ରୋଟାରୀ କ୍ଲବ ନୟାଗଡ଼ର ୩୭ ତମ ଅଧିଷ୍ଠାନ ଉତ୍ସବ: ବାସୁଦେବ ସାହୁ ସଭାପତି ଓ ଦିଲ୍ଲୀପ ମିଶ୍ର ସଂପାଦକ

ନୟାଗଡ଼,(ନୟାଗଡ଼ ଦର୍ପଣ): ରୋଟାରୀ କ୍ଲବ ନୟାଗଡ଼ର ୩୭ ତମ ଅଧିଷ୍ଠାନ ଉତ୍ସବ ଗତକାଲି ରୋଟାରୀ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୂତନ ରୋଟାରୀ ବର୍ଷ ୨୦୨୬-୨୭ ପାଇଁ ସଭାପତି ଭାବେ ରୋଟାରିଆନ ବାସୁଦେବ ସାହୁ ଏବଂ ସଂପାଦକ ଭାବେ ରୋଟାରିଆନ ଦିଲ୍ଲୀପ ମିଶ୍ର ଆନୁଷ୍ଠାନିକ ଭାବେ କ୍ଲବ୍ ର ଦାୟିତ୍ଵ ଗ୍ରହଣ କରିଛନ୍ତି। ବିଦାୟୀ ସଭାପତି ରୋଟାରିଆନ ବସିରନ ବିବି ଏବଂ ସଂପାଦକ ରୋଟାରିଆନ ଅବିନାଶ ସାହୁ ନୂତନ କର୍ମକର୍ତ୍ତାଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଥିଲେ। ଉତ୍ସବରେ ମୂଖ୍ୟ ଅତିଥି ଭାବେ ରୋଟାରୀ ଜିଲ୍ଲା ୩୨୬୨ ର ପୂର୍ବତନ ଗଭର୍ଣ୍ଣର ରୋଟାରିଆନ ଜୟଶ୍ରୀ ମହାନ୍ତି ଯୋଗଦେଇ କ୍ଲବର ସେବା କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ନୟାଗଡ଼ ମୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ ଏବଂ ରୋଟାରୀ ଜିଲ୍ଲା ଏଜି ରୋଟାରିଆନ ବିପ୍ର ଚରଣ…

Read More

କଦଳୀବନ୍ଧ ପ୍ରାଥମିକ ବିଦ୍ୟାଳୟରେ ବନମହୋତ୍ସବ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ୭୭ ତମ ବନମହୋତ୍ସବ ଉପଲକ୍ଷେ ଓଡ଼ଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ,କଦଳୀବନ୍ଧ ଠାରେ ଆଜି ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଓଡ଼ଗାଁ ତହସିଲଦାର ଡ.ମାନସରଞ୍ଜନ ଭୋଇ,ମଣ୍ଡଳ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରିତୀବାଳା ରଣା,ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକ,ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା,ବନପାଳ ସରିତା ବରାଳ,ପ୍ରକୃତିବନ୍ଧୁ ପଞ୍ଚାନନ ପଣ୍ଡା, କଦଳୀବନ୍ଧ, ରଗଡିସାହି ଗ୍ରାମବାସୀ,ସାମ୍ବାଦିକ ବନ୍ଧୁଗଣ ଓ ଛାତ୍ରାଭିଭାବକ ମାନଙ୍କ ଉପସ୍ଥିତିରେ ବିଦ୍ୟାଳୟ ହତା ମଧ୍ୟରେ ଏବଂ ବାହାରେ ବଉଳ,ଅଁଳା,ପେସ୍ତାବାଦାମ୍, ଗଙ୍ଗଶିଉଳି,କରମଙ୍ଗା, ଆତ,ସଜନା,ଅମୃତଭଣ୍ଡା, ଲେମ୍ବୁ ଓ ଡାଳିମ୍ବ ବୃକ୍ଷ ରୋପଣ କରାଗଲା।ଗତବର୍ଷ ଲଗାଯାଇଥିବା ସମସ୍ତ ଗଛର ଯତ୍ନ ନେଇ ବଞ୍ଚାଇଥିବାରୁ ଅତିଥି ମାନେ ଶିକ୍ଷକ ମାନଙ୍କୁ ପ୍ରଶଂସା କରିଥିଲେ।ନୂତନ ଗଛ ଲଗାଇବା ସହିତ ତାର ଯତ୍ନ ନେଇ ବଞ୍ଚାଇପାରିଲେ ଆମେ ଅମ୍ଲଜାନ ଅଭାବକୁ ରୋକିପାରିବା ବୋଲି ଅତିଥି ଉପସ୍ଥିତ ସମସ୍ତ ଙ୍କୁ…

Read More

ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି (ଦିଶା ) ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପରିଷଦର ସୃଜନ ସମ୍ମିଳନୀ କକ୍ଷରେ  ମାନ୍ୟବର ସାଂସଦ, କଟକ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷକତାରେ ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମାନ୍ୟବର ସାଂସଦ,ପୁରୀ ଡା. ସମ୍ବିତ ପାତ୍ର, ମାନ୍ୟବର ସାଂସଦ,କନ୍ଧମାଳ ସୁକାନ୍ତ କୁମାର ପାଣିଗ୍ରାହୀ, ମାନ୍ୟବର ବିଧାୟକ,ଖଣ୍ଡପଡ଼ା ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ  ଦୁଷ୍ମନ୍ତ କୁମାର ସ୍ୱାଇଁ, ମାନ୍ୟବର ବିଧାୟକ, ନୟାଗଡ଼ ଡ଼ଃ ଅରୁଣ କୁମାର ସାହୁ,ସମ୍ମାନନୀୟ ଅଧକ୍ଷ, ଜିଲ୍ଲା ପରିଷଦ ଇଂ ଦେବାଶିଷ ପଟ୍ଟନାୟକ, ସମ୍ମାନନୀୟା ଜିଲ୍ଲାପାଳ ମଧୁମିତା ରଥ, ସମ୍ମାନନୀୟ ମୁଖ୍ୟ ଉନ୍ନୟନ ଅଧିକାରୀ, ଲଗ୍ନଜିତ ରାଉତ ପ୍ରମୁଖ ଯୋଗ ଦେଇଥିଲେ l ପ୍ରାରମ୍ଭରେ  ଜିଲ୍ଲାପାଳ ଶ୍ରୀମତୀ ରଥ ମଂଚାସୀନ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ସ୍ୱାଗତ ଭାଷଣ ରଖିଥିଲେ l ଏହାପରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ସମ୍ପୃକ୍ତ ବିଭାଗର କାର୍ଯ୍ୟକ୍ରମ ବିଷୟରେ ସମୀକ୍ଷା…

Read More

କଣ୍ଟିଲୋ -ଖଣ୍ଡପଡା ରେଳ ଲାଇନ ମନ୍ତ୍ରୀଙ୍କ ସଂକେତ ଅପେକ୍ଷାରେ

ନୟାଗଡ଼,(ନୟାଗଡ଼ ଦର୍ପଣ): ବହୁ ପ୍ରତିକ୍ଷିତ ଏବଂ ପ୍ରସ୍ତାବିତ ତାଳଚେର -ଗୋପାଳପୁର ରେଳ ଲାଇନ ଅନୁଗୁଳ, ଆଠଗଡ, ବଡମ୍ବା, ନରସିଂହପୁର ଦେଇ କଣ୍ଟିଲୋ ଖଣ୍ଡପଡ଼ାକୁ ନୟାଗଡ଼ ରେଳ ଷ୍ଟେସନ ସହିତ ଯୋଡିବା ସଙ୍ଗେ ସଙ୍ଗେ ଉକ୍ତ 120କିଲୋମିଟର ରେଳପଥକୁ ଖୋର୍ଦ୍ଧା ଟାଉନ ଷ୍ଟେସନ ଠାରୁ କାଇପଡର ପର୍ଯ୍ୟନ୍ତ ଏକ କର୍ଡ ଲାଇନ ଦ୍ୱାରା ସଂଯୁକ୍ତ କରାଯିବ ବୋଲି କଟକର ମାନ୍ୟବର ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ ସାମ୍ବାଦିକ ମାନଙ୍କ ସହ ଆଲୋଚନା ବେଳେ ଉତ୍ତର ରଖିଥିଲେ ଏଥିନିମନ୍ତେ ଆବଶ୍ୟକ ଲୋକେସନ ସର୍ଭେ ଏବଂ ଡିପି ଆର କାର୍ଯ୍ୟ ରେଳ ବିଭାଗ ପକ୍ଷରୁ ଶେଷ ହୋଇସାରିଲାଣି।ଶ୍ରୀ ମହତାବ ସ୍ମିତ ହାସ୍ୟ ଦେଇ କହିଲେଜେ ପଣସକୁ ବିଧା ମାରି ପାକଳ କରିବାରେ ମାନ୍ୟବର ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ସିଦ୍ଧହସ୍ତ କଣ୍ଟିଲୋ ଖଣ୍ଡପଡାକୁ ରେଳ ଗଡ଼ିବା ପାଇଁ ସେ ନିଜେ ପବିତ୍ର…

