ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହର ନିକଟସ୍ଥ ଲେଖନପୁର ଠାରେ ଗଢିଉଠିଥିବା ସମର୍ପଣ ବୃଦ୍ଧାଶ୍ରମକୁ ପରିଦର୍ଶନ କରିଛନ୍ତି ନୟାଗଡ଼ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ତଥା ସିନିୟର ବିଭାଗ ବିଚାରପତି ଅଞ୍ଜଳୀ ମଛଖଣ୍ଡ । ଶ୍ରୀମତୀ ମଛଖଣ୍ଡ ସମର୍ପଣ ପରିସର ବୁଲିବା ସହିତ ଅନ୍ତେବାସୀ ମାନଙ୍କ ରୁମ୍ ଗୁଡିକୁ ବୁଲି ଦେଖିଥିଲେ। ସେମାନଙ୍କର ଖାଇବା, ପିଇବା, ରହିବା, ଶୋଇବା, ମନୋରଞ୍ଜନ ଆଦି ସମସ୍ତ ପ୍ରକାର ବ୍ଯବସ୍ଥା ବିଷୟରେ ଟିକିନିଖି କରି ବୁଝିଥିଲେ। ଅନ୍ତେବାସୀ ମାନଙ୍କ ସହିତ ଏକ ଆଲୋଚନା ସଭା କରି ସେମାନଙ୍କୁ ବାର୍ଦ୍ଧକ୍ଯ ଜନିତ ବିଭିନ୍ନ ସମସ୍ଯାର ସମାଧାନ ପାଇଁ ଉତ୍ତମ ପରାମର୍ଶ ଦେବା ସହିତ ଆଇନ୍ ଜନିତ ସମସ୍ତ ପ୍ରକାର ସେବା ଓ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ନିଜେ ଗୀତ ଗାଇ ଅନ୍ତେବାସୀ ମାନଙ୍କ ମଧ୍ଯରେ ନୂଆ ଉତ୍ସାହ ଉନ୍ମାଦନା…
Read MoreMonth: August 2024
ଗଲ୍ଫ ଓଡ଼ିଆ ଆସୋସିଏସନର ସପ୍ତମ ବାର୍ଷିକ ଉତ୍ସବ ପାଳନ
ଭୁବନେଶ୍ୱର,(ନୟାଗଡ଼ ଦର୍ପଣ): ଗଲ୍ଫ ଓଡ଼ିଆ ଆସୋସିଏସନ (ଗୋଆ) ର ସପ୍ତମ ବାର୍ଷିକ ଉତ୍ସବ ଭୁବନେଶ୍ୱରଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଗୋଆ ତରଫରୁ ଭୁବନେଶ୍ୱରଠାରେ ଏକ ବିଶାଳ ମହୋତ୍ସବର ଆୟୋଜନ କରାଯାଇଥିଲା। ଏହି ସମାବେଶରେ ମଧ୍ୟପ୍ରାଚ୍ୟସ୍ଥିତ ସାଉଦି ଆରବ, କାତାର, ଓମାନ, କୁଏତ, ବାହାରିନ, ୟୁଏଇ ଏବଂ ଆବୁଧାବିରେ ଅବସ୍ଥାପିତ ଶତାଧିକ ଗୋଆ ର ପ୍ରବାସୀ ଓଡ଼ିଆ ସଦସ୍ୟ ସେମାନଙ୍କର ପରିବାରବର୍ଗଙ୍କ ସହିତ ଆସି ଯୋଗ ଦେଇଥିଲେ। ପ୍ରତ୍ୟେକ ବର୍ଷ ବାସ୍ତବ ଢଙ୍ଗରେ ବାର୍ଷିକ ଉତ୍ସବ ମନାଯାଉଥିବାରୁ ଗୋଆର ସଦସ୍ୟ ଓ ଶୁଭେଚ୍ଛୁ ମାନଙ୍କ ମଧ୍ୟରେ ଅଫୁରନ୍ତ ଆନନ୍ଦ, ଅଦମ୍ୟ ଉତ୍ସାହ, ଅନନ୍ୟ ଉଲ୍ଲାସ ଏବଂ ଅବିସ୍ମରଣୀୟ ଉନ୍ମାଦନା ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମ ରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମୁଖ୍ୟ ଅତିଥି ରୁପେ ଯୋଗ ଦେଇଥିଲେ,ଏଥି ସହିତ ରାଜ୍ୟ ସାହିତ୍ୟ ଓ ସଂସ୍କୃତି…
