ନୂତନ ଜିଲ୍ଲା ଶିକ୍ଷା ଅଧିକାରିଣୀଙ୍କୁ ସ୍ୱାଗତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନିକଟରେ ରାଜ୍ୟର ଅନେକ ଜିଲ୍ଲାରେ ଶିକ୍ଷା ଅଧିକାରୀ ସ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଦଳବଦଳ କରିଛି l ସେହି କ୍ରମରେ ନୟାଗଡ଼ର ଜିଲ୍ଲା ଶିକ୍ଷା ଅଧିକାରୀ ଅକ୍ରୁର ବାରିକଙ୍କୁ ଭଦ୍ରକ ଜିଲ୍ଲା ଶିକ୍ଷା ଅଧିକାରୀ ଭାବରେ ବଦଳି କରିଥିବା ବେଳେ ରାଜ୍ୟ ସମଗ୍ର ଶିକ୍ଷା ଅଭିଯାନରେ ଯୁଗ୍ମ ନିର୍ଦ୍ଦେଶିକା ଭାବରେ କାର୍ଯ୍ୟକରୁଥିବା ରାଜଶ୍ରୀ ପଟ୍ଟନାୟକଙ୍କୁ ନୟାଗଡ ଜିଲ୍ଲା ଶିକ୍ଷା ଅଧିକାରୀ ଭାବରେ ନିଯୁକ୍ତି ଦେଇଥିଲେ l ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ରାଜଶ୍ରୀ ପଟ୍ଟନାୟକ ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲା ଶିକ୍ଷା ଅଧିକାରୀ ଭାବରେ ଯୋଗଦେଇଛନ୍ତି l ଆଜି ଅପରାହ୍ଣରେ ବିଭିନ୍ନ ଶିକ୍ଷକ ସଂଗଠନ ଯଥା ଓସ୍ତା, କ୍ରୀଡ଼ାଶିକ୍ଷକ ସଂଘ, ବ୍ଲକଗ୍ରାଣ୍ଟ ସଂଘ ସମେତ ଜିଲ୍ଲା ଅନୁସୂଚିତ ଜାତି ଜନଜାତି ଶିକ୍ଷକ ସଂଘ, ଏକ୍ସ କ୍ୟାଡର ଏଲିମେଂଟାରୀ ଶିକ୍ଷକ ସଂଘ, ନୂତନ ପେନସନ ଭୁକ୍ତ ଏଲିମେଣ୍ଟାରୀ ଶିକ୍ଷକ ସଂଘ ତରଫରୁ ମାଣିକେଶ୍ବର ସ୍ୱାଇଁ, ପ୍ରଦୀପ୍ତ ଚିତ୍ତରଞ୍ଜନ ସାହୁ,ନୀଳମଣି ବେହେରା, ଗତିକୃଷ୍ଣ ପ୍ରଧାନ, ବିଜୟ ଦାସ, ବିଜୟ କାଣ୍ଡି, ଉମେଶ ସ୍ୱାଇଁ, ରବୀନ୍ଦ୍ର ସାହୁ, ସୁରେଶ ସେଠୀ, ପୀତବାସ ପ୍ରଧାନ ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିବା ବେଳେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ପୂର୍ବତନ ସାଧାରଣ ସମ୍ପାଦକ ଶେଖ ଅବଦୁଲ ଖାଲିକ ମଧ୍ୟ ନୂତନ ଜିଲ୍ଲା ଶିକ୍ଷା ଅଧିକାରିଣୀଙ୍କୁ ସୌଜନ୍ୟମୂଳକ ସାକ୍ଷାତକରି ସ୍ୱାଗତ କରିବା ସହିତ ଜିଲ୍ଲାର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଶିକ୍ଷକମାନେ ସଦାତତ୍ପର ବୋଲି ଜିଲ୍ଲା ଶିକ୍ଷା ଅଧିକାରିଣୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ l

Related posts