ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବଙ୍କ ସମର୍ପଣ ବୃଦ୍ଧାଶ୍ରମ ପରିଦର୍ଶନ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହର ନିକଟସ୍ଥ ଲେଖନପୁର ଠାରେ ଗଢିଉଠିଥିବା ସମର୍ପଣ ବୃଦ୍ଧାଶ୍ରମକୁ ପରିଦର୍ଶନ କରିଛନ୍ତି ନୟାଗଡ଼ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ତଥା ସିନିୟର ବିଭାଗ ବିଚାରପତି ଅଞ୍ଜଳୀ ମଛଖଣ୍ଡ । ଶ୍ରୀମତୀ ମଛଖଣ୍ଡ ସମର୍ପଣ ପରିସର ବୁଲିବା ସହିତ ଅନ୍ତେବାସୀ ମାନଙ୍କ ରୁମ୍ ଗୁଡିକୁ ବୁଲି ଦେଖିଥିଲେ। ସେମାନଙ୍କର ଖାଇବା, ପିଇବା, ରହିବା, ଶୋଇବା, ମନୋରଞ୍ଜନ ଆଦି ସମସ୍ତ ପ୍ରକାର ବ୍ଯବସ୍ଥା ବିଷୟରେ ଟିକିନିଖି କରି ବୁଝିଥିଲେ। ଅନ୍ତେବାସୀ ମାନଙ୍କ ସହିତ ଏକ ଆଲୋଚନା ସଭା କରି ସେମାନଙ୍କୁ ବାର୍ଦ୍ଧକ୍ଯ ଜନିତ ବିଭିନ୍ନ ସମସ୍ଯାର ସମାଧାନ ପାଇଁ ଉତ୍ତମ ପରାମର୍ଶ ଦେବା ସହିତ ଆଇନ୍ ଜନିତ ସମସ୍ତ ପ୍ରକାର ସେବା ଓ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ନିଜେ ଗୀତ ଗାଇ ଅନ୍ତେବାସୀ ମାନଙ୍କ ମଧ୍ଯରେ ନୂଆ ଉତ୍ସାହ ଉନ୍ମାଦନା ଭରି ଦେଇଥିଲେ। ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ମଛଖଣ୍ଡଙ୍କ ସହିତ ବରିଷ୍ଠ ଆଇନଜୀବୀ ରମେଶ ଚନ୍ଦ୍ର ମହାରଣା ଓ ତାଙ୍କ ସହଯୋଗୀ କର୍ମଚାରୀ ମାନେ ଅନ୍ତେବାସୀ ମାନଙ୍କ ସହିତ ନାଚଗୀତ କରି ଏକ ଆନନ୍ଦ ଉଲ୍ଲାସ ଭରା ବାତାବରଣ ସ୍ରୁଷ୍ଟି କରିଥିଲେ। ସମର୍ପଣ ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମର୍ପଣ କାର୍ଯ୍ଯକାରୀ ସଭାପତି ଅରୁଣ କୁମାର ମହାନ୍ତି ଓ କୋଷାଧ୍ୟକ୍ଷ ସନ୍ତୋଷ କୁମାର ନାୟକ ସହଯୋଗ କରିଥିଲା ବେଳେ ସମର୍ପଣ ପରିଚାଳନା କମିଟିର ବରିଷ୍ଠ ସଦସ୍ଯ ପ୍ରସନ୍ନ କୁମାର ବସନ୍ତିଆ ସମସ୍ତ ଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।

Related posts