ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ବର୍ଣ୍ଣ ଓ ରୌପ୍ୟ ସଂଘର ଏକ ପ୍ରସ୍ତୁତି ବୈଠକ ଭାପୁର ବ୍ଲକ ପଦ୍ମାବତୀ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ ସ୍ବର୍ଣ୍ଣ ଓ ରୌପ୍ୟ ସଙ୍ଘର ସମସ୍ତ ସଭ୍ୟଙ୍କ ମୌଳିକ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା l ମୌଳିକ ସମସ୍ୟା ପୋଲିସ ଜୁଲମୁର ନିରାକରଣ, ଶିଳ୍ପର ମାନ୍ୟତା, ଶିଳ୍ପୀମାନଙ୍କ ଭତ୍ତା(50 ବର୍ଷ ପରେ ଭତ୍ତା), ଆଟି ଜେସନ କାର୍ଡର ଇନସୁଲିଙ୍ଗ, ବିନା ଯିଏସଟିରେ 916 ଗହଣା ତିଆରି କିପରି କରିପାରିବା l ସ୍ବର୍ଣ୍ଣ ଓ ରୌପ୍ୟ ସଙ୍ଘର ସଭାପତି ରବୀନ୍ଦ୍ର କୁମାର ପୃଷ୍ଟି ସମ୍ପାଦକ ନିରଞ୍ଜନ ସାଥୁଆ, ଉପସଭାପତି ଅନନ୍ତ ମହାପାତ୍ର ସଂଗଠନ ସଭାପତି ଲକ୍ଷ୍ମୀ ଧର ସାହୁ, ମୁଖ୍ୟ ଉପଦେଷ୍ଟା ବିଶ୍ୱନାଥ ମହାପାତ୍ର (ଜଟି ଭାଇ), ସହ ଉପଦେଷ୍ଟା ଶୁକଦେବ ସାଥୁଆ, ଚାପଧରି ସାର, ଈଶ୍ୱର ମହାପାତ୍ର, ବାଳକୃଷ୍ଣ ସାଥୁଆ ଖଣ୍ଡପଡା ସଭାପତି ବିପିନ କୁମାର ସାଥୁଆ ପଦ୍ମାବତି ଗ୍ରାମର ସଭାପତି ଦାମୋଦର ପୃଷ୍ଟି, ସମ୍ପାଦକ ପ୍ରଶାନ୍ତ କୁମାର ସାହୁ, ସଭାରେ ସମସ୍ତ ଶିଳ୍ପୀଙ୍କ ମୌଳିକ ସମସ୍ୟା ପାଇଁ ସଭାରେ ଆଲୋଚନା କରାଯାଇଥିଲା l
ନୟାଗଡ ଜିଲ୍ଲା ସ୍ବର୍ଣ୍ଣ ଓ ରୌପ୍ୟ ଶିଳ୍ପୀ ସଂଘର ବୈଠକ
