ପୂର୍ବତନ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସ୍ଥାନାନ୍ତରିତ ସମ୍ବର୍ଦ୍ଧନା

ନୟାଗଡ଼, (ନୟାଗଡ଼ ଦର୍ପଣ): ନିକଟରେ ନୟାଗଡ଼ ଜିଲ୍ଲାରୁ ବଦଳି ହୋଇ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ ଭାବରେ ନିଯୁକ୍ତି ହୋଇଥିବା ଅକ୍ରୁର ବାରିକଙ୍କୁ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ସିନ୍ଦୁରିଆ କ୍ଲଷ୍ଟର ତରଫରୁ ସ୍ଥାନାନ୍ତରିତ ଅବସରରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ଅପରାହ୍ଣରେ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ସହକାରୀ ଶିକ୍ଷକ ଶେଖ ଅବଦୁଲ ଖାଲିକଙ୍କ ସଂଯୋଜନାରେ ଏକ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା l ସିନ୍ଦୁରିଆ କ୍ଲଷ୍ଟରର ସାଧନକର୍ମୀ ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ, ପ୍ରତାପ ପ୍ରାସାଦ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରକାଶ ମହାପାତ୍ର ଓ ସରକାରୀ ଉଚ୍ଚ ବିଦ୍ୟାଳୟ ସିନ୍ଦୁରିଆର ପ୍ରଧାନଶିକ୍ଷୟିତ୍ରୀ ଝୁମିରୀ ସାହୁ ପ୍ରମୁଖ ଶ୍ରୀଯୁକ୍ତ ବାରିକଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ l ନୟାଗଡ଼ ଜିଲ୍ଲାରେ କାର୍ଯ୍ୟକରି ମୁଁ ଅତ୍ୟନ୍ତ ଆନନ୍ଦିତ ବୋଲି ବିଦାୟୀ ଜିଲ୍ଲା ଶିକ୍ଷା ଅଧିକାରୀ ଅକ୍ରୁର ବାରିକ କଥା ପ୍ରସଙ୍ଗରେ କହିଥିଲେ l ପରିଶେଷରେ ପ୍ରତାପ ପ୍ରାସାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ତପୋସ୍ୱିନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l

Related posts