Read Moreଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ସଚେତନତା କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମୋଦନ କ୍ରମେ, ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ, ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ସଚେତନତା କାର୍ଯ୍ୟକ୍ରମ କରିଥିଲେ । ନୟାଗଡ଼ ଯଜଙ୍ଗୀସାହି ଠାରେ ଅଧିବାସୀମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ସାମାଜିକ ଯୋଜନା ବର୍ଣ୍ଣନା କରିବା ସହିତ ଅଭିଯୋଗ ଶୁଣାଣି କରିଥିଲେ । ପୌର ପରିଷଦ କାର୍ଯ୍ୟନିବାହି ଅଧିକାରୀ, ଶ୍ରୀମତୀ ସ୍ନେହଲତା ଆଚାର୍ୟ ଉପସ୍ଥିତ ରହିଥିଲେ । ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧା ଶ୍ରମ ଅନ୍ତେବାସୀମାନଙ୍କ ସହିତ ସମୟ ଅତିବାହିତ କରି, ସେମାନଙ୍କ ଭଲମନ୍ଦ ବୁଝିବା ସହିତ ଗୀତ ଆସରରେ ସେମାନଙ୍କୁ ବିମୁଗ୍ଧ କରିଥିଲେ । ନୂଆଗାଁ ବ୍ଲକ ବଡଗୋଠ ପଞ୍ଚାୟତରେ କେନ୍ଦ୍ର ଓ…
Read Moreଆଞ୍ଚଳିକ ସାଧନକେନ୍ଦ୍ର ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଜି ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ ସମସ୍ତ ଆଞ୍ଚଳିକ ସାଧନକେନ୍ଦ୍ର ପରିସରରେ ଆସନ୍ତା ସ୍ୱାଧିନତା ଦିବସ ପରିପ୍ରେକ୍ଷୀରେ ପ୍ରଥମଶ୍ରେଣୀ ଠାରୁ ଯୁକ୍ତ ତିନି ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ନେଇ ଓଡ଼ିଆ ବକ୍ତୃତା, ଇଂରାଜୀ ବକ୍ତୃତା, ଓଡ଼ିଆ ପ୍ରବନ୍ଧ, ଇଂରାଜୀ ପ୍ରବନ୍ଧ, ଦେଶାତ୍ମବୋଧକ ସଂଗୀତ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏ ଅବସରରେ ସରକାରୀ ଉ.ପ୍ରା.ବିଦ୍ୟାଳୟ, ମଶାବାରୀରେ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଯଶୋବନ୍ତ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଉକ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ସାଧନକେନ୍ଦ୍ର ଅନ୍ତର୍ଗତ ଷୋହଳଟି ବିଦ୍ୟାଳୟରୁ ବିଭିନ୍ନ ବିଭାଗରେ ୬୨ଜଣ ଛାତ୍ରଛାତ୍ରୀ ଏବଂ ସେମାନଙ୍କର ଗାଇଡ୍ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗିତାରେ ସର୍ବକନିଷ୍ଠ ବିଭାଗରେ ଗାୟତ୍ରୀ ବିଦ୍ୟାମନ୍ଦିର ମଶାବାରୀର ଆଦ୍ୟାଶା ପାଣିଗ୍ରାହୀ,କନିଷ୍ଠ ବିଭାଗରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ବାହାଡାପିଠାର ରିଧିମା ରିଜୁଲ୍ ଦାଶ ଓ ବରିଷ୍ଠ ବିଭାଗରେ ମଶାବାରୀ ଉଚ୍ଚ…
