
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ପ୍ରବାଦ ପୁରୁଷ ତଥା ପାଠାଗାର ଆନ୍ଦୋଳନର ସ୍ରଷ୍ଟା, ପ୍ରତିଷ୍ଠିତ ସଂଗ୍ରାହକ ଦାଶରଥି ପଟ୍ଟନାୟକ ଦାସିଆ ଅଜାଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ନୟାଗଡ କଚେରୀ ବଜାର ଠାରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାପନାର ପାଞ୍ଚବର୍ଷ ପୁରିବ। ଜିଲ୍ଲାର ଜିଲ୍ଲାପାଳ ହେଉଛନ୍ତି ଦାଶରଥି ପଟ୍ଟନାୟକ ଲାଇବ୍ରେରୀ ଟ୍ରଷ୍ଟର ଅଧ୍ୟକ୍ଷ, ମାତ୍ର ଜିଲ୍ଲାପାଳଙ୍କ ଦାୟିତ୍ୱହୀନତା ପାଇଁ ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତି ରଙ୍ଗ ଛାଡ଼ି ବିକୃତ ହୋଇଗଲାଣି,ମଞ୍ଚ ରୁ ପଥର ଖସି ଗଲାଣି, କେତେବେଳେ ଭୁଶୁଡିବ। ସମ୍ଭାବନାକୁ ଅସ୍ବୀକାର କରାଯାଇ ନପାରେ। ଜିଲ୍ଲପାଳ ଏହି ରାସ୍ତା ଦେଇ ତାଙ୍କ କାର୍ଯ୍ୟାଳୟକୁ ଆସୁଛନ୍ତି ଯାଉଛନ୍ତି, କିନ୍ତୁ ମାଡାମଙ୍କ ଦୃଷ୍ଟି ପଡୁନି। ଆସନ୍ତା ୧୨ ସେପ୍ଟେମ୍ବର ହେଉଛି ଦାସିଆ ଅଜାଙ୍କ ପୁଣ୍ୟ ଜନ୍ମତିଥି, ଅନ୍ତତଃ ପକ୍ଷେ ଏହି ଯୋଗଜନ୍ମା ପୁରୁଷଙ୍କ ଜନ୍ମତିଥି ପୂର୍ବରୁ ଏହି ପ୍ରତିମୂର୍ତ୍ତିରେ ରଙ୍ଗ ପ୍ରଲେପନ କରିବା ପାଇଁ ଆଜି ରାଜ୍ୟ ସଂସ୍କୃତି ବିଭାଗ ସଚିବଙ୍କ ଉଦ୍ଧେଶ୍ୟରେ ନୟାଗଡ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟଙ୍କ ଜରିଆରେ ଏକ ସ୍ମାରକପତ୍ର ଦେଇଛନ୍ତି ଦାଶରଥି ପଟ୍ଟନାୟକ ସ୍ମୃତି ସଂସଦ ସଭାପତି ପ୍ରମୋଦ ପଟ୍ଟନାୟକ ଏବଂ ଆଇନଜୀବି ରଣଜିତ ଦାଶ।
