ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ସଫଳତା, ଶୁଭମିତା ରାଜ୍ୟରେ ତୃତୀୟ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ଛାତ୍ରୀ ଶୁଭମିତା ନାୟକ କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୨ରେ ଉଦ୍ଭିଦ ବିଜ୍ଞାନରେ ସମଗ୍ର ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରି ନିଜ ବିଭାଗ ତଥା ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଗୌରବାନ୍ୱିତ କରିଛନ୍ତି। ଭବିଷ୍ୟତରେ ଶୁଭମିତା ଉଦ୍ଭିଦ ବିଜ୍ଞାନରେ ଗବେଷଣା କରି ଜଣେ ଭଲ ଅଧ୍ୟାପିକା ହେବାକୁ ଲକ୍ଷ୍ୟ ରଖିଛନ୍ତି। ଶୁଭମିତାଙ୍କ ଏହି ସଫଳତା ପାଇଁ ଉଦ୍ଭିଦ ବିଜ୍ଞାନ ବିଭାଗରେ ଖୁସିର ଲହରୀ ଖେଳିଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ ଶୁଭମିତାଙ୍କ ସହ ଉଦ୍ଭିଦ ବିଜ୍ଞାନ ବିଭାଗର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Related posts