ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ୮ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପ୍ରାଥମିକ ଶିକ୍ଷକ ମାନଙ୍କ ନିମ୍ନ ଲିଖିତ ଦାବି ଗୁଡିକୁ ଏଯାବତ ପୂରଣ କରାଯାଇନାହିଁ l ସେଥିପାଇଁ ଆଜି ସମସ୍ତ ପ୍ରାଥମିକ ସ୍କୁଲ ଶିକ୍ଷକ ମlନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଦାବିଗୁଡିକ ହେଲା ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହିତ ଶିକ୍ଷକର୍ମୀ ଓ ଶିକ୍ଷlସହାୟକ ମାନଙ୍କୁ ଠିକା କାର୍ଯ୍ୟ କଳାକୁ ଇନକ୍ରୀମେଣ୍ଟ ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା , ଏକ୍ସ କ୍ୟାଡ଼ର ଉଚ୍ଛେଦ ସହ ଏକ୍ସ କ୍ୟାଡ଼ର , କଳା ଓ କ୍ରୀଡା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରିବା,ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ କରାଯାଉ, ନୂତନ ପେନସନ ପ୍ରଥା ଉଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରିବା ଆଦି ଦାବି ନେଇ ନୂଆଗାଁ ବ୍ଲକ ଶିକ୍ଷା ସଂଗଠକ ସଭାପତି ସିମାଞ୍ଚଳ ସେନାପତି, ସମ୍ପାଦକ ସୁରେଶ ଚନ୍ଦ୍ର ମହାପାତ୍ର ,ନୂତନ ପେନସନ ଭୁକ୍ତ ଶିକ୍ଷକ ସଂଘ ସଭାପତି ସୁଧିର କୁମାର ପ୍ରଧାନ,ସମ୍ପାଦକ ନରେନ୍ଦ୍ର କୁମାର ବେହେରା, ଏକ୍ସ୍ କ୍ୟାଡ଼ର ଶିକ୍ଷକ ସଂଘ ସଭାପତି ପ୍ରକାଶ କୁମାର ବେହେରା, ସମ୍ପାଦକ ସୁଧି ରଞ୍ଜନ ପରିଡାଙ୍କ ତତ୍ୱାବଧାନରେ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ମାନେ ନୂଆଗାଁ ବ୍ଲକ ଠାରୁଏକ ବିଶାଳ ରାଲିରେ ବାହାରି ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟରେ ପହଞ୍ଚି ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଉମେଶ ଚନ୍ଦ୍ର କର, ଜ୍ୟୋସ୍ନା ରାଣୀ ସେଠୀ,କବିତା ଦାସ ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିଲେ। ଯଦି ଦାବି ପୂରଣ କରାନ ଯାଏ ତାହାହେଲେ ଚଳିତ ମାସ ୧୬ ତାରିଖରୁ ଓଡିଶାର ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନେ ସମୂହ ଛୁଟିରେ ରହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେବାକୁ ବାଧ୍ୟ ହେବେ ବୋଲି ସଂଘ ତରଫରୁ ଏହି ସୂଚନା ଦିଆଯାଇଛି।ନୟାଗଡ ଜିଲ୍ଲା ରୁ ଆସିଥିବା ବ୍ଲକ୍ ପର୍ଯ୍ୟବେକ୍ଷକ ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ,ସନ୍ତୋଷ କୁମାର ସାହୁ ବିଶାଳ ରାଲି ଓ ପ୍ରତିବାଦ ସଭା ରେ ଉପସ୍ଥିତ ଥିଲେ।
ନୂଆଗାଁ ବ୍ଲକ୍ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘର ବିଶାଳ ରାଲି ଓ ପ୍ରତିବାଦ ସଭା
