Blog

ଦଶପଲ୍ଲାରେ ରେଲୱେ ଟ୍ରାକ ନିର୍ମାଣ ନାଁ’ରେ କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ହେଉଥିବା ଅଭିଯୋଗ କଲା ଜିଲ୍ଲା କଂଗ୍ରେସ

ଦଶପଲ୍ଲା,(୧୪/୦୮):- ଦଶପଲ୍ଲା ରେଲୱେ ଟ୍ରାକ ନିର୍ମାଣ ପାଇଁ ଦଶପଲ୍ଲା ତହସିଲ ଅନ୍ତର୍ଗତ ପୁରୁଣା ଦଶପଲ୍ଲା ନୁଆସାହି ସରହଦର ପ୍ରାୟ ୨କିମି ରେଳ ଲାଇନ ଭୂଇଁଠାରୁ ୨୧ ମିଟର ଗଭୀର ଖୋଳାଯିବା ସହ ଦୁଇଟି ପାହାଡ଼ କଟାଯାଇଛି। ବର୍ତମାନ ପ୍ରାୟ ୧୦ ମିଟର ତଳକୁ ଖୋଳାଯିବା ଦ୍ୱାରା ତଳୁ ବହୁ ପରିମାଣର କଳାମୁଗୁନି ପଥର ବାହାରିଛି ଏବଂ ପାହାଡ଼ କଟାଯିବା ଯୋଗୁଁ ପ୍ରାୟ ଆନୁମାନିକ ୫ହଜାର ଟ୍ରିପ ପଥର ଏବଂ ମାଟିତଳୁ ପ୍ରାୟ ୨ହଜାର ଟ୍ରିପ ପଥର ବାହାରି ଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୁଣି ଆଉ ଅବଶିଷ୍ଟ ପାହାଡ଼ କଟାଯିବା ସହ ମାଟିତଳୁ ଆଉ ସେତିକି ବଡ଼ବଡ଼ ମୂଲ୍ୟବାନ କଳାମୁଗୁନି ପଥର ବାହାରିବ। ଆଜକୁ ଦୁଇ ତିନି ମାସ ଧରି ରେଲୱେ ଠିକାଦାର ଶ୍ରୀ ଦୁର୍ଗା କନଷ୍ଟ୍ରକସନ କମ୍ପାନୀ ବ୍ଲାଷ୍ଟିଙ୍ଗ କରି ପାହାଡ଼ ଫଟାଇ ପ୍ରାୟ…

Read More

କିଶୋରପ୍ରସାଦରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର

ଗଣିଆ(୧୪,୦୮):- କୋରୋନା ମହାମାରୀ ସମୟରେ ସାରା ରାଜ୍ୟରେ ସତର୍କତା ଅବଲମ୍ବନ କରାଯାଉଥିବା ବେଳେ ରକ୍ତ ଅଭାବ ସମସ୍ୟାକୁ ଦୂର କରିବା ପାଇଁ ଜୀବନ ବିନ୍ଦୁ ତଥା ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ବରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରମାନ ଚାଲୁ ରହିଛି । ଏହି ପରିପ୍ରେକ୍ଷିରେ ଆଜି ଗଣିଆ ବିଜୁଯୁବ ଛାତ୍ର ଜନତା ଦଳ ଆନୁକୂଲ୍ୟରେ କିଶୋରପ୍ରସାଦ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଅତିଥିଭାବେ ବିଧାୟକ ଶ୍ରୀଯୁକ୍ତ ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ କନ୍ଧମାଳ ସାଂସଦଙ୍କ ନୟାଗଡ଼ ଜିଲ୍ଲା ପ୍ରତିନିଧି ଶଦାଶିଵ ମିଶ୍ର, ଗଣିଆ ସରପଞ୍ଚ…

