ଇଟାମାଟି,(ନୟାଗଡ଼ ଦର୍ପଣ): ଇଟାମାଟି ଗ୍ରାମରେ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ମାର୍କ ରଖିଥିବା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ଜସ୍ମିନ ନାୟକଙ୍କୁ ବିଜୁ ମହତାବ ସ୍ବେଚ୍ଛାସେଵୀ ସଂଗଠନ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ସମ୍ବର୍ଦ୍ଧନା ଉତ୍ସବରେ ଅନୁଷ୍ଠାନର ସଭାପତି ସମାଜସେବୀ ଭାଗିରଥି ବାଇ, ପ୍ରଧାନ ଆଚାର୍ଯ୍ୟ ପ୍ରକାଶ ଜୀବନ ପାଳ, ସୁକାନ୍ତ କୁମାର ମହାନ୍ତି, କୃପାସିନ୍ଧୁ ପ୍ରଧାନ, ସଞ୍ଜୟ କୁମାର ସାହୁ, ଦିଲ୍ଲୀପ କୁମାର ସାହୁ, ଫକୀର ମୁଦୁଲି ପ୍ରମୁଖ ଯୋଗ ଦେଇଥିଲେ। ଯସ୍ମୀନଙ୍କ ବାସ ଭବନକୁ ଯାଇ ତାଙ୍କ ଜେଜେବାପା, ଜେଜେ ମା ଏବଂ ତାଙ୍କ ବୋଉଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧିତ କରିଥିଲେ।
Read MoreBlog
ଜଣ ନୁହେଁ, ଗଣ ପତ୍ରିକା – “ମାଟିର ସ୍ୱର”
ଦଶପଲ୍ଲା,(ନୟାଗଡ଼ ଦର୍ପଣ); ସମ୍ପ୍ରତି ଦଶପଲ୍ଲାଠାରେ ମାଟିର ସ୍ୱର ଇ-ପତ୍ରିକାର ତୃତୀୟ ସଂଖ୍ୟା ଆଜି ତା ୩୧/୫/୨୩ ରିଖ ଦିନ ଶ୍ରୀମତୀ ଲୋପାମୁଦ୍ରା ମହାନ୍ତିଙ୍କ ଦ୍ୱାରା ମାଟି ମଣିଷଙ୍କ ଉଦେଷ୍ୟରେ ଆଭାସୀ ଉତ୍ସବ ମାଧ୍ୟମରେ ଲୋକାର୍ପଣ ହୋଇଯାଇଛି। ଶ୍ରୀମତୀ ସସ୍ମିତା ଦାଶ, ଢେଙ୍କାନାଳ, ଡ. ବାସନ୍ତୀ ମହାନ୍ତି, ଭୁବନେଶ୍ଵର, ମହାଶ୍ୱେତା ପଟ୍ଟନାୟକ, ଭୁବନେଶ୍ଵର, ବନ୍ଦନା ବିଶ୍ବାସ, ବାଲେଶ୍ଵର, ଡ. ଲକ୍ଷ୍ମୀପ୍ରିୟା ଦେଈ, ଦଶପଲ୍ଲା, ରୋହିତ ଜେନା, ଗଞ୍ଜାମ, ଶ୍ରୀକାନ୍ତ ପଣ୍ଡା, ଭଦ୍ରକ, ନଟବର ପ୍ରଧାନ, କଟକ, ଶ୍ରୀକାନ୍ତ ଘଡ଼ାଇ, ମୁମ୍ବାଇ, ଜ୍ଞାନ ପ୍ରକାଶ ବାରିକ, ବୌଦ୍ଧ, ଵିନୋଦ ବିହାରୀ ମହାରଣା, ଧୁଆମଡ଼ା, ବନମାଳୀ ସାହୁ ଓ ତାଙ୍କ ପରିବାର ବର୍ଗ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ ଉଦେଶ୍ୟରେ ନିଜ ନିଜର ଶ୍ରଦ୍ଧାଂଜଳି କବିତା ଆବୃତ୍ତି କରିବା ସହିତ ମାଟିର ସ୍ୱର ପତ୍ରିକା ଓ…
Read Moreପାଢ଼ୀ ଟ୍ୟୁଟୋରିଆଲ ଛାତ୍ରଛାତ୍ରୀଙ୍କୁ ବିପୁଳ ସଫଳତା
ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷର +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ପାସ ହାରରେ ସାରା ରାଜ୍ୟରେ ନୟାଗଡ଼ ଜିଲ୍ଲାପ୍ରଥମ ସ୍ଥାନ ଅଧିକାର କରିଛି। ନୟାଗଡ଼ ସହର ମଧ୍ୟରେ ଥିବା ପାଢ଼ୀ ଟ୍ୟୁଟୋରିଆଲ ଛାତ୍ରଛାତ୍ରୀମାନେ ବିପୁଳ ସଫଳତା ପାଇଥିବା ଜଣା ପଡ଼ିଛି। ବିଜ୍ଞାନ ବିଭାଗରେ ଜିଲ୍ଲା ଟପ୍ପର ହୋଇଥିବା ପ୍ରଜ୍ଞାନ ମହାନ୍ତି ୫୬୪ ନମ୍ବର ରଖିଥିବା ବେଳେ ସେ ପାଢ଼ୀ ଟ୍ୟୁଟୋରିଆଲ ଛାତ୍ର ଅଟନ୍ତି । ଏଥିସହିତ ପପୁନ ବରାଡ଼ ୫୫୭, ତନୁଶ୍ରୀ ପ୍ରିୟଦର୍ଶିନୀ ଦାଶ ୫୪୮, ଅର୍ପଣ କୁମାର ସାହୁ ୫୪୬ ମାର୍କ ରଖି A1 ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ଟ୍ୟୁଟୋରିଆଲ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୭ଜଣ ୫ଶହରୁ ଉର୍ଦ୍ଧ୍ବ ମାର୍କ ରଖିଥିବା ବେଳେ ୧୮୯ଜଣ ପ୍ରଥମ ଶ୍ରେଣୀରେ ଓ ୩୨ଜଣ ଦ୍ବିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି…
Read Moreସମାଜସେବୀ ଟଟଙ୍କର ଆକସ୍ମିକ ପରଲୋକ
ଓଡଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ ଶରଣକୁଳ ନିକଟବର୍ତ୍ତି ବାଉଁଶିଆ ରଘୁନାଥପୁର ଶାସନର ସମାଜସେବୀ ରଘୁନାଥ ତ୍ରୀପାଠୀ(ଟଟ)ଙ୍କର ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ଵର ଏକ ଘରୋଇ ଡାକ୍ତଖାନାରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା। ଶ୍ରୀ ତ୍ରିପାଠୀ ଶରଣକୁଳ ଅଂଚଳରେ ଜଣେ ପରୋପକାରୀ, ସଂସ୍କୃତି ପ୍ରେମୀ ଏବଂ ମେଳାପୀ ବ୍ୟକ୍ତି ରୂପେ ପରିଚିତ ଥିଲେ। ସେ ସଦାବେଳେ ଗ୍ରାମର ଏବଂ ଶରଣକୁଳ ଅଞ୍ଚଳର ଉନ୍ନତି କଳ୍ପେ ଚେଷ୍ଟିତ ଥିଲେ। ତାଙ୍କର ଦୁଇ ଝିଅ ଅଛନ୍ତି। ତାଙ୍କ ମର ଶରୀର ଆଜି ଭୁବନେଶ୍ଵରରୁ ନିଜଗ୍ରାମ ବାଉଁଶିଆରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ନାରାୟଣ ହାଇସ୍କୁଲର ୧୯୮୩ ମସିହା ବ୍ୟାଚର ସମସ୍ତ ବନ୍ଧୁଗଣ ସମେତ ବାଉଁଶିଆ ଗ୍ରାମବାସୀ, ଶରଣକୁଳ ସରପଞ୍ଚ ମୀନାକ୍ଷୀ ପ୍ରସାଦ ସାହୁ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ପରିବାର…
