ନୟାଗଡ଼,(ନୟାଗଡ଼ ଦର୍ପଣ): ସାମ୍ବାଦିକ କିଶୋର ମହାପାତ୍ରଙ୍କ ଉଦ୍ଦେଶ୍ଯରେ ନୟାଗଡ ସାମ୍ବାଦିକ ଭବନରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି । ସଭା ପ୍ରାରମ୍ଭରେ ଅମର ଆତ୍ମାର ସଦଗତି ଉଦ୍ଦେଶ୍ଯରେ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଭବନର ସଭାପତି ବୈଦ୍ଯଭୂଷଣ ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ, ନିଶିକାନ୍ତ ରଥ, ରାମକୃଷ୍ଣ ରଥ, ରଜତ ପଟ୍ଟନାୟକ, ଲୋକନାଥ ମିଶ୍ର, ପ୍ରଶାନ୍ତ ଜେନା, ଅନୱର ଅଲ୍ଲି, ଚନ୍ଦ୍ର ବିଜୟୀ ମିଶ୍ର, ପ୍ରଭାତ ମହାପାତ୍ର, ନବକିଶୋର ମିଶ୍ର, ଯଯାତି କେଶରୀ ମହାପାତ୍ର, ବିଭୁତି ଭୂଷଣ ସ୍ୱାଇଁ, ବିଶ୍ୱଜିତ ନାୟକ, ନିହାର ପଟ୍ଟନାୟକ, ବିଶ୍ୱନାଥ ନାୟକ, ଜୟନ୍ତ ମିଶ୍ର, ମାନସ କୁମାର, ଜିତୁନ ମହାପାତ୍ର ପ୍ରମୁଖ ଯୋଗଦେଇ କିଶୋରଙ୍କ ସ୍ମୃତିଚାରଣ କରିଥିଲେ । କିଶୋରଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ସାମ୍ବାଦିକଙ୍କ ପାଇଁ ରହିଥିବା ସମସ୍ତ ଆର୍ଥିକ ସାହାଯ୍ଯ ଯୋଗାଇଦେବାପାଇଁ ଜିଲ୍ଲା…
Read MoreBlog
ସାମ୍ବାଦିକ କିଶୋର ମହାପାତ୍ରଙ୍କ ଅକାଳ ବିୟୋଗ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଡିଜିଟାଲ ମିଡିଆ ସାମ୍ବାଦିକ ସଂଘ ସମ୍ପାଦକ ତଥା ଆୱାଜ ମେଡିଆର ଜିଲ୍ଲା ପ୍ରତିନିଧି କିଶୋର ମହାପାତ୍ର ମସ୍ତିଷ୍କାଘାତରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୪୭ବର୍ଷ ବୟସ ହୋଇଥିଲା । କିଶୋରଙ୍କ ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ବୁଧବାର ବିଳମ୍ବିତ ରାତିରେ କିଶୋର ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପ୍ରଥମେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଭୁବନେଶ୍ୱର ଏମସକୁ ସ୍ଥାନାନ୍ତରିତ କରାଯାଇଥିଲା । ପୁନର୍ବାର ଏମସରୁ ଅନ୍ୟ ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଅବସ୍ଥା ସାଂଘାତିକ ଥିବାରୁ ତାଙ୍କୁ ଆଇସିୟୁରେ ରଖା ଯାଇଥିଲା। ମାତ୍ର ଶୁକ୍ରବାର ଦିନ ସନ୍ଧ୍ୟାରେ ତାଙ୍କର ପରଲୋକ ଘଟିଥିଲା । ଶନିବାର ଭୋର ସମୟରେ କିଶୋରଙ୍କ ମରଶରୀର ନୟାଗଡ଼ ପୁରୁଣା…
