ଲୋକ ନୋଡ଼ାଲ ବିଦ୍ୟାପୀଠରେ ବିଜ୍ଞାନ ମେଳା

ଶରଣକୁଳ,(ନୟାଗଡ଼ ଦର୍ପଣ): ଆଜି ଶରଣକୁଳ ନିକଟବର୍ତ୍ତୀ ପଞ୍ଚିରିଡା ମାନପୁର ଗ୍ରାମରେ ଥିବା ଲୋକ ନୋଡ଼ାଲ ବିଦ୍ୟାପୀଠରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ପୂର୍ବାହ୍ନରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଦ୍ବେତ ନାରାୟଣ ରଣସିଂହ ପ୍ରଦୀପ ପ୍ରଜ୍ବଳନ କରି ମେଳାର ଶୁଭ ଉଦ୍ଘାଟନ କରିଥିଲେ। ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ଆରଧନା ଗୌଡ଼ ଓ ଶିକ୍ଷକ ମାନସ ରଞ୍ଜନ ସାହୁ ପ୍ରକଳ୍ପ ଗୁଡ଼ିକର ରେଜିଷ୍ଟ୍ରେସନ କରି କୁନି ବୈଜ୍ଞାନିକ ମାନଙ୍କୁ ବ୍ୟବସ୍ଥିତ ଭାବେ ଟେବୁଲ ପକାଇ ସଜାଇ ପ୍ରଦର୍ଶନର ବ୍ୟବସ୍ଥା କରାଇଥିଲେ। ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ମୋଟରେ ୩୫ଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ସେଥିମଧ୍ୟରୁ ଜୁନିୟର ବର୍ଗରେ ୧୪ଟି ଓ ସିନିଅର ବର୍ଗରେ ୨୧ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ଗୋପୀନାଥ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ପ୍ରକାଶ କିଶୋର ପ୍ରଧାନ ଓ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଡି ସରୋଜ କୁମାର ଦୋରା ବିଚାରକ ରୂପେ ଯୋଗ ଦେଇ ପ୍ରକଳ୍ପ ଗୁଡିକର ମୂଲ୍ୟାଙ୍କନ କରିଥିଲେ। ସିନିୟର ବର୍ଗରୁ ଦଶମ ଶ୍ରେଣୀର ରୋନକ ଜେନା ପ୍ରଥମ, ଅଷ୍ଟମ ଶ୍ରେଣୀର ଦେବାଶିଷ ମହାରଣା ଦ୍ବିତୀୟ, ଅଷ୍ଟମ ଶ୍ରଣୀର ଶଶିକାନ୍ତ ଦାସ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଜୁନିୟର ବର୍ଗରେ ଷଷ୍ଠ ଶ୍ରେଣୀର ଓମ୍ ରେଡ୍ଡୀ ପ୍ରଥମ, ଚତୁର୍ଥ ଶ୍ରେଣୀର ଆଦିତ୍ୟ ପ୍ରସାଦ ସ୍ବାଇଁ ଦ୍ବିତୀୟ ଓ ପଞ୍ଚମ ଶ୍ରେଣୀର ପ୍ରଜ୍ଞା ପ୍ରଧାନ ଏବଂ ସିପ୍ରା ପ୍ରିୟଦର୍ଶିନୀ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଶିକ୍ଷକ ବଣ୍ଟୁ ପ୍ରଧାନ, ଚିନ୍ତାମଣି ମହାରଣା, ଶିକ୍ଷୟିତ୍ରୀ ରୋଜାଲୀନ ପଟ୍ଟନାୟକ, ମନୋରଞ୍ଜନ ରାଉତ, ଅଶୋକ କୁମାର ମହାପାତ୍ର, କୃପାସିନ୍ଧୁ ମିଶ୍ର, ରମେଶ କୁମାର ମହାନ୍ତି, ଶୁଭେନ୍ଦୁ କୁମାର ପରିଡ଼ା, ମାଳତୀ ଦେଈ, ମାଳତୀ ବେହେରା, ଜଗନ୍ନାଥ ବାରିକ, ଭବାନୀ ବାଘ, କୁନି ପ୍ରଧାନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ବରିଷ୍ଠ ଶିକ୍ଷକ ଡ.ସୁରେଶ ଚନ୍ଦ୍ର ବରାଡ଼ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Related posts