Read Moreସଂସ୍କୃତଭାଷା ପ୍ରଶିକ୍ଷଣ ଦ୍ବାରା ଆଦର୍ଶ ସମାଜ ଗଠନ ସମ୍ଭବ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସୟଂଶାସିତ ମହାବିଦ୍ୟାଳୟରସୁବର୍ଣ୍ଣ ଜୟନ୍ତୀ କକ୍ଷରେ ଦଶଦିନାତ୍ମକ ଆବିସିକ ପ୍ରଶିକ୍ଷଣ ବର୍ଗର ସମାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ରଣପୁର ବିଧାୟକ ତଥା ନୟାଗଡ଼ ଯୋଜନାବୋଡ଼ର ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ ଯୋଗଦେଇ କହିଥିଲେ ଯେ, ସଂସ୍କୃତଭାଷା ପ୍ରଶିକ୍ଷଣ ଦ୍ବାରା ଆଦର୍ଶ ସମାଜ ଗଠନ ସମ୍ଭବ । ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ ଯୋଗଦେଇ ଅଧ୍ୟକ୍ଷତା କରିବା ସହ ସଂସ୍କୃତ ଭାଷା ଭାରତୀୟ ସଂସ୍କୃତିର ପ୍ରାଣ ବୋଲି କହିଥିଲେ । ମୁଖ୍ୟବକ୍ତାଭାବେ ଲୋକକବି କାଳୀପ୍ରସନ୍ନ ଶତପଥୀ ଯୋଗଦେଇ ସଂସ୍କୃତ ପ୍ରଶିକ୍ଷଣ ଦ୍ଵାରା ବିବିଧ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ସମ୍ଭବ ବୋଲି କହିଥିଲେ । ବିଶିଷ୍ଟ ଅତିଥି ଭାବେ ନବୋଦୟ ବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ସୁଦିପ୍ତା ବିଶ୍ଵାଳ ସଂସ୍କୃତ ସାହିତ୍ୟର ନୈତିକ ମୂଲ୍ୟବୋଧ ବିଷୟରେ ଆଲୋକପାତ କରିଥିଲେ । ସଂସ୍କୃତ ବିଭାଗ ମୁଖ୍ୟ…
Read Moreସମୂହଛୁଟି ପାଇଁ ଦାବିପତ୍ର ପ୍ରଦାନ କଲା ଜିଲ୍ଲା ଅମଲା ସଂଘ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମିଳିତ ଅମଲା ମଞ୍ଚ ପକ୍ଷରୁ କୃଷି ବିଭାଗ ସଭାଗୃହ ମଧ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଆଗାମୀ ଦିନର କାର୍ଯ୍ୟପନ୍ଥା ସମ୍ବନ୍ଧରେ ସୁଚନା ଦେଇଥିଲେ। ସେମାନଙ୍କ ଦାବି ପୁରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ରହିବେ ବୋଲି ପ୍ରକାଶ କରିଥିଲେ । ନୟାଗଡ଼ ଜିଲ୍ଲା ଅମଲା ସଂଘର ଆବାହକ ଶ୍ରୀଧର କୁମାର ସାହୁ, ଅଧ୍ୟକ୍ଷ କୈଳାସ ଚନ୍ଦ୍ର ଓଝା, ଉପସଭାପତି ରଶ୍ମିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ମୁଖ୍ୟତଃ ସ୍ନାତକ ଶିକ୍ଷାଗତ ଯୋଗ୍ୟତା ଭିତିରେ ଜିଲ୍ଲା ସ୍ତରୀୟ କନିଷ୍ଠ ଅମଲା ସହିତ ଗ୍ରେଡ୍ ପେ ମାନଙ୍କର ମୁଳ ଦରମା ୯,୩୦୦ ଟଙ୍କା ୪,୨୦୦ ଟଙ୍କା ବୃଦ୍ଧି କରିବା ପାଇଁ ଦାବି ରଖୁଛନ୍ତି । ସଂଘ ପକ୍ଷରୁ ଗତ ଏପ୍ରିଲ ୨୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ…
