ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ କାର୍ଯ୍ୟରୁ
ନିଲମ୍ବିତ କଲେ ରାଜ୍ୟ ଶ୍ରମ ଆୟୁକ୍ତ ଡ଼ଃ. ଏନ୍ ତିରୁମାଲା ନାୟକ । ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ ପାରିମିତା ମିଶ୍ର କାର୍ଯ୍ୟରେ ଅବହେଳା କରୁଥିବା ନେଇ
ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଅଧିକାରିଣୀ ନିଜ କାର୍ଯ୍ୟ ଶୈଳୀରେ ସୁଧାର ଆଣିନଥିଲେ । ଯାହାଫଳରେ ରାଜ୍ୟ ଶ୍ରମ ଆୟୁକ୍ତ ଡ଼ ଏନ୍ ତିରୁମାଲା ନାୟକ ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ ପାରିମିତା ମିଶ୍ରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ନେଇ ସୂଚନା ଦେଇଛନ୍ତି । କୋଭିଡ୍ ପରିଚାଳନାରେ ଅବହେଳା କରି ଦୁଇ ବର୍ଷ ତଳେ ପାରିମିତା ମିଶ୍ର ନିଲମ୍ବିତ ହୋଇଥିଲେ। ବିଭିନ୍ନ ସମୟରେ କାର୍ଯ୍ୟରେ ଅବହେଳା କରୁଥିବା ନେଇ ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଗଠନ ଅଭିଯୋଗ କରିଥିଲେ । ଏନେଇ ଦୁଇ ଦିନ ତଳେ ଟୁଇଟରରେ ଅଭିଯୋଗ ଦେଖି ତତକ୍ଷଣାତ୍ ପଦକ୍ଷେପ ନେଇଛନ୍ତି ଲେବର କମିଶନର ଡ଼ଃ. ନାୟକ।
ଶ୍ରମ ଅଧିକାରୀ ସଜାଡ଼ି ପାରିଲେନି ଶ୍ରମ କାର୍ଯ୍ୟାଳୟ, କାର୍ଯ୍ୟରୁ ନିଲମ୍ବନ