Read Moreକେସି କ୍ଲବଠାରେ ରାଜ୍ୟସ୍ତରୀୟ ବ୍ରିଜ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ଠାରେ ଅବସ୍ଥିତ କେସି କ୍ଲବ ପରିସରରେ ରାଜ୍ୟସ୍ତରୀୟ ବ୍ରିଜ ଟୁର୍ଣ୍ଣାମେଣ୍ଟ-୨୦୨୨ ଶନିବାର ପୁର୍ବାହ୍ନରେ ଉଦ୍ଘାଟିତ ହୋଇଯାଇଛି । ଓଡ଼ିଶା ବ୍ରିଜ ଆସୋସିଏସନ ଦ୍ୱାରା ପ୍ରାୟୋଜିତ ଏବଂ କେସି କ୍ଲବର ମିଳିତ ସହଯୋଗରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟକୁ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ବ୍ରିଜ ଆସୋସିଏସନର ସଭାପତି ସୁରେନ୍ଦ୍ରନାଥ କର,କ୍ଲବର ସଭାପତି ଭାଗିରଥି ଦାସ,ସମ୍ପାଦକ ସଂଗ୍ରାମ କେଶରୀ ଗୁମାନସିଂ, ଓବିଏର ସମ୍ପାଦକ ତାପସ ରଞ୍ଜନ ବିଶ୍ୱାଳ ଉପସଭାପତି ଅଭିରାମ ରାଉତ, ଦୟାନିଧି ଲେଙ୍କା ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମକୁ କ୍ଲବର ବରିଷ୍ଠ ସଦସ୍ୟ ତଥା ଗଣମାଧ୍ୟମ ମୁଖ୍ୟ ସାମ୍ବାଦିକ ରାମକୃଷ୍ଣ ରଥ ସଂଯୋଜନା କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ସମସ୍ତ ଜିଲ୍ଲାରୁ ୬୦ରୁ ଉର୍ଦ୍ଧ୍ୱ…
Read Moreରୋଟାରୀ କ୍ଲବ୍ ନୟାଗଡ଼ ତରଫରୁ ବିଶ୍ବ ସାକ୍ଷରତା ଦିବସ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ରୋଟାରୀ ଭବନରେ ବିଶ୍ବ ସାକ୍ଷରତା ଦିବସ ପାଳିତ ହୋଇ )ଯାଇଛି। ରୋଟାରୀ କ୍ଲବର ସଭାପତି ପ୍ରବୀର କୁମାର ପ୍ରୁଷ୍ଟିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ଡକ୍ଟର ପୋମା ଟୁଡୁ ଯୋଗଦେଇ ଥିବାବେଳେ ମୁଖ୍ଯବକ୍ତା ଭାବେ କ୍ଲବର ଲିଟେର୍ସି ଚେୟାରମ୍ୟାନ ବସିରନ ବିବି ଯୋଗଦେଇ ଶିକ୍ଷକମାନେ ସମାଜର ମାଇଲ୍ ଖୁଣ୍ଟ ତଥା ସମାଜ ପରିବର୍ତ୍ତନର ଶ୍ରେଷ୍ଠ ବିନ୍ଧାଣି ବୋଲି କହିଥିଲେ। ଏହି ଅବସରରେ ପାଞ୍ଚ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ର ବରିଷ୍ଠ ଇଂରାଜୀ ଶିକ୍ଷକ ରାମଚନ୍ଦ୍ର ମହାପାତ୍ର, ସରସ୍ୱତୀ ଶିଶୁବିଦ୍ଯାମନ୍ଦିରର ସେବାବ୍ରତୀ ଆଚାର୍ଯ୍ୟା ଶ୍ରାବଣୀ ନାଥ, ପଞ୍ଚାୟତ ଉଚ୍ଚ ବିଦ୍ଯାଳୟ ଘୋଳାହାଣ୍ଡିରେ କାର୍ଯ୍ଯରତ ଶିକ୍ଷକ ବାଲାରସେନ ପାତ୍ର, ସରକାରୀ ଜନଶକ୍ତି ଉଚ୍ଚ ବିଦ୍ଯାଳୟ ଦେଓଙ୍ଗାର ପ୍ରଧାନ ଶିକ୍ଷକ ସତ୍ଯ ନାରାୟଣ ଆଚାର୍ଯ୍ୟ,…