Read Moreଜିଲ୍ଲା ଏକ୍ସ-କ୍ୟାଡର ଶିକ୍ଷକ ସଂଘ ପୁନଃଗଠିତ, ଉମେଶ ସଭାପତି, ପରମାନନ୍ଦ ସମ୍ପାଦକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଏକ୍ସ-କ୍ୟାଡର ଶିକ୍ଷକ ସଂଘର ସାମ୍ବିଧାନିକ ବୈଠକ ଏବଂ କର୍ମକର୍ତ୍ତା ନିର୍ବାଚନ ସ୍ଥାନୀୟ ପ୍ରାଥମିକ ଶିକ୍ଷକ ଭବନଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉମେଶ ଚନ୍ଦ୍ର ସ୍ୱାଇଁ ସଭାପତି ଏବଂ ପରମାନନ୍ଦ ସ୍ୱାଇଁ ସମ୍ପାଦକ ଭାବେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି । ସେହିପରି କାର୍ଯ୍ୟକାରୀ ସମ୍ପାଦକ ଭାବେ ବସନ୍ତ କୁମାର ପରିଡ଼ା, ଉପସଭାପତି ସନ୍ତୋଷ କୁମାର ପଣ୍ଡା, ସହ ସମ୍ପାଦକ କାର୍ତ୍ତିକ ଜେନା ଏବଂ କୋଷାଧ୍ୟକ୍ଷ ଭାବେ ସୁକାନ୍ତ କୁମାର ଦାସ ପ୍ରମୁଖ ମନୋନୀତ ହୋଇଛନ୍ତି । ସେହିପରି ବିଭିନ୍ନ ବ୍ଳକ ସମ୍ପାଦକ ଭାବେ ଓଡ଼ଗାଁ ବ୍ଲକ ସମ୍ପାଦକ ଭାବେ ଜୟକୃଷ୍ଣ ପ୍ରଧାନ, ନୟାଗଡ଼ ବ୍ଳକ ସମ୍ପାଦକ ଭଗବାନ ପଣ୍ଡା, ନୂଆଗାଁ ବ୍ଲକ ସମ୍ପାଦକ ପ୍ରକାଶ ସାହୁ, ଖଣ୍ଡପଡ଼ା ବ୍ଲକ ସମ୍ପାଦକ ଦୀନବନ୍ଧୁ ପ୍ରଧାନ, ଭାପୁର ବ୍ଲକ ସମ୍ପାଦକ ନରେନ୍ଦ୍ର…
Read Moreରୋଟାରୀ ପକ୍ଷରୁ “ଓଡ଼ିଆ ସାମ୍ବାଦିକତା ଦିବସ” ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରୋଟାରୀ କ୍ଲବ ଆନୁକୁଲ୍ୟରେ ଓଡ଼ିଆ ସାମ୍ବାଦିକତା ଦିବସ ରୋଟାରୀକ୍ଲବ ସଭାପତି ଶ୍ରୀକାନ୍ତ ଖଟେଇ ଏବଂ ସମ୍ପାଦକ ଅବିନାଶ ସାହୁଙ୍କ ତତ୍ତ୍ବାବଧାନରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ। ସାମ୍ବାଦିକତା ଦିବସରେ ସାମ୍ବାଦିକଙ୍କ କର୍ମମୟ ଜୀବନ, ସଂଘର୍ଷ ଓ ସରକାରଙ୍କ ଉଦାସୀନତା ସମ୍ପର୍କରେ ଅତିଥି ଓ ଉପସ୍ଥିତ ସାମ୍ବାଦିକମାନେ ବକ୍ତବ୍ୟ ରଖିଥିଲେ । ସାମ୍ୱାଦିକମାନଙ୍କ ମଧ୍ୟରୁ ସାମ୍ବାଦିକ ଭବନ ସଭାପତି ବୈଦ୍ୟ ଭୂଷଣ ମହାପାତ୍ର, ପ୍ରଦୀପ୍ତ ରଥ, ସୁବାସ ମହାପାତ୍ର, ଜୟେନ୍ଦ୍ର ବେହେରା, ରଜତ ପଟନାୟକ, ହୁସେନ ଖାନ, ନିର୍ମଳ ସୁରଦେଓ ପ୍ରମୁଖ ସାମ୍ବାଦିକତାକୁ ନେଇ ରହିଥିବା ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିବା…
