ଗଣିଆ,(୧୩/୦୮):- ଗଣିଆ ପଞ୍ଚାୟତ ସମିତି ସଭାଗୃହରେ କୋଭିଡ ନିୟମ ଅନୁଯାୟୀ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍ ଉପାଧ୍ୟକ୍ଷା ଶାନ୍ତିଲତା ଦାଶଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ କନ୍ଧମାଳ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ମହେଶ୍ୱର ମହାରଣା, ବିଡ଼ିଓ ସିରିୟାଲ ଶୁଭ୍ର ପଟେଲ, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ସରୋଜ କୁମାର ନାୟକ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ପ୍ରଥମେ ସାମାଜିକ ସୁରକ୍ଷା କର୍ମୀ ପ୍ରଣବ ନାୟକଙ୍କୁ ପୂର୍ବ ବୈଠକର ଆଲୋଚନାକୁ ପାଠ କରିବା ପାଇଁ ବିଡ଼ିଓ କହିଥିଲେ ।

ଜନପ୍ରତିନିଧି ଓ ସରକାରୀ କର୍ମଚାରୀମାନଙ୍କୁ ବ୍ଲକ୍ରେ କାର୍ଯ୍ୟକାରୀ ହେବାକୁଥିବା ଯୋଜନାରେ ଜନପ୍ରତିନିଧିମାନଙ୍କ ସହଯୋଗ ଓ ଭାଗିଦାରିତା ରହିଲେ ବ୍ଲକର ସମସ୍ତ ଉନ୍ନୟନ କାମ ସଫଳ ରୂପାୟନ ହୋଇପାରିବ ବୋଲି ମୁଖ୍ୟଅତିଥି ଶ୍ରୀଯୁକ୍ତ ବେହେରା ମତବ୍ୟକ୍ତ କରିଥିଲେ। ପରେପରେ କରଡ଼ାପଡା ସମିତି ସଭ୍ୟ ନରେଶ ପ୍ରଧାନ ବ୍ଲକରେ ହେଉଥିବା ଅନିୟମିତତା ସମ୍ପର୍କରେ ବିଧାୟକଙ୍କ ନିକଟରେ ଅଭିଯୋଗ କରିଥିଲେ। ବ୍ଲକ୍ ପ୍ରସାଶନ ଓ ବିଭାଗୀୟ ଅଧିକାରୀମାନେ ଗୁରୁତ୍ୱ ନ ଦେଇ ନିଜ ମନମୁତାବକ ବ୍ଲକ୍ର ସମସ୍ତ ଯୋଜନା ପ୍ରସ୍ତୁତ କରିବା ସହ ପଞ୍ଚାୟତ ପ୍ରତିନିଧିମାନଙ୍କ ସହମତି ନ ନେଇ କାଯ୍ୟ କରୁଥିବା ଯୋଗୁଁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ବୈଠକରେ ୮ଟି ପଞ୍ଚାୟତର ସରପଞ୍ଚ ଓ ସମିତି ମେମ୍ବରଙ୍କ ସମେତ ଶିକ୍ଷା, ସ୍ୱାସ୍ଥ୍ୟ, ବନବିଭାଗ, କୃଷି ଓ ଉଦ୍ୟାନ, ବିଦ୍ୟୁତ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ।