Read More

ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ କରିବେ ଜିଲ୍ଲାପାଳ

ନୟାଗଡ଼,(୧୩/୦୮):- ଚଳିତ ବର୍ଷ ୭୫ତମ ସ୍ୱାଧିନତା ଦିବସ ପାଳନ ଅବସରରେ ନୟାଗଡ଼ ଜିଲ୍ଲାସ୍ତରୀୟ ସମାରୋହରେ ମୁଖ୍ୟ ଅତିଥିଭାବେ ଜାତୀୟ ପତାକା ଉତ୍ତୋଳନ କରିବେ ଜିଲ୍ଲାପାଳ ଡା. ପୋମା ଟୁଡୁ । କୋଭିଡ କଟକଣା ଯୋଗୁଁ ସ୍ଥାନୀୟ ପୋଲିସ ପ୍ରଶିକ୍ଷଣ କେନ୍ଦ୍ର ପରିସରରେ ନିରାଡ଼ମ୍ବର ଭାବେ ପାଳିତ ହେବାକୁ ଥିବା ଏହି ସ୍ୱାଧିନତା ଦିବସ ସମାରୋହରେ ଛାତ୍ରଛାତ୍ରୀମାନେ ପ୍ୟାରେଡରେ ଭାଗ ନେବେ ନାହିଁ କିମ୍ବା ସମାରୋହରେ ସାମିଲ ହେବେ ନାହିଁ। ସେହିପରି ଏହି ସମାବେଶକୁ ଜନସାଧାରଣଙ୍କୁ ମଧ୍ୟ ସମ୍ପୁର୍ଣ୍ଣ ଭାବେ ବାରଣ କରାଯାଇଥିବା ବେଳେ କେବଳ ସ୍ଥାନୀୟ ପୋଲିସ ଏବଂ ସରକାରୀ କର୍ମଚାରଙ୍କୁ ନେଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସେହିପରି କୋଭିଡ ନିୟମାବଳୀ ଅନୁଯାୟୀ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ସ୍ୱାଧିନତା ଦିବସ ପାଳନ କରାଯିବ ମାତ୍ର ଛାତ୍ରଛାତ୍ରୀମାନେ ଏହି ସମାରୋହରେ ଯୋଗଦାନ କରିପାରିବେ ନାହିଁ। ଏ…

Read More

ନୟାଗଡ଼ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ନୟାଗଡ଼,(୧୩/୦୮):- ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଜିଲ୍ଲାପାଳ ଡ.ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ନୟାଗଡ଼ ଜିଲ୍ଲାରେ ଘଟୁଥିବା ଦୁର୍ଘଟଣା ସମ୍ପର୍କରେ ଉଦବେଗ ପ୍ରକାଶ କରିଥିଲେ । ନୟାଗଡ଼ ଜିଲ୍ଲାକୁ ଦୁର୍ଘଟଣା ମୁକ୍ତ କରିବା ପାଇଁ ସମସ୍ତ ବିଭାଗକୁ ତାଗିଦ କରିବା ସହ ପ୍ରତ୍ୟେକ ଦୁର୍ଘଟଣାର କାରଣ ଜାଣିବାକୁ ଚାହିଁଥିଲେ । ଆଞ୍ଚଳିକ ପରିବହନ ଅଧିକାରୀ ଇଂ. ସମ୍ବିତ କୁମାର ଦୁର୍ଘଟଣାର କାରଣ ଓ ନିରାକରଣ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ । ଜିଲ୍ଲାପାଳ ତୁରନ୍ତ ବସଷ୍ଟାଣ୍ଡର ସ୍ଥାନାନ୍ତରୀକରଣ କରିବା ପାଇଁ ବସ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଥିଲେ । ଟ୍ରକ ଆସୋସିଏସନର କର୍ମକର୍ତ୍ତା ନିଜର ଯାନବାହନ ରକ୍ଷଣା ବେକ୍ଷଣ ପାଇଁ ଏକ ଜମିର ଆବଶ୍ୟକତା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ । ଜିଲ୍ଲାପାଳ ଗୁଡ୍ ସାମରିଟାନ୍ ନିୟମ…

