ଶ୍ରମଜୀବିଙ୍କ ନ୍ୟାର୍ଯ୍ୟ ପ୍ରାପ୍ୟ ପ୍ରଦାନ ପାଇଁ
ଶ୍ରମିକ କ୍ରାନ୍ତି ସତ୍ୟାଗ୍ରହ

ନୟାଗଡ଼, (ନୟାଗ ଦର୍ପଣ): ନୟାଗଡ଼ ଜିଲ୍ଲାରେ ଶ୍ରମିକ, ଦିନ ମଜୁରିଆ, କୃଷକମାନଙ୍କୁ ସେମାନଙ୍କର ନ୍ୟାର୍ଯ୍ୟ ଅଧିକାର ପ୍ରଦାନ କ୍ଷେତ୍ରରେ ଶ୍ରମ ବିଭାଗ, ଜିଲ୍ଲା ପ୍ରଶାସନ କାଳକ୍ଷେପଣ ନୀତି ପ୍ରତିବାଦରେ ଶ୍ରମିକ କ୍ରାନ୍ତି ସତ୍ୟାଗ୍ରହ କରାଯାଇଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବି ରଣଜିତ ଦାଶ କହିଛନ୍ତି l ଶ୍ରମିକଙ୍କ ମୃତ୍ୟୁକାଳୀନ, ଶିକ୍ଷା, ମାତୃତ୍ୱ, ଶାରୀରିକ ବିକଳାଙ୍ଗ ପେନସନ ପ୍ରଦାନ ପାଇଁ ହଜାର ହଜାର ଦରଖାସ୍ତ ପଡ଼ିରହିଛି l କେତେ ତଦନ୍ତ ସରିଯାଇଛି, କିନ୍ତୁ ହିତାଧିକାରୀଙ୍କ ଆକାଉଣ୍ଟକୁ ନିର୍ଦ୍ଧାରିତ ଅର୍ଥରାଶି ଯାଉନାହିଁ, ସେଥିପାଇଁ ଆଜି ବହୁ ଶ୍ରମିକ ହିତାଧିକାରୀଙ୍କ ସହ ଆଇଏନଟିୟୁସି କାର୍ଯ୍ୟକର୍ତାଙ୍କ ସହଯୋଗରେ କ୍ରାନ୍ତି ସତ୍ୟାଗ୍ରହ ଶୋଭାଯାତ୍ରା ଜିଲ୍ଲା ପ୍ରଭାଗୀୟ ଶ୍ରମ ଅଯୁକ୍ତଙ୍କ କାର୍ଯ୍ୟାଳୟରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଧାରଣା ଡିଆଯାଇଥିଲା l ସତ୍ୟାଗ୍ରହରେ ସାମିଲ ଥିବା ହିତାଧିକାରୀଙ୍କ ସହ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ ଆଲୋଚନା କରି ବର୍ଷବର୍ଷ ଧରି ମୃତ୍ୟୁକାଳୀନ ସହାୟତା ଦରଖାସ୍ତ ପଡିରହିଥିବା ଶୁଣିବା ପରେ ତୁରନ୍ତ ଏହାର ସମାଧାନ କରିବା ପାଇଁ ଉପସ୍ଥିତ ଶ୍ରମ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ l ସୂଚନାଯୋଗ୍ୟ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପ୍ରାୟ ୩୦ ହଜାର ସହାୟତା ପାଇବା ପାଇଁ ଦରଖାସ୍ତ ପଡ଼ିରହିଛି l ଏହି କାର୍ଯ୍ୟକ୍ରମରେ ଶ୍ରମିକ କଂଗ୍ରେସ ନେତା ଆଲୋକ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ମଦନ ମୋହନ ବିଶୋଇ, ପୂର୍ଣଚନ୍ଦ୍ର ସାନ୍ତ, ଭଗବାନ ମଳିକ ଏବଂ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଜ୍ୟୋତିରଞ୍ଜନ ଦାଶ ପ୍ରମୁଖ ଯୋଗଦେଇଥିଲେ l

Related posts