ଗଣିଆ(୧୪,୦୮):- କୋରୋନା ମହାମାରୀ ସମୟରେ ସାରା ରାଜ୍ୟରେ ସତର୍କତା ଅବଲମ୍ବନ କରାଯାଉଥିବା ବେଳେ ରକ୍ତ ଅଭାବ ସମସ୍ୟାକୁ ଦୂର କରିବା ପାଇଁ ଜୀବନ ବିନ୍ଦୁ ତଥା ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ବରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରମାନ ଚାଲୁ ରହିଛି । ଏହି ପରିପ୍ରେକ୍ଷିରେ ଆଜି ଗଣିଆ ବିଜୁଯୁବ ଛାତ୍ର ଜନତା ଦଳ ଆନୁକୂଲ୍ୟରେ କିଶୋରପ୍ରସାଦ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଅତିଥିଭାବେ ବିଧାୟକ ଶ୍ରୀଯୁକ୍ତ ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ କନ୍ଧମାଳ ସାଂସଦଙ୍କ ନୟାଗଡ଼ ଜିଲ୍ଲା ପ୍ରତିନିଧି ଶଦାଶିଵ ମିଶ୍ର, ଗଣିଆ ସରପଞ୍ଚ ସଂଘର ସଭାପତି ପ୍ରଫୁଲ୍ଲ କୁମାର ବେହେରା, ନୟାଗଡ଼ ଜିଲ୍ଲା ଯୁବବିଜେଡିର ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ସାହୁ ଓ ପ୍ରମୋଦ କୁମାର ପୃଷ୍ଟି, ଗଣିଆର ଯୁବବିଜେଡି ଛାତ୍ର ସଭାପତି ଶୁଭେନ୍ଦୁ କୁମାର ରାଉତ, ଗଣିଆ ବ୍ଲକ ଯୁବଛାତ୍ର ବିଜେଡି ସମ୍ପାଦକ ଶକ୍ତିପ୍ରସାଦ ବେହେରା ଯୋଗଦେଇ ଯୁବ ପିଢିଙ୍କୁ ରକ୍ତଦାନ କରିବାକୁ ଉତ୍ସାହିତ କରିଥିଲେ । ଏହି ଶିବିରରୁ ମୋଟ ୫୦ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ଶିବିରରେ ସ୍ଥାନୀୟ ଯୁବକଙ୍କ ସମେତ ବିଜୁ ଜନତା ଦଳର ବହୁ କର୍ମୀ ଯୋଗଦେଇଥିଲେ।
Related posts
-
କଳାପାଟଠାରେ ବିଶ୍ୱଶାନ୍ତି ମହାଯଜ୍ଞ ନିମନ୍ତେ ନୟାଗଡ଼ରେ ପ୍ରସ୍ତୁତି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସଦ୍ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳଙ୍କ ଅଧ୍ୟକ୍ଷତାରେ ସିଦ୍ଧପୁରୁଷ ବାବା ରାମଦାସଙ୍କ ୭୪ତମ ଜନ୍ମ... -
ଜଗବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଲେ ଦଶପଲ୍ଲା ବିଧାୟକ
ନୂଆଗାଁ,(ନୟାଗଡ଼ ଦର୍ପଣ): ୬୮ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଯୋଗ ଓ ସନ୍ତରଣ ପ୍ରତିଯୋଗିତା ସମ୍ବଲପୁରର ଲେଡି ଲୁଇସ୍ ସରକାରୀ ଉଚ୍ଚ ବିଦ୍ୟାଳୟରେ... -
ସୁଭଦ୍ରା ଉଦଘାଟନୀ ଉତ୍ସବ, ମହିଳାଙ୍କୁ ଅସମ୍ମାନ, ବସିବାକୁ ଚେୟାର ନାହିଁ, ଖାଇବାକୁ ଖାଦ୍ୟ ନାହିଁ
ଗଣିଆ, (ନୟାଗଡ଼ ଦର୍ପଣ): ମହିଳାମାନେ ସମ୍ମାନର ସହିତ ବଞ୍ଚିବା ସହ ସେମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ...