ନୟାଗଡ଼, (ନୟାଗଡ଼ ଦର୍ପଣ): ଶିକ୍ଷାନୁଷ୍ଠାନରେ ବାଳିକାମାନଙ୍କ ସୁରକ୍ଷା ସମସ୍ୟା ଏକ ଉଦବେଗ ଜନକ ଘଟଣା । ଜିଲ୍ଲା ଏବଂ ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦେଶ କ୍ରମେ, ଅକ୍ସଫର୍ଡ ଶିକ୍ଷାନୁଷ୍ଠାନରେ ପୋକସୋ ଆଇନ ଏବଂ ଦଣ୍ଡ ବିଧାନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ସୁଧୀର କୁମାର ମହାନ୍ତି ଅତିଥି ପରିଚୟ ଏବଂ ସ୍ବାଗତ ସମ୍ଭାଷଣ କରିଥିଲେ । ବିଶେଷ କୁମାର ସାହୁ, ବରିଷ୍ଠ ବର୍ଗର ବିଚାରପତି ତଥା ସଚିବ, ନୟାଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ପୋକସୋ ଆଇନ ତଦଜନିତ ଦଣ୍ଡବିଧାନ ଉପରେ ବାଖ୍ୟା କରିଥିଲେ । ଆଇନଜୀବୀ ରମେଶଚନ୍ଦ୍ର ମହାରଣା ଆଇନସେବା ପ୍ରାଧିକରଣ ମାଧ୍ୟମରେ ଗରୀବ ଏବଂ ଅସହାୟଙ୍କୁ ତ୍ଵରିତ ନ୍ୟାୟ ପ୍ରଦାନ ବ୍ୟବସ୍ଥା ତଥା ବାଳ ଅପରାଧ ଆଇନ ଉପରେ ବିଷାଦ ବର୍ଣ୍ଣନା କରିଥିଲେ l ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏ ସମ୍ବନ୍ଧୀୟ ଏକ କୁଇଜ କାର୍ଯ୍ୟକ୍ରମ କରାଯାଇ ପୁରସ୍କୃତ କରାଯାଇଥିଲା । ସଦସ୍ୟ ମହମ୍ମଦ ଓମର ମଲ୍ଲିକ ଏବଂ ସଦସ୍ୟା କ୍ଷଣପ୍ରଭା କର ଛାତ୍ର ସମାଜ ଶୃଙ୍ଖଳା ସହିତ ଜ୍ଞାନ ଆହରଣ ଉପରେ ମତାମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷା ଅନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ଉପସ୍ଥିତ ଥିଲେ । ଅଧ୍ୟକ୍ଷ ପ୍ରକାଶ କୁମାର ଦଳାଇ ସଚେତନତା କାର୍ଯ୍ୟକ୍ରମ ଆବଶ୍ୟକତା ବୋଲି ମତାମତ ଦେବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଆଇନ ସହାୟତା କର୍ମୀ ପ୍ରମୋଦ କୁମାର ମହାନ୍ତି
କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।