ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ କରିବେ ଜିଲ୍ଲାପାଳ

ନୟାଗଡ଼,(୧୩/୦୮):- ଚଳିତ ବର୍ଷ ୭୫ତମ ସ୍ୱାଧିନତା ଦିବସ ପାଳନ ଅବସରରେ ନୟାଗଡ଼ ଜିଲ୍ଲାସ୍ତରୀୟ ସମାରୋହରେ ମୁଖ୍ୟ ଅତିଥିଭାବେ ଜାତୀୟ ପତାକା ଉତ୍ତୋଳନ କରିବେ ଜିଲ୍ଲାପାଳ ଡା. ପୋମା ଟୁଡୁ । କୋଭିଡ କଟକଣା ଯୋଗୁଁ ସ୍ଥାନୀୟ ପୋଲିସ ପ୍ରଶିକ୍ଷଣ କେନ୍ଦ୍ର ପରିସରରେ ନିରାଡ଼ମ୍ବର ଭାବେ ପାଳିତ ହେବାକୁ ଥିବା ଏହି ସ୍ୱାଧିନତା ଦିବସ ସମାରୋହରେ ଛାତ୍ରଛାତ୍ରୀମାନେ ପ୍ୟାରେଡରେ ଭାଗ ନେବେ ନାହିଁ କିମ୍ବା ସମାରୋହରେ ସାମିଲ ହେବେ ନାହିଁ। ସେହିପରି ଏହି ସମାବେଶକୁ ଜନସାଧାରଣଙ୍କୁ ମଧ୍ୟ ସମ୍ପୁର୍ଣ୍ଣ ଭାବେ ବାରଣ କରାଯାଇଥିବା ବେଳେ କେବଳ ସ୍ଥାନୀୟ ପୋଲିସ ଏବଂ ସରକାରୀ କର୍ମଚାରଙ୍କୁ ନେଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସେହିପରି କୋଭିଡ ନିୟମାବଳୀ ଅନୁଯାୟୀ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ସ୍ୱାଧିନତା ଦିବସ ପାଳନ କରାଯିବ ମାତ୍ର ଛାତ୍ରଛାତ୍ରୀମାନେ ଏହି ସମାରୋହରେ ଯୋଗଦାନ କରିପାରିବେ ନାହିଁ। ଏ ସମ୍ପର୍କରେ ସରକାରଙ୍କ କଡ଼ା ନିର୍ଦ୍ଦେଶ ରହିଛି । କେବଳ ଶିକ୍ଷକ, ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ନେଇ ଶିକ୍ଷାନୁଷ୍ଠାନ ମାନଙ୍କରେ ସ୍ୱାଧିନତା ଦିବସ ପାଳନ କରାଯିବ । ଅନ୍ୟପକ୍ଷରେ ବିଭିନ୍ନ ସରକାରୀ ଏବଂ ଘରୋଇ ଅନୁଷ୍ଠାନ ଗୁଡ଼ିକରେ କୋଭିଡ କଟକଣା ଅନୁଯାୟୀ ପତାକା ଉତ୍ତୋଳନ କରାଯିବାକୁ ନିର୍ଦ୍ଦେଶ ଥିବା ବେଳେ ଜନସାଧାରଣଙ୍କ ସମାଗମକୁ କଡ଼ାକଡ଼ି ଭାବେ ବାରଣ କରାଯାଇଛି ।

Related posts