପାଦକ ଏବଂ ଅଶୋକ କୁମାର ମଲ୍ଲ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ। ସେହିପରି କାର୍ଯ୍ୟକାରୀ କମିଟି ସଭ୍ୟ ଭାବେ ରଜନୀକାନ୍ତ ଭୂୟାଁ, ସନ୍ତୋଷ କୁମାର ପ୍ରଧାନ, ଜାନକୀବଲ୍ଲଭ ଜେନା, ନେତ୍ରାନନ୍ଦ ସାହୁ, ରଞ୍ଜନ ରଶ୍ମି ଜେନା, ସୁରେଶ କୁମାର ମହାନ୍ତି, ପ୍ରଦୀପ କୁମାର ଡାକୁଆ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସୁମନ୍ତ କୁମାର ପଟ୍ଟନାୟକ, ବିରଞ୍ଚି ନାରାୟଣ ବେହେରା, ପ୍ରକାଶ ଚନ୍ଦ୍ର ଦୋରା, ମନୋରଞ୍ଜନ ସାହୁ ଓ ସନ୍ତୋଷ କୁମାର ଦାସ ମନୋନୀତ ହୋଇଥିଲେ।
ଏହି ବୈଠକରେ ନୟାଗଡ଼ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସମିତିର କର୍ମକର୍ତ୍ତାମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ। ନୂତନ କମିଟି ଆଗାମୀ ଦୁର୍ଗାପୂଜାକୁ ଶୃଙ୍ଖଳିତ, ଭକ୍ତିମୟ ଓ ଆକର୍ଷଣୀୟ ଭାବେ ଆୟୋଜନ କରିବା ଦିଗରେ କାର୍ଯ୍ୟ କରିବ ବୋଲି ଆଶା ପ୍ରକାଶ ପାଇଛି। ପରିଶେଷରେ ନୂତନ ମନୋନୀତ ସଭାପତି ପ୍ରଭାତ କୁମାର ଷଡ଼ଙ୍ଗୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ନୟାଗଡ଼ ସାର୍ବଜନୀନ ଦୁର୍ଗାପୂଜା ସମିତିର ନୂତନ କର୍ମକର୍ତ୍ତା ଚୟନ
