ନୂଆଗାଁ,(ନୟାଗଡ଼ ଦର୍ପଣ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ କଲ୍ୟାଣକାରୀ ଯୋଜନା ଏବଂ ଅଞ୍ଚଳର ବିକାଶ ପାଇଁ ଗୁରୁତ୍ବ, ଦଶପଲ୍ଲା ବିଧାୟକଙ୍କ ପ୍ରଚେଷ୍ଟା ଯୋଗୁଁ ନୂଆଗାଁ ବ୍ଲକରେ ଶିଖର ଛୁଇଁଛି ବିକାଶ।ବିକଶିତ ହେବାରେ ଲାଗିଛି ନୂଆଗାଁ ବ୍ଲକ୍। ଯାହାକି ପୂର୍ବରୁ କୌଣସି ବିଧାୟକ କରିପାରିନଥିବା କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହଯୋଗ ଯୋଗୁଁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା କରି ଦେଖାଇଛନ୍ତି। ୫ବର୍ଷ ପୂର୍ବରୁ ବିଧାୟକଙ୍କୁ ଦେଖିପାରୁନଥିବା ଲୋକ ବର୍ତ୍ତମାନ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ପାଖରେ ପାଇ ଅତ୍ୟନ୍ତ ଖୁସି ହୋଇ ସୁଖ ଦୁଃଖ ସବୁ କହୁଛନ୍ତି।

ଶହ ଶହ ବର୍ଷର ଗମନା ଗମନ ସମସ୍ୟା ଦୂରୀଭୂତ ହୋଇଛି। ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବେରୁଆବାରି ଗ୍ରାମ ପଞ୍ଚାୟତ ସାତପାଟିଆ ଠାରୁ କେପେଟି ରାସ୍ତା ପାଇଁ ୧.୭୪କୋଟି, ହରିପୁର ଗ୍ରାମ ପଞ୍ଚାୟତ ଭାଟସାହି ଠାରୁ ଡ଼ହଙ୍ଗି ରାସ୍ତା ପାଇଁ ୧.୭୧ କୋଟି ଏବଂ ବାହାଡଡାଝୋଲା କଷ୍ଟି ଡାକୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ ଗୃହ ପାଇଁ ୧.୬୦ କୋଟି ଟଙ୍କାର ସହ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା।ତତ୍ ସହିତ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକଟି ଅଞ୍ଚଳର ବିକାଶ ପାଇଁ ପ୍ରଚେଷ୍ଠା ଚାଲିଛି ଏବଂ ଆଗକୁ ମଧ୍ୟ ଜାରି ରହିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଧାୟକଙ୍କ ସହ ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଜିଲ୍ଲା ପରିଷଦଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା, ବ୍ଲକ୍ ବିଜେଡ଼ି ସଭାପତି ସନାତନ ସାମଲ, ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ଯୁବ ବିଜେଡ଼ି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି, ସଫଳ ଚାଷୀ ସୂର୍ଯ୍ୟନାରାୟଣ ସାହୁ, ତ୍ରିନାଥ ସ୍ୱାଇଁ, ବିମଳ ଲୋଚନ ପଟ୍ଟନାୟକ, ସୁଶାନ୍ତ କୁମାର ପଢ଼ିଆରିଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ଲୋକମାନଙ୍କ ଶହ ଶହ ବର୍ଷର ଗମନା ଗମନ ସମସ୍ୟା ଦୂରୀଭୂତ ହେବାକୁ ଯାଉଥିବାରୁ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ କୃତଜ୍ଞତା ଜଣାଇଥିଲେ।

