ଦୁଇ କଲେଜ ଛାତ୍ରୀଙ୍କୁ ଅସଦାଚରଣ କରି ବନ୍ଧା ହେଲେ କଲେଜ ଅଧ୍ୟକ୍ଷ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଇଟାମାଟି ଥାନା କେନ୍ଦୁଢିପି ନବ ଚୌଧୁରୀ ମହାବିଦ୍ୟାଳୟରେ ଯୁକ୍ତଦୁଇ ବିଜ୍ଞାନରେ ପାଠ ପଢ଼ୁଥିବା ଦୁଇ କଲେଜ ଛାତ୍ରୀଙ୍କୁ ମହାବିଦ୍ୟାଳୟର ଅଧକ୍ଷ ଅଶ୍ଳୀଳ ଇଙ୍ଗିତ କରିବା ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି I ଅଭିଯୋଗ କରିବା ପାଇଁ ଯାଇଥିବା ଛାତ୍ରୀଙ୍କୁ କଲେଜ ଅଧ୍ୟକ୍ଷ କହିଥିଲେ ଆଗ ମୋ କଥା ବୁଝ ମୁଁ ତମ କଥା ବୁଝି ଦେବୀ lଏହା କହିବା ସହ ଛାତ୍ରୀଙ୍କ ଗାଲକୁ ଚିପି ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି ଛାତ୍ରୀ ମାନେ l ଏକଥା ବାହାରେ ପଘଟ କଲେ ପରୀକ୍ଷାରେ ପାଟିକାଲ ମାର୍କ କାଟି ଦେବା ପାଇଁ ଅଧ୍ୟକ୍ଷ ଧମକ ଦେଇଥିବା ଛାତ୍ରୀ ମାନେ ଅଭିଯୋଗ କରିଛନ୍ତି l ଏନେଇ ଦୁଇ ନାବାଳିକା କଲେଜ ଛାତ୍ରୀ ଇଟାମାଟି ଥାନାରେ ଲିଖିତ ଭାବେ ଅଭିଯୋଗ କରିବା ସହ ଜିଲ୍ଲା ଶିଶୁମଙ୍ଗଳ ଅଧିକାରୀଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି I କଲେଜରେ ନିୟମିତ ପାଠ ପଢା ହେଉନଥିବାକୁ ନେଇ ମହାବିଦ୍ୟାଳୟର ଅଧକ୍ଷଙ୍କୁ ଅଭିଯୋଗ କରିବାକୁ ଯାଇଥିବା ବେଳେ ଅଧକ୍ଷ ପ୍ରଦୀପ୍ତ ହାତୀ ଦୁଇ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଛାତ୍ରୀ ଦୁହେଁ ଅଭିଯୋଗ ଆଣିଛନ୍ତି I ଏନେଇ ଇଟାମାଟି ଥାନାରେ ୨ ପୀଡ଼ିତାଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହେବାପରେ ଇଟାମାଟି ଥାନା ପୋଲିସ କଲେଜ ଅଧକ୍ଷଙ୍କୁ ଗିରଫ କରିଛି l ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ କଲେଜ ଅଧକ୍ଷ ପ୍ରଦୀପ୍ତ ହାତୀ ଏବଂ ଦୁଇ ନାବାଳିକା ଛାତ୍ରୀଙ୍କ ଡାକ୍ତର ମାଇନା ପୋଲିସ କରିଛି l

Related posts