ନୟାଗଡ଼,(ନୟାଗଡ଼ ଦର୍ପଣ): ଅଧିଵକ୍ତା ପରିଷଦ ନୟାଗଡ଼ ଜିଲ୍ଲା ଶାଖାପକ୍ଷରୁ ପାଳିତ ହୋଇଯାଇଛି। ଏହି ଅବସରରେ ନୟାଗଡ଼ ଖଣ୍ଡପଡା ରୋଡ଼ ସ୍ଥିତ ହନୁମାନ ମନ୍ଦିର ପରିସରରେ ସହରର ଅଧିଵକ୍ତା ମାନଙ୍କୁ ନେଇ ରାଷ୍ଟ୍ରୀୟ ସଂଗୀତ ଗାନ କରାଯିବା ସହ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଦେଶର ଏକ ଅଗ୍ରଣୀ ଆଇନଯିବି ସଙ୍ଘ ଭାବେ ଅଖିଳଭାରତୀୟ ଅଧିବକ୍ତା ପରିଷଦ ଦିର୍ଘ 30 ବର୍ଷ ଧରି କାର୍ଯ୍ୟ କରିଆସୁଥିବା ବେଳେ ଗତ ୧୧ବର୍ଷ ଧରି ନୟାଗଡ଼ ଜିଲ୍ଲାରେ ଏହି ଅଧିଵକ୍ତା ପରିଷଦ ସଫଳତାର ସହ କାର୍ଯ୍ୟ କରିଆସୁଛି ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା । ନୟାଗଡ଼ ଜିଲ୍ଲା ଅଧିଵକ୍ତା ପରିଷଦ ପକ୍ଷରୁ ଅନୁଷ୍ଠାନର ସଭାପତି ବିଶ୍ୱେଶ ରଂଜନ ମହାପାତ୍ରଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ପ୍ରଭାତ କୁମାର ପରିଡା ସଂଗଠନର ବିବରଣୀ ପଠନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ପ୍ରଭାକର ଉତ୍ତର କବାଟ, ବିଜୟ କୁମାର ଦାଶ, ସଂସାରୀ ସାହୁ, ଚନ୍ଦ୍ରବିଜୟୀ ମିଶ୍ର, ଶିବରାମ ମହାପାତ୍ର, ସୌମ୍ୟରଂଜନ ପ୍ରଧାନ, ଜିତେନ୍ଦ୍ର କୁମାର ସାହୁ, ସଂଜୟ ନାୟକ, ନୃସିଂହ ପଟନାୟକ, ଧନେଶ୍ୱର ସେଠି, ପ୍ରଫୁଲ ଖଟୁଆ, ରାଜେଶ ସାମନ୍ତରାୟ, ସୁରେଶ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ଅଖିଳ ଭାରତୀୟ ଅଧିଵକ୍ତା ପରିଷଦର ୩୦ତମ ପ୍ରତିଷ୍ଠା ଦିବସ ପାଳିତ