Read Moreଅଖିଳ ଭାରତୀୟ ଅଧିଵକ୍ତା ପରିଷଦର ୩୦ତମ ପ୍ରତିଷ୍ଠା ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଅଧିଵକ୍ତା ପରିଷଦ ନୟାଗଡ଼ ଜିଲ୍ଲା ଶାଖାପକ୍ଷରୁ ପାଳିତ ହୋଇଯାଇଛି। ଏହି ଅବସରରେ ନୟାଗଡ଼ ଖଣ୍ଡପଡା ରୋଡ଼ ସ୍ଥିତ ହନୁମାନ ମନ୍ଦିର ପରିସରରେ ସହରର ଅଧିଵକ୍ତା ମାନଙ୍କୁ ନେଇ ରାଷ୍ଟ୍ରୀୟ ସଂଗୀତ ଗାନ କରାଯିବା ସହ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଦେଶର ଏକ ଅଗ୍ରଣୀ ଆଇନଯିବି ସଙ୍ଘ ଭାବେ ଅଖିଳଭାରତୀୟ ଅଧିବକ୍ତା ପରିଷଦ ଦିର୍ଘ 30 ବର୍ଷ ଧରି କାର୍ଯ୍ୟ କରିଆସୁଥିବା ବେଳେ ଗତ ୧୧ବର୍ଷ ଧରି ନୟାଗଡ଼ ଜିଲ୍ଲାରେ ଏହି ଅଧିଵକ୍ତା ପରିଷଦ ସଫଳତାର ସହ କାର୍ଯ୍ୟ କରିଆସୁଛି ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା । ନୟାଗଡ଼ ଜିଲ୍ଲା ଅଧିଵକ୍ତା ପରିଷଦ ପକ୍ଷରୁ ଅନୁଷ୍ଠାନର ସଭାପତି ବିଶ୍ୱେଶ ରଂଜନ ମହାପାତ୍ରଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ପ୍ରଭାତ କୁମାର ପରିଡା ସଂଗଠନର ବିବରଣୀ ପଠନ କରିଥିବା ବେଳେ…
Read Moreଜିଲ୍ଲାପାଳଙ୍କ ଦାୟିତ୍ୱହୀନତା ପାଇଁ ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତି ରଙ୍ଗ ଛାଡ଼ି ବିକୃତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ପ୍ରବାଦ ପୁରୁଷ ତଥା ପାଠାଗାର ଆନ୍ଦୋଳନର ସ୍ରଷ୍ଟା, ପ୍ରତିଷ୍ଠିତ ସଂଗ୍ରାହକ ଦାଶରଥି ପଟ୍ଟନାୟକ ଦାସିଆ ଅଜାଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ନୟାଗଡ କଚେରୀ ବଜାର ଠାରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାପନାର ପାଞ୍ଚବର୍ଷ ପୁରିବ। ଜିଲ୍ଲାର ଜିଲ୍ଲାପାଳ ହେଉଛନ୍ତି ଦାଶରଥି ପଟ୍ଟନାୟକ ଲାଇବ୍ରେରୀ ଟ୍ରଷ୍ଟର ଅଧ୍ୟକ୍ଷ, ମାତ୍ର ଜିଲ୍ଲାପାଳଙ୍କ ଦାୟିତ୍ୱହୀନତା ପାଇଁ ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତି ରଙ୍ଗ ଛାଡ଼ି ବିକୃତ ହୋଇଗଲାଣି,ମଞ୍ଚ ରୁ ପଥର ଖସି ଗଲାଣି, କେତେବେଳେ ଭୁଶୁଡିବ। ସମ୍ଭାବନାକୁ ଅସ୍ବୀକାର କରାଯାଇ ନପାରେ। ଜିଲ୍ଲପାଳ ଏହି ରାସ୍ତା ଦେଇ ତାଙ୍କ କାର୍ଯ୍ୟାଳୟକୁ ଆସୁଛନ୍ତି ଯାଉଛନ୍ତି, କିନ୍ତୁ ମାଡାମଙ୍କ ଦୃଷ୍ଟି ପଡୁନି। ଆସନ୍ତା ୧୨ ସେପ୍ଟେମ୍ବର ହେଉଛି ଦାସିଆ ଅଜାଙ୍କ ପୁଣ୍ୟ ଜନ୍ମତିଥି, ଅନ୍ତତଃ ପକ୍ଷେ ଏହି ଯୋଗଜନ୍ମା ପୁରୁଷଙ୍କ ଜନ୍ମତିଥି ପୂର୍ବରୁ ଏହି ପ୍ରତିମୂର୍ତ୍ତିରେ ରଙ୍ଗ…
Read Moreପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନା ପାଇଁ ଅନୁମତି ଦିଆଯାଉ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରତିମୂର୍ତ୍ତି କମିଟି ଆବାହକ ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ ନୟାଗଡ଼ର ଦୁଇଟି ମହାବିଦ୍ୟାଳୟ ଯଥା ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷାଙ୍କୁ ମହାବିଦ୍ୟାଳୟ ପରିସରରେ ପ୍ରତିଷ୍ଠାତାମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନା ନିମନ୍ତେ ଚିଠି ମାଧ୍ୟମରେ ଜଣାଇଛନ୍ତି। ସୂଚନାଯୋଗ୍ୟ, ଦୀର୍ଘ ୬୫ ବର୍ଷ ତଳେ ବଣ ପାହାଡ଼ ଘେରା ଅନୁନ୍ନତ ନୟାଗଡ଼ରେ ଉଚ୍ଚଶିକ୍ଷାର ପ୍ରଚାର ଏବଂ ପ୍ରସାର ପାଇଁ ଦୀପ ପ୍ରଜ୍ଜ୍ୱଳନ ସଦୃଶ ନୟାଗଡ଼ କଲେଜ ନିର୍ମାଣ ପାଇଁ ଯେଉଁ କେତେଜଣ ବୁଦ୍ଧିଜୀବୀ ସ୍ଵପ୍ନ ଦେଖିଥିଲେ ସେମାନଙ୍କ ମଧ୍ୟରୁ ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ସମ୍ପାଦକ ସ୍ଵର୍ଗତଃ ଅକ୍ରୁର ମହାପାତ୍ର ଏବଂ ଅଧ୍ୟକ୍ଷ ସ୍ଵର୍ଗତଃ ଗୋପାଳ ଚନ୍ଦ୍ର ପଟ୍ଟନାୟକ ଅନ୍ୟତମ। ନୟାଗଡ଼ କଲେଜ ତା’ର ରୌପ୍ୟ ଜୟନ୍ତୀ, ସୁବର୍ଣ୍ଣ ଜୟନ୍ତୀ ପାଳନ କରି ସରରିଥିବା ବେଳେ ବର୍ତ୍ତମାନ…
Read More“ଶ୍ରୀ ସୃଜନ” ପଞ୍ଜିକରଣ ପ୍ରମାଣ ପତ୍ର ଓ ଗୁରୁ ବନ୍ଦନା ସଙ୍ଗୀତ” ଭିଡିଓ ଉନ୍ମୋଚିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡର ଅନ୍ୟତମ ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ “ଶ୍ରୀ ସୃଜନ”, ନୟାଗଡ(କଳା-ସାହିତ୍ୟ-ସଂସ୍କୃତିର ଭାବମୟ ଉତ୍ତରଣ)ପକ୍ଷରୁ ନୟାଗଡ ପୁରୁଣା ସହରସ୍ଥ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ‘ଶ୍ରୀ ସୃଜନ’ ସଙ୍ଗୀତ ଅନୁଷ୍ଠାନର ଛାତ୍ର / ଛାତ୍ରୀ ମାନଙ୍କ ଦ୍ବାରା ଏକ ମନ ଛୁଆଁ ସଙ୍ଗୀତ ଆସର ହେବା ସହିତ “ଶ୍ରୀ ସୃଜନ” ପଞ୍ଜିକୃତ ହେବାର ପ୍ରମାଣପତ୍ର ଓ ଗୁରୁ ବନ୍ଦନା ଭିଡିଓ ଶ୍ରୀ ସୃଜନର ସଭାପତି ଡ. ବିଜୟ କୁମାର ଚୌଧୁରୀ,ଉପ ସଭାପତି ନିରୁପମା ପଟ୍ଟନାୟକ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସୁର ଗନ୍ଧର୍ବ ନବକିଶୋର ମିଶ୍ର, କମ୍ରେଡ୍ ବିଶ୍ବନାଥ ମହାପାତ୍ରଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଯାଇଛି। ଗୀତିକାର ଶିକ୍ଷୟିତ୍ରୀ କାଦମ୍ବିନୀ ମହାପାତ୍ର, ଶ୍ରୀ ସୃଜନର ସଂପାଦିକା ଅଧ୍ୟାପିକା, କଣ୍ଠଶିଳ୍ପୀ, ସଙ୍ଗୀତ ନିର୍ଦ୍ଦେଶିକା ଜୟଶ୍ରୀ ଦେବୀ, କଣ୍ଠ ଦାନ କରିଛନ୍ତି ଅନୁଷ୍ଠାନର ଛାତ୍ର ସାଇଅମ୍ରିତ୍। ଉନ୍ମୋଚନ ସମୟରେ ଅନୁଷ୍ଠାନର କୋଷାଧ୍ୟକ୍ଷ…
