ନୟାଗଡ଼, (ନୟାଗଡ଼ ଦର୍ପଣ): ଶିକ୍ଷାନୁଷ୍ଠାନରେ ବାଳିକାମାନଙ୍କ ସୁରକ୍ଷା ସମସ୍ୟା ଏକ ଉଦବେଗ ଜନକ ଘଟଣା । ଜିଲ୍ଲା ଏବଂ ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦେଶ କ୍ରମେ, ଅକ୍ସଫର୍ଡ ଶିକ୍ଷାନୁଷ୍ଠାନରେ ପୋକସୋ ଆଇନ ଏବଂ ଦଣ୍ଡ ବିଧାନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ସୁଧୀର କୁମାର ମହାନ୍ତି ଅତିଥି ପରିଚୟ ଏବଂ ସ୍ବାଗତ ସମ୍ଭାଷଣ କରିଥିଲେ । ବିଶେଷ କୁମାର ସାହୁ, ବରିଷ୍ଠ ବର୍ଗର ବିଚାରପତି ତଥା ସଚିବ, ନୟାଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ପୋକସୋ ଆଇନ ତଦଜନିତ ଦଣ୍ଡବିଧାନ ଉପରେ ବାଖ୍ୟା କରିଥିଲେ । ଆଇନଜୀବୀ ରମେଶଚନ୍ଦ୍ର ମହାରଣା ଆଇନସେବା ପ୍ରାଧିକରଣ ମାଧ୍ୟମରେ ଗରୀବ ଏବଂ ଅସହାୟଙ୍କୁ ତ୍ଵରିତ ନ୍ୟାୟ ପ୍ରଦାନ ବ୍ୟବସ୍ଥା ତଥା ବାଳ ଅପରାଧ ଆଇନ…
Read MoreBlog
ନୂତନ ଜିଲ୍ଲା ଶିକ୍ଷା ଅଧିକାରିଣୀଙ୍କୁ ସ୍ୱାଗତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନିକଟରେ ରାଜ୍ୟର ଅନେକ ଜିଲ୍ଲାରେ ଶିକ୍ଷା ଅଧିକାରୀ ସ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଦଳବଦଳ କରିଛି l ସେହି କ୍ରମରେ ନୟାଗଡ଼ର ଜିଲ୍ଲା ଶିକ୍ଷା ଅଧିକାରୀ ଅକ୍ରୁର ବାରିକଙ୍କୁ ଭଦ୍ରକ ଜିଲ୍ଲା ଶିକ୍ଷା ଅଧିକାରୀ ଭାବରେ ବଦଳି କରିଥିବା ବେଳେ ରାଜ୍ୟ ସମଗ୍ର ଶିକ୍ଷା ଅଭିଯାନରେ ଯୁଗ୍ମ ନିର୍ଦ୍ଦେଶିକା ଭାବରେ କାର୍ଯ୍ୟକରୁଥିବା ରାଜଶ୍ରୀ ପଟ୍ଟନାୟକଙ୍କୁ ନୟାଗଡ ଜିଲ୍ଲା ଶିକ୍ଷା ଅଧିକାରୀ ଭାବରେ ନିଯୁକ୍ତି ଦେଇଥିଲେ l ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ରାଜଶ୍ରୀ ପଟ୍ଟନାୟକ ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲା ଶିକ୍ଷା ଅଧିକାରୀ ଭାବରେ ଯୋଗଦେଇଛନ୍ତି l ଆଜି ଅପରାହ୍ଣରେ ବିଭିନ୍ନ ଶିକ୍ଷକ ସଂଗଠନ ଯଥା ଓସ୍ତା, କ୍ରୀଡ଼ାଶିକ୍ଷକ ସଂଘ, ବ୍ଲକଗ୍ରାଣ୍ଟ ସଂଘ ସମେତ ଜିଲ୍ଲା ଅନୁସୂଚିତ ଜାତି ଜନଜାତି ଶିକ୍ଷକ ସଂଘ, ଏକ୍ସ କ୍ୟାଡର ଏଲିମେଂଟାରୀ ଶିକ୍ଷକ ସଂଘ, ନୂତନ ପେନସନ…
Read Moreଲୋକ ନୋଡ଼ାଲ ବିଦ୍ୟାପୀଠରେ ବିଜ୍ଞାନ ମେଳା