Read Moreନୟାଗଡ଼ ମୋର କର୍ମଭୂମି, ନୟାଗଡ଼ ର ବିକାଶ ମୋର ପ୍ରାଥମିକତା -ଡ଼ ଅରୁଣ କୁମାର ସାହୁ
ନୟାଗଡ଼, (ନୟାଗଡ଼ ଦର୍ପଣ): ମୋର ଜନ୍ମମାଟି ରାସଙ୍ଗ ହୋଇଥିଲେ ହେଁ ନୟାଗଡ଼ ସହର ମୋର କର୍ମଭୂମି। ନୟାଗଡ଼ର ସର୍ବାଙ୍ଗ ଉର୍ନତି ଏବଂ ଚରମବିକାଶ ମୋ ଜୀବନର ଲକ୍ଷ୍ୟ ଗଡଜାତ ମାଟିର ସଂଗ୍ରାମୀ ରକ୍ତ ମୋ ଦେହରେ ପ୍ରଭାହିତ। ନୟାଗଡ଼ ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ ଏବଂ ନୟାଗଡ଼ ସୋୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି ଯଥାର୍ଥ ଏବଂ ସମୟର ଆହ୍ୱାନ ବୋଲି କହିବା ସଙ୍ଗେସଙ୍ଗେ ଦାବି ପୂରଣ ଦିଗରେ ମୋର ଗୁରୁଦାୟିତ୍ୱକୁ ମୁଁ ସୁଚାର ରୂପେ ପାଳନ କରିବିବୋଲି ମାନ୍ୟବର ବିଧାୟକ ଡ଼. ସାହୁ ଆଗ୍ରହର ସହ ପ୍ରକାଶ କରିଛନ୍ତି। ଆଜି ସକାଳ ଆନ୍ଦୋଳନର ଆବାହକ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଏବଂ ଅନ୍ୟତମ ସହଯୋଗୀ ଶ୍ରମିକ ନେତା ଶ୍ରୀକାନ୍ତ ପଟନାୟକ ବିଧାୟକଙ୍କୁ ତାଙ୍କ ନୟାଗଡ ସ୍ଥିତ ବାସଭବନରେ ଦାବି ସମ୍ପର୍କକିତ ସ୍ମାରକପତ୍ର ପ୍ରଦାନ କରିବା ସଙ୍ଗେସଙ୍ଗେ ପରବର୍ତ୍ତୀ…
Read Moreକାର ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ଗାଡି ଚାଳକ ଓ ଯାତ୍ରୀ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ଥାନା ୫୭ନଂ ଜାତୀୟ ରାଜପଥ ସୋରଡ଼ା ନିକଟରେ ବିଳମ୍ବିତ ରାତିରେ ଏକ କାର ନଂ OD 15 S 0874 ଭୁବନେଶ୍ୱରରୁ ବୀର ମହାରାଜପୁର ଅଭିମୁଖେ ଯାଉଥିବା ବେଳେ ଗାଡି ଚାଳକ ଭାରସାମ୍ୟ ହରାଇ ସୋରଡ଼ା ନିକଟରେ ଏକ ଗଛରେ ପିଟି ଦେଇଥିଲା। ଗାଡ଼ିରେ ବେଲୁନ ବାହାରିବା ଫଳରେ ଅଳ୍ପକେ ବର୍ତ୍ତି ଯାଇଥିଲେ ଗାଡି ଚାଳକ ଓ ଯାତ୍ରୀ । ଘଟଣା ସ୍ଥଳରେ ନୂଆଗାଁ ପୁଲିସ ପହଞ୍ଚି ଗାଡିକୁ ଜବତ କରି ନୂଆଗାଁ ଥାନାକୁ ଆଣିବା ସହ କେସ ନଂ ୧୪୪/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଥିବା ନୂଆଗାଁ ଥାନା ଅଧିକାରୀ ଶରତ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି।
