ଦଶପଲ୍ଲା,(ନୟାଗଡ଼ ଦର୍ପଣ):- ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷ ଇତିହାସ ବିଭାଗର ଛାତ୍ରଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟରେ ମହାଆଡ଼ମ୍ବରରେ ପ୍ରବେଶ ଉତ୍ସବ ପାଳିତ ହୋଇଥିଲା। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଥିବାବେଳେ ସମ୍ନାନୀତ ଅତିଥି ଭାବେ ଅଧ୍ୟାପକ ନିହାର ରଞ୍ଜନ ପଣ୍ଡାଙ୍କ ସମତେ ଇତିହାସ ବିଭାଗର ଅଧ୍ୟାପକ ଦିଲ୍ଲୀପ କୁମାର ବାରିକ ଓ ଦିବ୍ୟଜ୍ୟୋତି ପ୍ରଧାନ ଏବଂ ଅଧ୍ୟାପିକା ଆଇସା ପର୍ବିନ୍ ଉପସ୍ଥିତ ଥିଲା। ଇତ୍ୟବସରରେ +୩ ଦ୍ଵିତୀୟ ଓ ତୃତୀୟ ବର୍ଷ ଇତିହାସ ବିଭାଗର ଛାତ୍ରଛାତ୍ରୀମାନେ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ଙ୍କୁ ସ୍ଵାଗତ କରିଥିଲେ। ପାରସ୍ପରିକ ସହଯୋଗ ମନୋବୃତି ରଖି କାର୍ଯ କରିବା ନିମନ୍ତେ ମତପ୍ରକାଶ ପାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