Read More

ଗଣିଆ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ଗଣିଆ,(୧୩/୦୮):- ଗଣିଆ ପଞ୍ଚାୟତ ସମିତି ସଭାଗୃହରେ କୋଭିଡ ନିୟମ ଅନୁଯାୟୀ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍‌ ଉପାଧ୍ୟକ୍ଷା ଶାନ୍ତିଲତା ଦାଶଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ କନ୍ଧମାଳ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ମହେଶ୍ୱର ମହାରଣା, ବିଡ଼ିଓ ସିରିୟାଲ ଶୁଭ୍ର ପଟେଲ, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ସରୋଜ କୁମାର ନାୟକ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ପ୍ରଥମେ ସାମାଜିକ ସୁରକ୍ଷା କର୍ମୀ ପ୍ରଣବ ନାୟକଙ୍କୁ ପୂର୍ବ ବୈଠକର ଆଲୋଚନାକୁ ପାଠ କରିବା ପାଇଁ ବିଡ଼ିଓ କହିଥିଲେ । ଜନପ୍ରତିନିଧି ଓ ସରକାରୀ କର୍ମଚାରୀମାନଙ୍କୁ ବ୍ଲକ୍‌ରେ କାର୍ଯ୍ୟକାରୀ ହେବାକୁଥିବା ଯୋଜନାରେ ଜନପ୍ରତିନିଧିମାନଙ୍କ ସହଯୋଗ ଓ ଭାଗିଦାରିତା ରହିଲେ ବ୍ଲକର ସମସ୍ତ…

Read More

ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ଶିକ୍ଷା,(୧୨/୦୮):- ଆଜିଠୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆରମ୍ଭ ହୋଇଛି।  ଆଜି ଦିନ ୧୧ଟାରୁ ଖୋଲିଛି ସାମସ ପୋର୍ଟାଲ www.samsodisha.gov.inରେ ଫର୍ମ ଉପଲବ୍ଧ ହେବ।  ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ।  ସେପ୍ଟେମ୍ବର ୧୩ ତାରିଖ ଦିନ ୧୧ଟା ୩୦ରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ।  ସେପ୍ଟେମ୍ବର ୧୪ରୁ ସେପ୍ଟେମ୍ବର ୨୧ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ।  ୨୭ ତାରିଖ ଅପରାହ୍ନ ୪ଟାରେ ଦ୍ୱିତୀୟ ମେରିଟ ଲିଷ୍ଟ ପ୍ରକାଶ ପାଇବ।  ୨୯ସେପ୍ଟେମ୍ବରରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ଦ୍ୱିତୀୟ ପଯର୍ୟାୟ ନାମଲେଖା ହେବ।  ଦୁଇ ପର୍ଯ୍ୟାୟ ନାମଲେଖା ପରେ ବଳକା ସିଟ୍ ତାଲିକା ଓ ସ୍ପଟ ଆଡମିଶନ ପାଇଁ ଅକ୍ଟୋବର ୪ରେ ମେରିଟ ଲିଷ୍ଟ ପ୍ରକାଶ ପାଇବ।  ଛାତ୍ରଛାତ୍ରୀମାନେ ସ୍ପଟ ଆଡମିଶନ ପାଇଁ ଅକ୍ଟୋବର ୪ ଓ ୫ ତାରିଖରେ…