Read More

ନୟାଗଡ଼ରେ ଜଗନ୍ନାଥ ସଂସ୍କୃତି ସୁରକ୍ଷା ପାଇଁ ଆନ୍ଦୋଳନ: ଉପଜିଲ୍ଲାପାଳଙ୍କ ‘ଛେରାପହଁରା’କୁ ବିରୋଧ

ନୟାଗଡ଼,(ନୟାଗଡ଼ ଦର୍ପଣ): ରଥଯାତ୍ରା ଓ ବାହୁଡ଼ାଯାତ୍ରାରେ ଉପଜିଲ୍ଲାପାଳଙ୍କ ଦ୍ୱାରା ‘ଛେରାପହଁରା’ ନୀତି ସମ୍ପନ୍ନ ହେବା ନେଇ ନିଆଯାଇଥିବା ନିଷ୍ପତ୍ତିକୁ ନେଇ ନୟାଗଡ଼ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପରମ୍ପରାର ସୁରକ୍ଷା ଦାବିରେ ‘ଶ୍ରୀଜଗନ୍ନାଥ ପରମ୍ପରା ସୁରକ୍ଷା ମଞ୍ଚ’ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପରମ୍ପରା ସୁରକ୍ଷା ପାଇଁ ଦାବିରାଜରାଜୁଡ଼ା ଅମଳରୁ ପ୍ରଚଳିତ ପରମ୍ପରା ଅନୁଯାୟୀ ଛେରାପହଁରା ନୀତି ରାଜାଙ୍କ ଦ୍ୱାରା ସମ୍ପାଦିତ ହୋଇଆସୁଥିଲା। ମାତ୍ର କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବର୍ତ୍ତମାନ ଉପଜିଲ୍ଲାପାଳ ଏହି ସେବା କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାରୁ ଜଗନ୍ନାଥ ପ୍ରେମୀମାନେ ଏହାକୁ ବିରୋଧ କରିଛନ୍ତି। ସେମାନଙ୍କ ଦାବି ହେଉଛି, ଉପଜିଲ୍ଲାପାଳଙ୍କ ବଦଳରେ ମନ୍ଦିର ପରିଚ୍ଛା କିମ୍ବା ରାଜାଙ୍କ ପ୍ରତିନିଧି ମୁଦିରଥଙ୍କ ଦ୍ୱାରା ଏହି ନୀତି କରାଯାଉ। ଏ ସମ୍ପର୍କରେ ବରିଷ୍ଠ ନାଗରିକ…

Read More

ରୋହିବାଙ୍କ ଉଚ୍ଚ ବିଦ୍ୟାଳୟରେ ବିଦ୍ୟୁତ ସଚେତନତା କାର୍ଯ୍ୟକ୍ରମ

ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗ୍ରାମବାସୀଙ୍କୁ ବଣ୍ଟନ ହେଲା ସଚେତନତା ବାର୍ତ୍ତା ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଜାତୀୟ ବିଦ୍ୟୁତ ସଚେତନତା ସପ୍ତାହ ଅବସରରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟରେ ଏକ ବ୍ୟାପକ ବିଦ୍ୟୁତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକମାନେ ମିଳିତ ଭାବେ ଗ୍ରାମବାସୀଙ୍କ ମଧ୍ୟରେ ବିଦ୍ୟୁତ ସୁରକ୍ଷା ଓ ଶକ୍ତି ସଂରକ୍ଷଣ ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ବଣ୍ଟନ କରିଥିଲେ। ଜୁନ ୨୬ରୁ ଜୁଲାଇ ୨ ପର୍ଯ୍ୟନ୍ତ ପାଳିତ ହେଉଥିବା ଜାତୀୟ ବିଦ୍ୟୁତ ସଚେତନତା ସପ୍ତାହ ଅବସରରେ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ନିର୍ଦ୍ଦେଶକ୍ରମେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ବାରିକଙ୍କ ନେତୃତ୍ୱରେ ଏହି ସଚେତନତା ସଭାର ଆୟୋଜନ କରାଯାଇଥିଲା। ଏଥିରେ ୮୦ରୁ ଅଧିକ ଅଭିଭାବକଙ୍କ ସହ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ…

Read More