ଓଏଏସ୍ ପାଇଲେ ଆଦିବାସୀ ଯୁବତୀ ସାରସ୍ୱତୀ ଜାନୀ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ତେଣ୍ଡାବାଡି ପଞ୍ଚାୟତର ଦୁର୍ଗମ ଗାଁ ଦୁଗୁଡ଼ିର ଆଦିବାସୀ ଯୁବତୀ ତଥା ସୋମନାଥ ଜାନୀଙ୍କ ସୁପୁତ୍ରୀ ସରସ୍ବତୀ ଜାନୀ ସମ୍ମାନଜନକ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସରସ୍ୱତୀ ୪୧୭ରାଙ୍କ ପାଇ ଏହି ସଫଳତା ହାସଲ କରିଛନ୍ତି । ସରସ୍ଵତୀଙ୍କର ଏପରି ସଫଳତା ପାଇଁ ସମଗ୍ର ଦଶପଲ୍ଲା ଗର୍ବିତ ହୋଇଛି। ପିତା ସୋମନାଥ ଜାନୀ ଓ ମାତା ସବିତା ଜାନୀଙ୍କୁ ସେ ଏଥିପାଇଁ ସଫଳତାର ଶ୍ରେୟ ଦେଇଛନ୍ତି।

Related posts