Read Moreଶ୍ରମ ଅଧିକାରୀ ସଜାଡ଼ି ପାରିଲେନି ଶ୍ରମ କାର୍ଯ୍ୟାଳୟ, କାର୍ଯ୍ୟରୁ ନିଲମ୍ବନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ କାର୍ଯ୍ୟରୁନିଲମ୍ବିତ କଲେ ରାଜ୍ୟ ଶ୍ରମ ଆୟୁକ୍ତ ଡ଼ଃ. ଏନ୍ ତିରୁମାଲା ନାୟକ । ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ ପାରିମିତା ମିଶ୍ର କାର୍ଯ୍ୟରେ ଅବହେଳା କରୁଥିବା ନେଇବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଅଧିକାରିଣୀ ନିଜ କାର୍ଯ୍ୟ ଶୈଳୀରେ ସୁଧାର ଆଣିନଥିଲେ । ଯାହାଫଳରେ ରାଜ୍ୟ ଶ୍ରମ ଆୟୁକ୍ତ ଡ଼ ଏନ୍ ତିରୁମାଲା ନାୟକ ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ ପାରିମିତା ମିଶ୍ରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ନେଇ ସୂଚନା ଦେଇଛନ୍ତି । କୋଭିଡ୍ ପରିଚାଳନାରେ ଅବହେଳା କରି ଦୁଇ ବର୍ଷ ତଳେ ପାରିମିତା ମିଶ୍ର ନିଲମ୍ବିତ ହୋଇଥିଲେ। ବିଭିନ୍ନ ସମୟରେ କାର୍ଯ୍ୟରେ ଅବହେଳା କରୁଥିବା ନେଇ ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଗଠନ ଅଭିଯୋଗ କରିଥିଲେ । ଏନେଇ ଦୁଇ ଦିନ ତଳେ ଟୁଇଟରରେ ଅଭିଯୋଗ ଦେଖି ତତକ୍ଷଣାତ୍…
Read Moreନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ସଫଳତା, ଶୁଭମିତା ରାଜ୍ୟରେ ତୃତୀୟ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ଛାତ୍ରୀ ଶୁଭମିତା ନାୟକ କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୨ରେ ଉଦ୍ଭିଦ ବିଜ୍ଞାନରେ ସମଗ୍ର ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରି ନିଜ ବିଭାଗ ତଥା ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଗୌରବାନ୍ୱିତ କରିଛନ୍ତି। ଭବିଷ୍ୟତରେ ଶୁଭମିତା ଉଦ୍ଭିଦ ବିଜ୍ଞାନରେ ଗବେଷଣା କରି ଜଣେ ଭଲ ଅଧ୍ୟାପିକା ହେବାକୁ ଲକ୍ଷ୍ୟ ରଖିଛନ୍ତି। ଶୁଭମିତାଙ୍କ ଏହି ସଫଳତା ପାଇଁ ଉଦ୍ଭିଦ ବିଜ୍ଞାନ ବିଭାଗରେ ଖୁସିର ଲହରୀ ଖେଳିଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ ଶୁଭମିତାଙ୍କ ସହ ଉଦ୍ଭିଦ ବିଜ୍ଞାନ ବିଭାଗର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Read More