ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡର ଅନ୍ୟତମ ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ “ଶ୍ରୀ ସୃଜନ”, ନୟାଗଡ(କଳା-ସାହିତ୍ୟ-ସଂସ୍କୃତିର ଭାବମୟ ଉତ୍ତରଣ)ପକ୍ଷରୁ ନୟାଗଡ ପୁରୁଣା ସହରସ୍ଥ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ‘ଶ୍ରୀ ସୃଜନ’ ସଙ୍ଗୀତ ଅନୁଷ୍ଠାନର ଛାତ୍ର / ଛାତ୍ରୀ ମାନଙ୍କ ଦ୍ବାରା ଏକ ମନ ଛୁଆଁ ସଙ୍ଗୀତ ଆସର ହେବା ସହିତ “ଶ୍ରୀ ସୃଜନ” ପଞ୍ଜିକୃତ ହେବାର ପ୍ରମାଣପତ୍ର ଓ ଗୁରୁ ବନ୍ଦନା ଭିଡିଓ ଶ୍ରୀ ସୃଜନର ସଭାପତି ଡ. ବିଜୟ କୁମାର ଚୌଧୁରୀ,ଉପ ସଭାପତି ନିରୁପମା ପଟ୍ଟନାୟକ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସୁର ଗନ୍ଧର୍ବ ନବକିଶୋର ମିଶ୍ର, କମ୍ରେଡ୍ ବିଶ୍ବନାଥ ମହାପାତ୍ରଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଯାଇଛି। ଗୀତିକାର ଶିକ୍ଷୟିତ୍ରୀ କାଦମ୍ବିନୀ ମହାପାତ୍ର, ଶ୍ରୀ ସୃଜନର ସଂପାଦିକା ଅଧ୍ୟାପିକା, କଣ୍ଠଶିଳ୍ପୀ, ସଙ୍ଗୀତ ନିର୍ଦ୍ଦେଶିକା ଜୟଶ୍ରୀ ଦେବୀ, କଣ୍ଠ ଦାନ କରିଛନ୍ତି ଅନୁଷ୍ଠାନର ଛାତ୍ର ସାଇଅମ୍ରିତ୍। ଉନ୍ମୋଚନ ସମୟରେ ଅନୁଷ୍ଠାନର କୋଷାଧ୍ୟକ୍ଷ ମନୋଜ କୁମାର ମିଶ୍ରଙ୍କ ସମେତ ସଞ୍ଜୟ ସାହୁ, ପ୍ରଦୀପ ସାହୁ, ଲକ୍ଷ୍ମୀଧର ମହାପାତ୍ର, ଅଶୋକ ମଲ୍ଲ, ଦିଲ୍ଲୀପ ସାହୁ , ଛାତ୍ର/ଛାତ୍ରୀ, ଅଭିଭାବକଙ୍କ ସହ ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ସଙ୍ଗୀତ ଆସରକୁ ଅନୁଷ୍ଠାନର ସଙ୍ଗୀତ ଶିକ୍ଷୟତ୍ରୀ ଜୟଶ୍ରୀ ଦେବୀ ପରିଚାଳନା କରିଥିବାବେଳେ ଯନ୍ତ୍ର ସଙ୍ଗୀତରେ ଜୟକଷ୍ଣ ପଟ୍ଟନାୟକ ଓ ବାବୁଲି ସହଯୋଗ କରିବା ସହିତ ସହଯୋଗୀ ଅନୁଷ୍ଠାନ ଚମତ୍କାର, ନାଟ୍ୟଧାରାର ସଭ୍ୟ/ସଭ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ସଂପାଦନ କରିଥିଲେ। ପରିଶେଷରେ ଅନୁଷ୍ଠାନର ଛାତ୍ରୀ, ଶିକ୍ଷୟିତ୍ରୀ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
“ଶ୍ରୀ ସୃଜନ” ପଞ୍ଜିକରଣ ପ୍ରମାଣ ପତ୍ର ଓ ଗୁରୁ ବନ୍ଦନା ସଙ୍ଗୀତ” ଭିଡିଓ ଉନ୍ମୋଚିତ