ଶରଣକୁଳ,(ନୟାଗଡ଼ ଦର୍ପଣ): ଆଜି ଶରଣକୁଳ ନିକଟବର୍ତ୍ତୀ ପଞ୍ଚିରିଡା ମାନପୁର ଗ୍ରାମରେ ଥିବା ଲୋକ ନୋଡ଼ାଲ ବିଦ୍ୟାପୀଠରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ପୂର୍ବାହ୍ନରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଦ୍ବେତ ନାରାୟଣ ରଣସିଂହ ପ୍ରଦୀପ ପ୍ରଜ୍ବଳନ କରି ମେଳାର ଶୁଭ ଉଦ୍ଘାଟନ କରିଥିଲେ। ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ଆରଧନା ଗୌଡ଼ ଓ ଶିକ୍ଷକ ମାନସ ରଞ୍ଜନ ସାହୁ ପ୍ରକଳ୍ପ ଗୁଡ଼ିକର ରେଜିଷ୍ଟ୍ରେସନ କରି କୁନି ବୈଜ୍ଞାନିକ ମାନଙ୍କୁ ବ୍ୟବସ୍ଥିତ ଭାବେ ଟେବୁଲ ପକାଇ ସଜାଇ ପ୍ରଦର୍ଶନର ବ୍ୟବସ୍ଥା କରାଇଥିଲେ। ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ମୋଟରେ ୩୫ଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ସେଥିମଧ୍ୟରୁ ଜୁନିୟର ବର୍ଗରେ ୧୪ଟି ଓ ସିନିଅର ବର୍ଗରେ ୨୧ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ଗୋପୀନାଥ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ପ୍ରକାଶ କିଶୋର ପ୍ରଧାନ ଓ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଡି…
Read Moreନୟାଗଡ ଜିଲ୍ଲା ସ୍ବର୍ଣ୍ଣ ଓ ରୌପ୍ୟ ଶିଳ୍ପୀ ସଂଘର ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ବର୍ଣ୍ଣ ଓ ରୌପ୍ୟ ସଂଘର ଏକ ପ୍ରସ୍ତୁତି ବୈଠକ ଭାପୁର ବ୍ଲକ ପଦ୍ମାବତୀ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ ସ୍ବର୍ଣ୍ଣ ଓ ରୌପ୍ୟ ସଙ୍ଘର ସମସ୍ତ ସଭ୍ୟଙ୍କ ମୌଳିକ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା l ମୌଳିକ ସମସ୍ୟା ପୋଲିସ ଜୁଲମୁର ନିରାକରଣ, ଶିଳ୍ପର ମାନ୍ୟତା, ଶିଳ୍ପୀମାନଙ୍କ ଭତ୍ତା(50 ବର୍ଷ ପରେ ଭତ୍ତା), ଆଟି ଜେସନ କାର୍ଡର ଇନସୁଲିଙ୍ଗ, ବିନା ଯିଏସଟିରେ 916 ଗହଣା ତିଆରି କିପରି କରିପାରିବା l ସ୍ବର୍ଣ୍ଣ ଓ ରୌପ୍ୟ ସଙ୍ଘର ସଭାପତି ରବୀନ୍ଦ୍ର କୁମାର ପୃଷ୍ଟି ସମ୍ପାଦକ ନିରଞ୍ଜନ ସାଥୁଆ, ଉପସଭାପତି ଅନନ୍ତ ମହାପାତ୍ର ସଂଗଠନ ସଭାପତି ଲକ୍ଷ୍ମୀ ଧର ସାହୁ, ମୁଖ୍ୟ ଉପଦେଷ୍ଟା ବିଶ୍ୱନାଥ ମହାପାତ୍ର (ଜଟି ଭାଇ), ସହ ଉପଦେଷ୍ଟା ଶୁକଦେବ ସାଥୁଆ, ଚାପଧରି ସାର, ଈଶ୍ୱର ମହାପାତ୍ର, ବାଳକୃଷ୍ଣ…