Read Moreନୟାଗଡ଼ରେ ୧୪ତମ ଭାରତୀୟ ଅଙ୍ଗଦାନ ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନର କାର୍ଯ୍ୟାଳୟ ଠାରେ ସୋହମ ସଂଗଠନ, ଭାରତ ବିକାଶ ପରିଷଦ, ଅମୂଲ୍ୟ ଫାଉଣ୍ଡେସନ ଓ ନୟାଗଡ ଜିଲ୍ଲା ଅଙ୍ଗଦାନ ସମିତିର ମିଳିତ ଆନୁକୁଲ୍ୟରେ ନଯାଗଡର ବିଶିଷ୍ଠ ସମାଜସେବୀ ଦାମୋଦର ସାହୁଙ୍କ ଅଧ୍ୟକ୍ଷତାରେ ୧୪ତମ ଭାରତୀୟ ଅଙ୍ଗଦାନ ଦିବସ ପାଳିତ ହୋଇଯାଇଅଛି। ଏଥିରେ ଭାରତ ବିକାଶ ପରିଷଦର ଅଧ୍ୟକ୍ଷ ପ୍ରସନ୍ନ କୁମାର ବସନ୍ତିଆ, ଅମୂଲ୍ୟ ଫାଉଣ୍ଡେସନର ପ୍ରତିଷ୍ଠାତା ଆଇନଜୀବୀ ମଧୁସ୍ମିତା ଲେଙ୍କା, ନୟାଗଡ ଜିଲ୍ଲା ଅଙ୍ଗଦାନ ସମିତିର ସଂଯୋଜକ ସୁକାନ୍ତ ଚୌଧୁରୀ ଅଙ୍ଗଦାନର ଇତିହାସ ଓ ଏହାର ଉପଯୋଗୀତା, ମନୁଷ୍ୟକୁ ନୂତନ ଜୀବଦାନ ପ୍ରଦାନରେ ଏହାର ଭୂମିକା ଉପରେ ବିଶେଷ ଭାବେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଡଃ. ସନ୍ତୋଷ କୁମାର ସାହୁ, ଗୋସ୍ଵାମୀ ଦାସ, ସାରସ୍ଵତ ବିଭୁପାଦ, ଅଜୟ କୁମାର ପଟ୍ଟନାୟକ, ପବିତ୍ର ମୋହନ ସାହୁ, ସୂର୍ଯ୍ୟକାନ୍ତ ରଥ…
Read Moreନୟାଗଡ଼ ପୁଲିସକୁ ବଡ଼ ସଫଳତା, ନୟାଗଡ଼ ଏସପିଙ୍କ ସାମ୍ବାଦିକ ସମ୍ମିଳନୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଏସପି ରାହୁଲ ଜୈନ ଏକ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲାର ପ୍ରତ୍ୟେକ ଥାନାରେ ହୋଇଥିବା ସଫଳତା ସମ୍ପର୍କରେ ସୁଚନା ଦେଇଛନ୍ତି। ସବୁଠାରୁ ଗୁରୁତ୍ବପୁର୍ଣ୍ଣ ହେଉଛି ଜଣେ ପୁଲିସ୍ ବାବୁ ଚାନ୍ଦା ଆଦାୟ କରି ସସ୍ପେଣ୍ଡ ହେବା ସହ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି । ଓଡ଼ଗାଁ ଥାନାରେ କଦଳୀବନ୍ଧ ଗ୍ରାମର କାଳୁ ପ୍ରଧାନ ଚାନ୍ଦା ଆଦାୟ ନିମନ୍ତେ ଏକ ଅଭିଯୋଗ କରିଥିଲେ ପୁଲିସ ବାବୁ ତାଙ୍କୁ ୫ହଜାର ଟଙ୍କା ଚାନ୍ଦା ମାଗିଥିଲେ। ଏନେଇ ଅଭିଯୁକ୍ତ ପୁଲିସ ବାବୁ ଦିଲ୍ଲୀପ କୁମାର ନାହାକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେହିପରି ଭାବେ ନୂଆଗାଁ ଥାନା ପକ୍ଷରୁ ନକଲି ଜନ୍ମ ମୃତ୍ୟୁ ସାର୍ଟିଫିକେଟ ଦେଇ ଜଣଙ୍କୁ ପୁଲିସ ଗିରଫ କରିଛି । ସୁଚନାନୁସାରେ ଜଗତସିଂପୁର ଜିଲ୍ଲା କୁଜଙ୍ଗ ଥାନା ଅଗପଡା…
Read More