“ଶ୍ରୀରାମ ଫାଉଣ୍ଡେସନ ଓଡିଶା”ର ସମ୍ପାଦକ ଦେବୀ ପ୍ରସାଦ ମିଶ୍ରଙ୍କୁ ରାଜ୍ୟସଭା ପଠାଇବାକୁ ଫାଉଣ୍ଡେସନ ସଭ୍ୟଙ୍କ ଅନୁରୋଧ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରୁ ଆରମ୍ଭ ହୋଇଥିବା ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଶ୍ରୀରାମ ଫାଉଣ୍ଡେସନ ଆଜିକୁ 5ବର୍ଷ ଧରି ସାରା ଓଡ଼ିଶାରେ ସେବା କାର୍ଯ୍ୟ ଆପଣେଇ ପୂର ପଲିରେ ଥିବା ଅନେକ ଗାଁ ମାନଙ୍କରେ ଅସହାୟଙ୍କୁ ସାହାଯ୍ୟ ସହଯୋଗ କରି ନିଜର ଏକ ପରିଚୟ ସୃଷ୍ଟି କରିପାଛି l ନୟାଗଡ଼ ଜିଲ୍ଲା ଭାପୁର ଅଞ୍ଚଳର ଯୁବ ସମାଜସେବୀ ଦେବୀ ପ୍ରସାଦ ମିଶ୍ର ହେଉଛନ୍ତି ଏହି ଶ୍ରୀରାମ ଫାଉଣ୍ଡେସନ ରାଜ୍ୟ ସାଙ୍ଗଠନିକ ସମ୍ପାଦକ l ଶ୍ରୀ ମିଶ୍ର ଦୀର୍ଘ ବର୍ଷ ଧରି ବହୁ ଦୁଃଖ କଷ୍ଟରେ ଥିବା ଗରିବ ନିରୀହ ଲୋକଙ୍କ ପାଖକୁ ଯାଇ ତାଙ୍କର ସୁବିଧା ଅସୁବିଧା ବୁଝି ନିଜର ସକ୍ଷମ ମୁତାବକ ସାହାଯ୍ୟ କରିବା ସହ ସ୍ଥାନୀୟ ଅଞ୍ଚଳ ଲୋକଙ୍କ ସମସ୍ୟା ସ୍ଥାନୀୟ ପ୍ରଶାସନ, ରାଜ୍ୟ ସରକାର ଓ ରାଜ୍ୟ ପ୍ରଶାସନ 5T ମୋ ସରକାରଙ୍କ ପାଖରେ ପହଞ୍ଚାଇ ଯଥା ସମ୍ଭବ ସମସ୍ୟା ସମାଧାନ କରାଇଥାନ୍ତି l

ବିଗତ ଦିନରେ କୋରନା ଭଳି ମହାମାରୀ ବେଳେ ସେ ପରିବାର ଛାଡି, ନିଜ ଜୀବନକୁ ଜଳାଞ୍ଜଳି ଦେଇ ସମାଜ ସେବା କରିବା ପାଇଁ ବାହାରି ଆସିଥିଲେ l ରାଜ୍ୟର ବହୁ ନିର୍ବାଚନ ମଣ୍ଡଳୀରେ ଶ୍ରୀରାମ ଫାଉଣ୍ଡେସନର ସ୍ଥାନୀୟ ସଦସ୍ୟମାନଙ୍କୁ ନେଇ ବିଭିନ୍ନ ଜନହିତକର କାର୍ଯ୍ୟ କରି ଜନସାଧାରଣଙ୍କ ଭଲ ପାଇବା ଓ ବିଶ୍ୱାସ ଭାଜନ ହୋଇ ପାରିଛନ୍ତି l ଶ୍ରୀ ମିଶ୍ରଙ୍କ ଏହି ସମାଜସେବା କାର୍ଯ୍ୟକୁ ନେଇ ପରବର୍ତ୍ତୀ ସମୟରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଠାରୁ ସନମାନିତ ହୋଇଛନ୍ତି l ଯାହାକି ଆଜି ଶ୍ରୀ ମିଶ୍ରଙ୍କ ସେବା କରିବାର ଆଗ୍ରହକୁ ଆହୁରି ଦୁଇଗୁଣିତ କରିଦେଇଛି l

ପ୍ରାୟ ନିର୍ବାଚନ ମଣ୍ଡଳୀର ବିଧାୟକ ଓ ସାଂସଦମାନେ ମଧ୍ୟ ତାଙ୍କୁ ସାହାଯ୍ୟ ସହଯୋଗ କରିବା କଥା ଶ୍ରୀ ମିଶ୍ର କହିଛନ୍ତି, ଶ୍ରୀ ମିଶ୍ରଙ୍କର କାର୍ଯ୍ୟ ଦକ୍ଷତା ଉପରେ ରାଜ୍ୟ କମିଟି ଖୁସି ହୋଇ ତାଙ୍କୁ ରାଜ୍ୟ ଯୁବ ସଂଗଠକ ପଦରୁ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପଦକୁ ନେଇଛନ୍ତି l ଶ୍ରୀରାମ ଫାଉଣ୍ଡେସନ ଅନୁଷ୍ଠାନର ଦାଇତ୍ୱରେ ଥିବା ତିରିଶ ଜିଲ୍ଲାର କାର୍ଯ୍ୟକର୍ତାମାନେ ଏକାଠି ହୋଇ ଭୁବନେଶ୍ୱର ଠାରେ ଏକ ବୈଠକ କରିଥିଲେ l ସେଥିରେ ଶ୍ରୀ ମିଶ୍ର କୌଣସି ସରକାରୀ ଦାଇତ୍ୱରେ ନଥାଇ ମଧ୍ୟ ଜନସାଧାରଣଙ୍କ ଦାବି ଗୁଡିକୁ ସରକାରଙ୍କୁ ଅନୁରୋଧ କରି ବିଭିନ୍ନ ସମସ୍ୟାର ସମାଧାନ କରି ପାରୁଥିବାରୁ ସେ ଜଣେ ଦକ୍ଷ ସଙ୍ଗଠକ ହିସାବରେ ସଙ୍ଘ ସଦସ୍ୟମାନେ ମାତବ୍ୟକ୍ତ କରିଛନ୍ତି l ବିଭିନ୍ନ ଲୋକଙ୍କ ପାଇଁ ଅହରହ ଚିନ୍ତା କରି ସେବା କରିବା ଉଦେଶ୍ୟରେ ବିଭିନ୍ନ ଅଞ୍ଚଳରେ ବୁଲି ବୁଲି ସଂଗଠନକୁ ସୁଦୃଢ କରି ଚାଲିଛନ୍ତି l ଏହାକୁ ନେଇ ବିଭିନ୍ନ ଜିଲ୍ଲାର ବିଧାୟକ ଓ ସାଂସଦମାନେ ନିଜର ମତ ପ୍ରଦାନ କରିଛନ୍ତି l ଶ୍ରୀ ମିଶ୍ରଙ୍କୁ ରାଜ୍ୟ ସଭାକୁ ମନୋନୀତ କରିବା ପାଇଁ ତିରିଶ ଜିଲ୍ଲାରୁ ଆସିଥିବା କାର୍ଯ୍ୟକର୍ତାମାନେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି l

Related posts