Read Moreଶ୍ରମଜୀବିଙ୍କ ନ୍ୟାର୍ଯ୍ୟ ପ୍ରାପ୍ୟ ପ୍ରଦାନ ପାଇଁ
ଶ୍ରମିକ କ୍ରାନ୍ତି ସତ୍ୟାଗ୍ରହ
ନୟାଗଡ଼, (ନୟାଗ ଦର୍ପଣ): ନୟାଗଡ଼ ଜିଲ୍ଲାରେ ଶ୍ରମିକ, ଦିନ ମଜୁରିଆ, କୃଷକମାନଙ୍କୁ ସେମାନଙ୍କର ନ୍ୟାର୍ଯ୍ୟ ଅଧିକାର ପ୍ରଦାନ କ୍ଷେତ୍ରରେ ଶ୍ରମ ବିଭାଗ, ଜିଲ୍ଲା ପ୍ରଶାସନ କାଳକ୍ଷେପଣ ନୀତି ପ୍ରତିବାଦରେ ଶ୍ରମିକ କ୍ରାନ୍ତି ସତ୍ୟାଗ୍ରହ କରାଯାଇଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବି ରଣଜିତ ଦାଶ କହିଛନ୍ତି l ଶ୍ରମିକଙ୍କ ମୃତ୍ୟୁକାଳୀନ, ଶିକ୍ଷା, ମାତୃତ୍ୱ, ଶାରୀରିକ ବିକଳାଙ୍ଗ ପେନସନ ପ୍ରଦାନ ପାଇଁ ହଜାର ହଜାର ଦରଖାସ୍ତ ପଡ଼ିରହିଛି l କେତେ ତଦନ୍ତ ସରିଯାଇଛି, କିନ୍ତୁ ହିତାଧିକାରୀଙ୍କ ଆକାଉଣ୍ଟକୁ ନିର୍ଦ୍ଧାରିତ ଅର୍ଥରାଶି ଯାଉନାହିଁ, ସେଥିପାଇଁ ଆଜି ବହୁ ଶ୍ରମିକ ହିତାଧିକାରୀଙ୍କ ସହ ଆଇଏନଟିୟୁସି କାର୍ଯ୍ୟକର୍ତାଙ୍କ ସହଯୋଗରେ କ୍ରାନ୍ତି ସତ୍ୟାଗ୍ରହ ଶୋଭାଯାତ୍ରା ଜିଲ୍ଲା ପ୍ରଭାଗୀୟ ଶ୍ରମ ଅଯୁକ୍ତଙ୍କ କାର୍ଯ୍ୟାଳୟରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଧାରଣା ଡିଆଯାଇଥିଲା l ସତ୍ୟାଗ୍ରହରେ ସାମିଲ ଥିବା ହିତାଧିକାରୀଙ୍କ ସହ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ…
Read Moreଦୁଇ କଲେଜ ଛାତ୍ରୀଙ୍କୁ ଅସଦାଚରଣ କରି ବନ୍ଧା ହେଲେ କଲେଜ ଅଧ୍ୟକ୍ଷ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଇଟାମାଟି ଥାନା କେନ୍ଦୁଢିପି ନବ ଚୌଧୁରୀ ମହାବିଦ୍ୟାଳୟରେ ଯୁକ୍ତଦୁଇ ବିଜ୍ଞାନରେ ପାଠ ପଢ଼ୁଥିବା ଦୁଇ କଲେଜ ଛାତ୍ରୀଙ୍କୁ ମହାବିଦ୍ୟାଳୟର ଅଧକ୍ଷ ଅଶ୍ଳୀଳ ଇଙ୍ଗିତ କରିବା ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି I ଅଭିଯୋଗ କରିବା ପାଇଁ ଯାଇଥିବା ଛାତ୍ରୀଙ୍କୁ କଲେଜ ଅଧ୍ୟକ୍ଷ କହିଥିଲେ ଆଗ ମୋ କଥା ବୁଝ ମୁଁ ତମ କଥା ବୁଝି ଦେବୀ lଏହା କହିବା ସହ ଛାତ୍ରୀଙ୍କ ଗାଲକୁ ଚିପି ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି ଛାତ୍ରୀ ମାନେ l ଏକଥା ବାହାରେ ପଘଟ କଲେ ପରୀକ୍ଷାରେ ପାଟିକାଲ ମାର୍କ କାଟି ଦେବା ପାଇଁ ଅଧ୍ୟକ୍ଷ ଧମକ ଦେଇଥିବା ଛାତ୍ରୀ ମାନେ ଅଭିଯୋଗ କରିଛନ୍ତି l ଏନେଇ ଦୁଇ ନାବାଳିକା କଲେଜ ଛାତ୍ରୀ ଇଟାମାଟି ଥାନାରେ ଲିଖିତ ଭାବେ ଅଭିଯୋଗ କରିବା ସହ ଜିଲ୍ଲା ଶିଶୁମଙ୍ଗଳ…