Read Moreନୂଆଗାଁ ବ୍ଳକ ସଂପଡାରେ ଭିନ୍ନକ୍ଷମ ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ ସଂପଡା ସ୍କୁଲ ପରିସରରେ ଭିନ୍ନକ୍ଷମ ସହାୟତା ସଂସ୍ଥା ଆନୁକୁଲ୍ଯରେ ଭିନ୍ନକ୍ଷମ ସାର୍ଟିଫିକେଟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲକ୍ଷ୍ମୀଧର ବେହେରାଙ୍କ ପରାମର୍ଶ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅଦ୍ଦୀପତ କହଁର,ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ନୂଆଗାଁ ବ୍ଲକ ସାମଜିକ ସୁରକ୍ଷା ଅଧିକାରୀ, ମାଈଛେଳି ସରପଞ୍ଚଙ୍କ ପ୍ରତିନିଧି ଦାଶରଥି ପ୍ରଧାନ ଯୋଗଦେଇଥିଲେ । ଡିଜାବିଲ ରିଲିଫ ଅର୍ଗାନାଇଜେସନ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭିନ୍ନକ୍ଷମମାନଙ୍କୁ ସରକାରଙ୍କ ତରଫରୁ ଆସୁଥିବା ସମସ୍ତ ଯୋଜନା ସଠିକ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଖରେ ପହଞ୍ଚିବା । ନୟାଗଡ ଜିଲ୍ଲା ମୁଖ୍ୟ ସାମାଜିକ ସୁରକ୍ଷା ଅଧିକାରୀ ଭିନ୍ନକ୍ଷମ ମାନଙ୍କ ପାଇଁ ସରକାରଙ୍କ ତରଫରୁ ଆସୁଥିବା ସମସ୍ତ ଯୋଜନା ବିଷୟରେ ବୁଝାଇଥିଲେ ।। ଶେଷରେ ଡିଜାବଲ ରିଲିଫ ଅର୍ଗାନାଇଜେସନ ଭିନ୍ନ କ୍ଷମ ସହାୟତା…
Read Moreପ୍ରମୋସନ ପାଇଁ କ୍ୟାଡର ରୁଲ ପରିବର୍ତ୍ତନ କଲେ ନ୍ୟାୟାଳୟର ଦ୍ୱାରସ୍ଥ ହେବ ବି.ଏଡ୍ ଶିକ୍ଷକ ସଂଘ
ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରାଥମିକ ଶିକ୍ଷକମାନଙ୍କ ପ୍ରମୋସନ ନେଇ ଶିକ୍ଷା ବିଭାଗରେ ଛକାପଞ୍ଝା ଲାଗି ରହିଥିବା ବେଳେ ୨୦୧୯-କ୍ୟାଡର ରୁଲର ପରିବର୍ତ୍ତନ ପାଇଁ କିଛି ଶିକ୍ଷକ ଗୋଷ୍ଠୀ ଉଦ୍ୟମ ଚଳାଇଛନ୍ତି । ଫଳରେ ଲେବୁଲ-୪ରୁ ଲେବୁଲ-୩କୁ ପ୍ରମୋସନ ପାଇବାକୁ ଥିବା ସ୍ନାତକ ଶିକ୍ଷକମାନେ ଏଥିରୁ ବଞ୍ଚିତ ହେବାର ଆଶଙ୍କା ପ୍ରକାଶ ପାଇଛି । ଏ ନେଇ ନୟାଗଡ଼ ଜିଲ୍ଲା ବି.ଏଡ୍ ପ୍ରାଥମିକ ଶିକ୍ଷକସଂଘ ପକ୍ଷରୁ ଉଦବେଗ ପ୍ରକାଶ ପାଇଥିବା ବେଳେ ଆବଶ୍ୟକ ପଡ଼ିଲେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ପ୍ରାଥମିକ ଶିକ୍ଷକମାନଙ୍କ ପ୍ରମୋସନ ପାଇଁ କ୍ୟାଡର ରୁଲ ତିଆରି କରିଛନ୍ତି । ଏଥିରେ ଶିକ୍ଷାଗତ ଯୋଗ୍ୟତା ଏବଂ ବରିଷ୍ଠତାକୁ ଆଧାର କରି ପ୍ରମୋସନ ପାଇଁ ବ୍ୟବସ୍ଥା ରହିଛି । ଏହି କ୍ରମରେ ଲେବୁଲ-୪ରୁ ଲେବୁଲ-୩ କୁ ପ୍ରମୋସନ…
