ରୋହିବାଙ୍କ ଉଚ୍ଚ ବିଦ୍ୟାଳୟରେ ଅବିଭାବକ ଓ ପୁରାତନ ଛାତ୍ର ଛାତ୍ରୀଙ୍କ ବୃକ୍ଷ ରୋପଣ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ୭୭ ତମ ବନ ମହୋତ୍ସବକୁ ବହୁମାତ୍ରାରେ ଜନାଭିମୁଖୀ କରାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସୂଚନାକୁ  ବିଦ୍ୟାଳୟର ଛାତ୍ର ଛାତ୍ରୀ, ସେମାନଙ୍କ ପିତାମାତା ସହିତ ପୁରାତନ ଛାତ୍ର ଛାତ୍ରୀଙ୍କ ଦ୍ୱାରା ମା ‘ ପାଇଁ ଗଛଟିଏ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଛି ନୟାଗଡ଼ ଜିଲ୍ଲା ଓଡଗାଁ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟରେ। ପ୍ରାୟ ୧୯୫ଜଣ ଅବିଭାବକ, ପୁରାତନ ଛାତ୍ର ଛାତ୍ରୀଙ୍କୁ ଏଥିରେ ସାମିଲି କରାଇ ପ୍ରଶଂସିତ ହୋଇପାରିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକ, ପ୍ରକୃତି ବନ୍ଧୁ ଶିକ୍ଷକ ସନ୍ତୋଷ କୁମାର ସାହୁ ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ।

ଅତିଥିଭାବେ କୋମଣ୍ଡ ସାଧନକେନ୍ଦ୍ର ସଂଯୋଜକ ଲଳିତମୋହନ ମିଶ୍ର, ରୋହିବାଙ୍କ ଗ୍ରାମ ପଞ୍ଚାୟତ ସରପଞ୍ଚ ମହନ୍ତ ବେହେରା, ପୁରାତନ ଜିଲ୍ଲା ପରିଷଦ ସଭ୍ୟ ଉମାଚରଣ ନାୟକ, ପୁରାତନ ଛାତ୍ର ଅଜିତ ପ୍ରଧାନ, ପାଦୁପ୍ରଧାନ, ସୁରେନ୍ଦ୍ର ସେନାପତି, ରୋହିବାଙ୍କ ଗ୍ରାମ ସଭାପତି କୃଷ୍ଣ ମାହାଙ୍କୁଡ଼, ଅଙ୍ଗନୱାଡି କର୍ମୀ ବନିତା ମାଝୀ ସହିତ ଆଶାକର୍ମୀ ସବିତା ନାୟକ ଏଭଳି କାର୍ଯ୍ୟକ୍ରମରେ ଯୋଗଦେଇ ବଡ଼ ଖେଳ ପଡିଆ ଚାରିପଟେ ପିସ୍ତା ବାଦାମ, ବଉଳ, ଶାଗୁଆନ, ପିଆଶାଳ, ଆକାଶିଆ ସାଙ୍ଗକୁ ହତା ଭିତରେ ଶଜନା, ଆତ, ଆଦି ବୃକ୍ଷ ରୋପଣ କରାଯାଇଥିଲା।  ବିଦ୍ୟାଳୟକୁ ପଲିଥିନ ମୁକ୍ତ ସହିତ ସଫାସୁତରା,  ଔଷଧୀୟ ବୃକ୍ଷର ଯତ୍ନ ସାଙ୍ଗକୁ ଡ୍ରାଗନ ଫଳ ବୃକ୍ଷ ସୁରକ୍ଷା, ମୋ ପରିବା ବଗିଚା କୁ ଦେଖି ଅତିଥିମାନେ ଖୁସି ବ୍ୟକ୍ତ କରିଥିଲେ। ସମସ୍ତେ ନିଜ ନିଜ ବାଡ଼ି ବଗିଚାରେ ଗଛ ଲଗାଇ ତାର ଯତ୍ନ ନେବାସହିତ ଘର ଓ ନିଜ ଚତୃ ପାର୍ଶ୍ୱକୁ ଯଥାସମ୍ଭବ ପଲିଥିନ ମୁକ୍ତ କରିବା ପାଉଁ ବାର୍ତ୍ତା ପ୍ରେରଣ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ପରିଚାଳନା କରାଯାଇଥିଲା।

Related posts