Read Moreପ୍ରଧାନ ଶିକ୍ଷୟିତ୍ରୀଙ୍କ କାର୍ଯ୍ୟଭାର ଗ୍ରହଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଦର ମହକୁମାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏନଏସି ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଭାବେ ରସିଦା ଖାତୁନ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ମାନେ ତାଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ । ଏହି ଅବସରରେ ଶ୍ରୀମତୀ ଖାତୁନ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ସହିତ ଶିକ୍ଷାଦାନକୁ ପ୍ରାଧାନ୍ୟ ଦେବାପାଇଁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହଯୋଗ ଲୋଡ଼ିଥିଲେ । ସୂଚନା ଯୋଗ୍ୟ ଯେ ନିକଟରେ ରାଜ୍ୟ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶନାମା ଅନୁସାରେ ଏଠାରେ କାର୍ଯ୍ୟରତ ଥିବା ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର କର ପଦୋନ୍ନତି ପାଇ ଖଣ୍ଡପଡ଼ା ବିଇଓ ଭାବେ ଯୋଗଦାନ କରିବା ପରେ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଥିଲା ।
Read Moreବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନର ସବୁଜ ସଚେତନତା ପଦଯାତ୍ରା
ଓଡଗାଁ,(ନୟାଗଡ଼ ଦର୍ପଣ): ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନର ସବୁଜ ସଚେତନତା ପଦଯାତ୍ରା ଓଡ଼ଗାଁ ବ୍ଲକ ଭାଡ଼ିକିଳା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଚାରାବଣ୍ଟନ ଏବଂ ଜନ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଫାଉଣ୍ଡେସନର ଅଧ୍ୟକ୍ଷ ମନୋଜ କୁମାର ସାହୁଙ୍କ ପୌରହିତରେ ୨୦୦୦ରୁ ଉର୍ଦ୍ଧ ଚାରା (ଡାଳିମ୍ବ, ଅଁଳା, ପିଜୁଳି, ବେଲ, ପିସ୍ତବାଦାମ, ଶାଗୁଆନ) ବଣ୍ଟନ କରାଯାଇଥିଲା । ଗ୍ରାମର ଶିବ ମନ୍ଦିର ବେଢ଼ାରେ ବୃକ୍ଷରୋପଣ କରାଯାଇଥିଲା। ମୁଖ୍ଅତିଥି ପ୍ରମୟ ସାମ୍ବାଦିକ ଶ୍ରୀ ଫକୀର ମହାରଣା ଚାରା ବଣ୍ଟନ କାର୍ଯ୍ୟ ଆରମ୍ଭ କରିଥିଲେ। ବ୍ୟଙ୍ଗସାହିତ୍ୟିକ ରବୀନ୍ଦ୍ର ରାଉତ, ସମାଜ ସେବୀ ବସନ୍ତ କୁମାର କର, ଲିଗରାଜ ନାୟକ, ନିରଂଜନ ରାଉତ, ଫକୀର ମୋହନ ସାହୁ, ପବିତ୍ର ଇନ୍ଦ୍ରଜିତ, ବିମଳ ଦାସ, ପ୍ରସାନ୍ତ ପୃଷ୍ଟି,, ଲିଙ୍କନ ସାହୁ, ପ୍ରଦ୍ୟୁମ୍ନ ସାହୁ, ନବକିଶୋର ସାଥୁଆ, ଜଗନ୍ନାଥ ପ୍ରଧାନ ଙ୍କ ସହଯୋଗରେ ଚାରା…
Read Moreଓଏଏସ୍ ପାଇଲେ ଆଦିବାସୀ ଯୁବତୀ ସାରସ୍ୱତୀ ଜାନୀ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ତେଣ୍ଡାବାଡି ପଞ୍ଚାୟତର ଦୁର୍ଗମ ଗାଁ ଦୁଗୁଡ଼ିର ଆଦିବାସୀ ଯୁବତୀ ତଥା ସୋମନାଥ ଜାନୀଙ୍କ ସୁପୁତ୍ରୀ ସରସ୍ବତୀ ଜାନୀ ସମ୍ମାନଜନକ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସରସ୍ୱତୀ ୪୧୭ରାଙ୍କ ପାଇ ଏହି ସଫଳତା ହାସଲ କରିଛନ୍ତି । ସରସ୍ଵତୀଙ୍କର ଏପରି ସଫଳତା ପାଇଁ ସମଗ୍ର ଦଶପଲ୍ଲା ଗର୍ବିତ ହୋଇଛି। ପିତା ସୋମନାଥ ଜାନୀ ଓ ମାତା ସବିତା ଜାନୀଙ୍କୁ ସେ ଏଥିପାଇଁ ସଫଳତାର ଶ୍ରେୟ ଦେଇଛନ୍ତି।
Read More“ଶ୍ରୀରାମ ଫାଉଣ୍ଡେସନ ଓଡିଶା”ର ସମ୍ପାଦକ ଦେବୀ ପ୍ରସାଦ ମିଶ୍ରଙ୍କୁ ରାଜ୍ୟସଭା ପଠାଇବାକୁ ଫାଉଣ୍ଡେସନ ସଭ୍ୟଙ୍କ ଅନୁରୋଧ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରୁ ଆରମ୍ଭ ହୋଇଥିବା ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଶ୍ରୀରାମ ଫାଉଣ୍ଡେସନ ଆଜିକୁ 5ବର୍ଷ ଧରି ସାରା ଓଡ଼ିଶାରେ ସେବା କାର୍ଯ୍ୟ ଆପଣେଇ ପୂର ପଲିରେ ଥିବା ଅନେକ ଗାଁ ମାନଙ୍କରେ ଅସହାୟଙ୍କୁ ସାହାଯ୍ୟ ସହଯୋଗ କରି ନିଜର ଏକ ପରିଚୟ ସୃଷ୍ଟି କରିପାଛି l ନୟାଗଡ଼ ଜିଲ୍ଲା ଭାପୁର ଅଞ୍ଚଳର ଯୁବ ସମାଜସେବୀ ଦେବୀ ପ୍ରସାଦ ମିଶ୍ର ହେଉଛନ୍ତି ଏହି ଶ୍ରୀରାମ ଫାଉଣ୍ଡେସନ ରାଜ୍ୟ ସାଙ୍ଗଠନିକ ସମ୍ପାଦକ l ଶ୍ରୀ ମିଶ୍ର ଦୀର୍ଘ ବର୍ଷ ଧରି ବହୁ ଦୁଃଖ କଷ୍ଟରେ ଥିବା ଗରିବ ନିରୀହ ଲୋକଙ୍କ ପାଖକୁ ଯାଇ ତାଙ୍କର ସୁବିଧା ଅସୁବିଧା ବୁଝି ନିଜର ସକ୍ଷମ ମୁତାବକ ସାହାଯ୍ୟ କରିବା ସହ ସ୍ଥାନୀୟ ଅଞ୍ଚଳ ଲୋକଙ୍କ ସମସ୍ୟା ସ୍ଥାନୀୟ ପ୍ରଶାସନ, ରାଜ୍ୟ ସରକାର ଓ ରାଜ୍ୟ ପ୍ରଶାସନ 5T ମୋ…
Read More