ଦଶପଲ୍ଲା,ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଦଶପଲ୍ଲା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ବେଳେ, ଜଣେ ବ୍ୟବସାୟୀଙ୍କ ଠାରୁ ୧୬୦ ବୋତଲ କଫ ସିରପ ଜବତ କରିବା ସହିତ ତାଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ବ୍ୟବସାୟୀ ଜଣଙ୍କ ହେଲେ ଦଶପଲ୍ଲା ଏସ୍ଏସି ଅନ୍ତର୍ଗତ ମହୁଲିଆ ଗ୍ରାମର ଲକ୍ଷ୍ମୀଧର ପ୍ରଧାନ(୩୬)। ସୂଚନାରୁ ପ୍ରକାଶ ଲକ୍ଷ୍ମୀଧର ବେଆଇନ୍ ଭାବେ କଫ ସିରପ ବ୍ୟବସାୟ କରିଆସୁଥିଲେ । ଯାହାକୁ ନେଇ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲେ ଜିଲ୍ଲା ଅବକାରୀ ବିଭାଗ। ଅବକାରୀ ବିଭାଗର ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ବତନ୍ତ୍ର ଟିମ ମହୁଲିଆ ଗ୍ରାମରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ଲକ୍ଷ୍ମୀଧର ପ୍ରଧାନଙ୍କ ଠାରୁ ୧୬୦ ବୋତଲ କଫ ସିରପ ଜବତ କରିବା ସହିତ ତାଙ୍କୁ ଅଟକ ରଖ୍ ପଚରା ଉଚୁରା କରିଥିଲେ । ପରେ ୧୯୯/୨୨ NDPS ଆକ୍ଟ ମାମଲା ରୁଜୁ କରିବା ସହିତ ଲକ୍ଷ୍ମୀଧରକୁ ଗିରଫ କରି କୋର୍ଟ ଚଲାଣ କରାଯାଇଥିବା ଜଣାପଡ଼ିଛି । ଏହି ମୋବାଇଲ ଟିମ୍ରେ ଉପ ଆରକ୍ଷୀ ନିରୀକ୍ଷକ ସୁଶାନ୍ତ କୁମାର ମହାପାତ୍ର, ପ୍ରଫୁଲ୍ଲ କୁମାର ଗୁରୁ, ଦେବୀ ପ୍ରସାଦ ପାଣି, ଲକ୍ଷ୍ମୀଧର ବେହେରା, ବିକାଶ ଜେନା, ପ୍ରଶାନ୍ତ ସେଠୀ ଓ ହରପ୍ରିୟା ମଲ୍ଲିକ ପ୍ରମୁଖ ସାମିଲ ହୋଇଥିଲେ ।
ବିପୁଳ ପରିମାଣର କଫ୍ ସିରପ୍ ଜବତ, ଜଣେ ଗିରଫ
