ମା ସୁନାଦେଇ କ୍ରିକେଟ୍ ଟୁର୍ଣ୍ଣମେଣ୍ଟରେ ‘ବାଗଦେଵୀ କ୍ରିକେଟ୍ ଟିମ୍’ ଚାମ୍ପିଅନ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଗୁମୀ ପଞ୍ଚାୟତ ଅଧିନରେ ଥିବା କୁସୁମ ଗାଡିଆ ଗ୍ରାମ ରେ ମା ସୁନାଦେଇ କ୍ରିକେଟ୍ କ୍ଳବ୍ ଆନୁକୁଲ୍ୟରେ ଘୋଡକବାରି କ୍ରିକେଟ୍ କ୍ଳବ୍ ସହିତ ମା ବାଗଦେବୀ କ୍ରିକେଟ୍ କ୍ଳବ୍ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଘୋଡ଼କ ବାରି କ୍ରିକେଟ୍ ଟିମ୍ ଟଚ୍ ୱିନ୍ କରି ନିର୍ଦ୍ଧାରିତ ୧୫ ଓଭରରେ ସମସ୍ତ ଉଇକେଟ ହରାଇ ୬୩ ରନ୍ ସଂଗ୍ରହ କରିଥିଲେ।ଏହାର ଜବାବରେ ମା ବାଗଦେବୀ କ୍ରିକେଟ୍ କ୍ଳବ୍ ୭ ଓଭରରେ ଗୋଟିଏ ଉଇକେଟ୍ ହରାଇ ମ୍ୟାଚ୍ ଟିକୁ ଜିତି ନେଇଥିଲେ।ଖେଳକୁ ମୁନା ଜାନୀ ଏବଂ ଶ୍ରୀକାନ୍ତ ପ୍ରଧାନ ପରିଚାଳନା କରିଥିଲେ।ଏହି ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା ସମ୍ମାନୀତ ଅତିଥି ଭାବେ ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ, ସ୍ଥାନୀୟ ସରପଞ୍ଚ ବବୃ ମହାରଣା, ସମିତି ସଭ୍ୟ ସଞ୍ଜୀବ କୁମାର ଡାକୁଆ, ବ୍ଲକ୍ ବିଜେଡ଼ି ସଭାପତି ସନାତନ ସାମଲ, ପୂର୍ବତନ ସରପଞ୍ଚ ହାଡ଼ିବନ୍ଧୁ ସାମନ୍ତ ରାୟ, ପଞ୍ଚାୟତ ବିଜେଡ଼ି ସଭାପତି ଫକୀର ମୋହନ ସାହୁ ପ୍ରମୁଖ ମଞ୍ଚାସୀନ ହୋଇ ବିଜୟୀ ଦଳକୁ ଚାମ୍ପିଅନ ଟ୍ରଫି ଏବଂ ପରାଜିତ ଦଳକୁ ରନରସ୍ ଟ୍ରଫି ପ୍ରଦାନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ମା ସୁନାଦେଇ କ୍ରିକେଟ୍ କ୍ଳବର ସମସ୍ତ ସଦସ୍ୟ ସାହାଯ୍ୟ କରିଥିଲେ।

Related posts