Read Moreକାଳବୈଶାଖୀରେ ଗଛପଡି ରାସ୍ତା ଅବରୋଧ, ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା କ୍ରିଦାଶପୁର ଅଞ୍ଚଳରେ କାଳବୈଶାଖୀରେ ବହୁ ଗଛପଡି କ୍ଷୟକ୍ଷତି ହୋଇଥିବା ଜଣାପଡିଛି। କଞ୍ଚନବିଲିର ବିଭିନ୍ନ ସ୍ଥାନରେ ବର୍ଷା ସହ ପ୍ରବଳ ପବନ ହେବାରୁ ରାସ୍ତା ଉପରେ ବିରାଟ ବିରାଟ ଗଛ ଉପୁଡ଼ି ପଡ଼ି ରାସ୍ତା ଅବରୋଧ ହେବା ସହ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇପଡିଛି। ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ରାସ୍ତା ଉପରେ ପଡ଼ିଥିବା ଗଛକୁ କଟାଯାଇଥିବା ବେଳେ ଜେସିବି ଦ୍ବାରା ବଡ଼ ବଡ଼ କାଠଗଣ୍ଡିକୁ ହଟା ଯାଇଛି । ବିଦ୍ୟୁତ କର୍ମଚାରୀମାନେ ବିଦ୍ୟୁତ୍ ଖୁଣ୍ଟ ଓ ତାର ସଜାଡିବାରେ ଲାଗି ପଡ଼ିଥିବା ଦେଖିବାକୁ ମିଳିଛି। ଏପରିକି କେତେକଙ୍କ ଚାଳ ଛପର ଘର ଉଡି ଯାଇଥିବାବେଳେ କଞ୍ଚନବିଲି ଗ୍ରାମର କୁଳମଣି ବେହେରାଙ୍କ ଝିଅ ଚୁମୁକି ବେହେରା(୩୨) ବଜ୍ରପାତରେ ଆଘାତ ପାଇ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି।
Read Moreମହାମହିମ ରାଜ୍ୟପାଳଙ୍କୁ କାଳିଆ କଳା ପୁସ୍ତକ ଉପହାର
ନୟାଗଡ଼,(ନୟାଗଡ଼ ଦର୍ପଣ): ମହାମହିମ ରାଜ୍ୟପାଳଙ୍କୁ କାଳିଆ କଳା ପୁସ୍ତକ ଉପହାର। ବିଶ୍ୱ ନିୟତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚିତ୍ର ଗୀତି ଶତକ କାଳିଆ କଳା ପୁସ୍ତକ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ସମର୍ପିତ ହେଲା ପରେ ଆଜି ଅପରାହ୍ନରେ ରାଜଭବନ ପରିସରରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲଜୀଙ୍କୁ ଆୟୋଜକମାନଙ୍କ ତରଫରୁ ଉକ୍ତ ପୁସ୍ତକକୁ ଉପହାର ସ୍ୱରୂପ ପ୍ରଦାନ କରାଯାଇଛି। କାଳିଆ କଳା ପୁସ୍ତକରେ୧୦୨ଗୋଟି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଭିନ୍ନ ବେଶର ଫଟୋ ସମେତ ଶ୍ଳୋକ ସ୍ଥାନିତ କରାଯାଇଛି । ପୁସ୍ତକଟି ଅତ୍ୟନ୍ତ ଚମତ୍କାର ଏବଂ ଜଗନ୍ନାଥ ପ୍ରେମୀଙ୍କ ମନରେ ଅପାର ଆନନ୍ଦ ସୃଷ୍ଟି କରିବବୋଲି ମତବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ବର୍ଗର ଲୋକଙ୍କ ପାଖରେ ଅଧିକରୁ ଅଧିକ ସଂଖ୍ୟାରେ ପୁସ୍ତକଟିକୁ ପହଞ୍ଚାଇବା ପାଇଁ ମହାମହିମ ରାଜ୍ୟପାଳ ପରାମର୍ଶ ଦେଇଥିଲେ।ତତ୍ ସହିତ ନାଟ୍ୟଭୂଷଣ ଡ଼ଃ ବିଜୟ…
Read More