Read More

ଖଣ୍ଡପଡ଼ାରେ ସ୍ୱଚ୍ଛତା ପଖୱାଡ଼ା କାର୍ଯ୍ୟକ୍ରମରେ ବୃକ୍ଷ ରୋପଣ

ଖଣ୍ଡପଡ଼ା,(୧୨/୦୮):- ଜାତୀୟ ଯୁବ ଦିବସ ଉପଲକ୍ଷେ ୟୁନିକ୍ ଆସୋସିଏସନ୍ ଓ ନେହେରୁ ଯୁବକେନ୍ଦ୍ରର ମିଳିତ ଆନୁକୁଲ୍ୟରେ ଖଣ୍ଡପଡ଼ା ବ୍ଲକର ଶିଖରପୁର ଗ୍ରାମରେ ଆଜି ସ୍ୱଚ୍ଛତା ପଖୱାଡ଼ା କାର୍ଯ୍ୟକ୍ରମର ଦ୍ଵାଦଶ ଦିବସରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ୱଚ୍ଛତା ପଖୱାଡ଼ା କାର୍ଯ୍ୟକ୍ରମ ୦୧ଅଗଷ୍ଟରୁ ଆରମ୍ଭ ହୋଇଥିବା ବେଳେ ଏହା ୧୫ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ସ୍ଵଚ୍ଛ ରହିବା ସହିତ ଆମ ଚାରିପାର୍ଶ୍ୱକୁ ସ୍ୱଚ୍ଛ ରଖିବା ପାଇଁ ଆଜି ଏହି କାର୍ଯ୍ୟକ୍ରମରେ ସଂକଳ୍ପ ନିଆଗଲା। ଭାରତ ସରକାରଙ୍କ ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ ଥିବା ନେହେରୁ ଯୁବ କେନ୍ଦ୍ର ତରଫରୁ ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏ କାର୍ଯ୍ୟକ୍ରମ ଜାରି ରହିଛି। ଆଜିର ଏହି କାର୍ଯ୍ୟକ୍ରମରେ ସତ୍ୟବ୍ରତ ମହାରଣା, ଦେବବ୍ରତ ମିଶ୍ର, ଦୀପକ କୁମାର, ପଦ୍ମଲୋଚନ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଅନନ୍ୟା ଫାଉଣ୍ଡେସନର ପ୍ରତିଷ୍ଠାତା…

Read More

କମ୍ରେଡ଼ ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ରଣପୁର,(୧୨/୦୮):- ବର୍ଷିୟାନ କମ୍ୟୁନିଷ୍ଟ ନେତା ତଥା ରଣପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ କମ୍ରେଡ଼ ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟଙ୍କ ବିୟୋଗରେ ଆଜି ସିପିଆଇ(ଏମ) ନୟାଗଡ଼ ଜିଲ୍ଲା କମିଟି ତରଫରୁ ଏକ ଜିଲ୍ଲାସ୍ତରୀୟ ‘ଶ୍ରଦ୍ଧାଞ୍ଜଳି ସଭା’ ରଣପୁରର ସହୀଦ ରଘୁ ଦିବାକର ଭବନ ଠାରେ ସାଥି ବିଶ୍ୱନାଥ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ଦିବଂଗତ ଶ୍ରୀଯୁକ୍ତ ସାମନ୍ତରାୟଙ୍କ ଅମର ଆତ୍ମାଙ୍କର ସଦଗତି ନିମନ୍ତେ ଦୁଇ ମିନିଟି ନୀରବ ପ୍ରାର୍ଥନା କରାଯାଇଥିଲା। ଦିବଂଗତ ଶ୍ରୀଯୁକ୍ତ ସାମନ୍ତରାୟ ଜଣେ ସଚ୍ଚା କମ୍ୟୁନିଷ୍ଟ, ସ୍ଵଛ ଓ ନିର୍ମଳ ବ୍ୟକ୍ତିତ୍ୱ, ସାଥୀ ପ୍ରେମୀ ଓ ଜନପ୍ରିୟ ନେତା ହେବା ସହିତ ଜଣେ ସାରସ୍ୱତ ସାଧକ ମଧ୍ୟ ଥିଲେ।ତାଙ୍କର ଆଵର୍ତମାନରେ ଉପସ୍ଥିତ ସମସ୍ତ ସାମନ୍ତରାୟ ପ୍ରେମୀମାନେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କର ସ୍ମୃତି ଚାରଣ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ପାର୍ଟିର ରାଜ୍ୟସ୍ତରୀୟ…

