ନୟାଗଡ଼,(ନୟାଗଡ଼ ଦର୍ପଣ): ମହାମହିମ ରାଜ୍ୟପାଳଙ୍କୁ କାଳିଆ କଳା ପୁସ୍ତକ ଉପହାର। ବିଶ୍ୱ ନିୟତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚିତ୍ର ଗୀତି ଶତକ କାଳିଆ କଳା ପୁସ୍ତକ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ସମର୍ପିତ ହେଲା ପରେ ଆଜି ଅପରାହ୍ନରେ ରାଜଭବନ ପରିସରରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲଜୀଙ୍କୁ ଆୟୋଜକମାନଙ୍କ ତରଫରୁ ଉକ୍ତ ପୁସ୍ତକକୁ ଉପହାର ସ୍ୱରୂପ ପ୍ରଦାନ କରାଯାଇଛି। କାଳିଆ କଳା ପୁସ୍ତକରେ୧୦୨ଗୋଟି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଭିନ୍ନ ବେଶର ଫଟୋ ସମେତ ଶ୍ଳୋକ ସ୍ଥାନିତ କରାଯାଇଛି । ପୁସ୍ତକଟି ଅତ୍ୟନ୍ତ ଚମତ୍କାର ଏବଂ ଜଗନ୍ନାଥ ପ୍ରେମୀଙ୍କ ମନରେ ଅପାର ଆନନ୍ଦ ସୃଷ୍ଟି କରିବବୋଲି ମତବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ବର୍ଗର ଲୋକଙ୍କ ପାଖରେ ଅଧିକରୁ ଅଧିକ ସଂଖ୍ୟାରେ ପୁସ୍ତକଟିକୁ ପହଞ୍ଚାଇବା ପାଇଁ ମହାମହିମ ରାଜ୍ୟପାଳ ପରାମର୍ଶ ଦେଇଥିଲେ।ତତ୍ ସହିତ ନାଟ୍ୟଭୂଷଣ ଡ଼ଃ ବିଜୟ କୁମାର ଚୌଧୁରୀ ରଚିତ ‘ଦୃଷ୍ଟି ଦର୍ପଣରେ ନୂଆଗଡ଼ ଗଡ଼ଜାତ’ ପୁସ୍ତକ ମଧ୍ୟ ମହାମହିମଙ୍କୁ କରକମଳରେ ପ୍ରଦତ୍ତ ହୋଇଥିଲା। ଆୟୋଜକ ମାନଙ୍କ ମଧ୍ୟରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଡ଼ଃ. ବିଜୟ କୁମାର ଚୌଧୁରୀ, ହାସ୍ୟରସିକ ମି. କାଲିଆ ଏବଂ କବି ଗୋଦାବରୀଶ ମିଶ୍ର ପ୍ରମୁଖ ଯୋଗଦେଇଥିଲେ।
Related posts
-
ଫାଇଲେରିଆ ନିରାକରଣ ନିମନ୍ତେ ଗଣଔଷଧ ସେବନ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ସଭାପତିତ୍ୱରେ ଜିଲ୍ଲାର ଦଶପଲ୍ଲା, ନୂଆଗାଁ ଓ ଗଣିଆ... -
ମାଟ୍ରିକର ୮୪ବ୍ୟାଚ ସହପାଠୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି
ନୟାଗଡ଼,(ନୟାଗଡ଼ ଦର୍ପଣ): ମାଟ୍ରିକର ୮୪ବ୍ୟାଚର ସହପାଠୀ ତଥା ଆଦର୍ଶ ଶିକ୍ଷକ କିଶୋର ଚନ୍ଦ୍ର ସେନାପତିଙ୍କ ଆକସ୍ମିକ ବିୟୋଗରେ ଏକ ଶୋକ ତଥା... -
ଷଷ୍ଠ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ
ବିଲଡିଂ ଆପ ବ୍ୟବହାର, ଜାତୀୟ ଉପଲବ୍ଧି ପରୀକ୍ଷଣ ପାଇଁ ପ୍ରସ୍ତୁତି, ପାଠ ଯୋଜନା, ଟ୍ରାକର, ବିଦ୍ୟାଳୟ ନିରାପତ୍ତା ଉପରେ ଗୁରୁତ୍ୱ ରଣପୁର,(ନୟାଗଡ଼...