ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ଆଦର୍ଶ ଥାନା ଅଧିନ ବାହାଡାଝୋଲା ଫାଣ୍ଡି ଅନ୍ତର୍ଗତ ବେରୁଆଁବାରୀ ପଞ୍ଚାୟତର ମାଣ୍ଟୁଖମଣରେ ସାପକାମୁଡ଼ାରେ ଜନୈକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ଜଣଙ୍କ ଗଣପତି ଜାନି(୫୦) ଅଟନ୍ତି। ଖବର ଅନୁଯାୟୀ ରବିବାର ବିଳମ୍ବିତ ରାତିରେ ସେ ନିଜ ଘର ବାରଣ୍ଡାରେ ମଶାରୀ ଟାଣି ଶୋଇଥିବାବେଳେ ଏକ ଚିତିସାପ ତାଙ୍କୁ କାମୁଡି ଦେଇଥିଲା। ଗଣପତି ଚିତ୍କାରକରି ଡାକ ପକାଇବା ପରେ ତାର ମାମୁଁପୁଅ ଭାଇ ନାରାୟଣ ପ୍ରଧାନଙ୍କ ସମେତ ସ୍ଥାନୀୟ ଲୋକମାନେ ଜମାହୋଇଥିଲେ। ସଙ୍ଗେ ସଙ୍ଗେ ଅଟୋରିକ୍ସା ଯୋଗେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗଣପତିର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏ ସଂକ୍ରାନ୍ତରେ ଓଡ଼ଗାଁ ଆଦର୍ଶଥାନା ପକ୍ଷରୁ ୧୭/୨୦୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁକରାଯାଇଥିବା ଜଣାପଡିଛି।
ମଶାରୀ ଟାଣି ସୋଇଥିବା ବେଳେ ଚିତି ସାପ କାମୁଡ଼ାରେ ଜଣେ ମୃତ