Read More

ପୁଲିସ ଦ୍ଵାରା ଦେଶୀ ମଦ ଜବତ, ଦୁଇ ଗିରଫ

ନୟାଗଡ,(୧୨/୦୮): ନୟାଗଡ଼ ସଦରଥାନା ପୁଲିସ ବୁଧବାର ରାତିରେ ୫୦ ଲିଟର ଦେଶୀ ମଦ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ଼ ଟାଉନଥାନା ଅନ୍ତର୍ଗତ ଗାନ୍ଧୀନଗର ବାସିନ୍ଦା ପ୍ରଦୀପ୍ତ ମହାନ୍ତି ଏବଂ ରବିନ୍ଦ୍ର ଜେନା । ସଦରଥାନା ପୁଲିସ ବୁଧବାର ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ଏମାନେ ବାଲୁଗାଁ ପଟୁ ନୟାଗଡ଼କୁ ଏକ ମୋଟର ସାଇକେଲ ଯୋଗେ ଆସୁଥିଲେ । ବାଇକରେ ଏକ ବସ୍ତା ଲୋଡ଼ ହୋଇଥିବା ଦେଖି ପୁଲିସର ସନ୍ଦେହ ହେବାରୁ ବାଇକକୁ ଅଟକାଇ ତନଖି କରିବାପରେ ସେମାନଙ୍କ ଠାରୁ ଏକ ବସ୍ତାରେ ୫ଶହ ଦେଶୀ ମଦ ପାଉଚ ଥିବା ଦେଖାଯାଇଥିଲା । ପୁଲିସ ମଦ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ।

Read More

ସ୍ୱାତୀଲଗ୍ନା ସାହିତ୍ୟ ଇ-ପତ୍ରିକା ପକ୍ଷରୁ ରାଜ୍ୟ ସ୍ତରୀୟ ବକ୍ତୃତା ଓ ସଙ୍ଗୀତ ପ୍ରତିଯୋଗିତା

ନୟାଗଡ,(12/08):- ପବିତ୍ର ସ୍ୱାଧୀନତା ଦିବସ ଉପଲକ୍ଷେ ସ୍ୱାତୀଲଗ୍ନା ସାହିତ୍ୟ ଇ-ପତ୍ରିକା ପକ୍ଷରୁ ଏକ ରାଜ୍ୟ ସ୍ତରୀୟ ବକ୍ତୃତା ଓ ସଙ୍ଗୀତ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୮ବର୍ଷରୁ ୧୩ବର୍ଷର ଛାତ୍ରଛାତ୍ରୀ ଗୀତ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେହିପରି ୧୩ରୁ ୧୮ବର୍ଷର ଛାତ୍ରଛାତ୍ରୀମାନେ ଓଡ଼ିଆ ବକ୍ତୃତା ରେ ‘ଆଜିର ଭାରତ’ ଶୀର୍ଷକ’ରେ ବକ୍ତୃତା ଦେଇଥିଲେ। ଗୀତ ପ୍ରତିଯୋଗିତାରେ କଳାହାଣ୍ଡିର ଦିବ୍ୟାଂଶ ମୁଣ୍ଡ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ନୟାଗଡ ଜିଲ୍ଲାର ଅଂଶୁମାନ ପାତ୍ର ଦ୍ୱିତୀୟ, ଓଁକାର ଔଜାଲ୍ୟ ଓ ସ୍ବୟଂ ପ୍ରଭା ସାହୁ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଓଡ଼ିଆ ବକ୍ତୃତାରେ ପୁରୀ ଜ଼ିଲ୍ଲାର ସ୍ବର୍ଣ୍ଣପ୍ରଭା ପଣ୍ଡା ପ୍ରଥମ ସ୍ଥାନ, ନୟାଗଡ ଜିଲ୍ଲାର ସାଇଶ୍ରୀ ପଣ୍ଡା ଦ୍ୱିତୀୟ ଓ ସମ୍ୟକ ସ୍ୱୟଂଜିତ ମିଶ୍ର  ତୃତୀୟ ସ୍ଥାନ ଅଧିକାର କରିଥିଲେ।…

Read More