ନୟାଗଡ଼, (ନୟାଗଡ଼ ଦର୍ପଣ): ୦୯ ମାର୍ଚ୍ଚ, ୧୯୭୮ ଶିକ୍ଷକ ମହାସଂଘର ରାଜ୍ୟସ୍ତରୀୟ ଆନ୍ଦୋଳନରେ ଯୋଗଦେବାକୁ ଯାଉଥିବା ସମୟରେ ଟିକାତାଳ ଠାରେ ଘଟିଥିବା ମର୍ମନ୍ତୁଦ ରାସ୍ତା ଦୁର୍ଘଟଣାରେ ନୟାଗଡ଼ ଜିଲ୍ଲାର ଛ’ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହୀଦ ହୋଇଥିଲେ। ସେହି ଦିବସକୁ ଶିକ୍ଷକ ସହୀଦ ଦିବସ ଭାବରେ ନୟାଗଡ଼ କଲେଜ କାହ୍ନୁ ଚରଣ ପଟ୍ଟନାୟକ ସ୍ମୃତି ପୀଠ ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ବାମପନ୍ଥୀ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଇଛି । ସ୍ମାରକୀ ପୀଠରେ ପୁଷ୍ପାଞ୍ଜଳି ପୂର୍ବକ ବକ୍ତା ମାନେ ଶିକ୍ଷକ ଆନ୍ଦୋଳନର ଗୌରବମୟ ଅଧ୍ୟାୟକୁ ରୋମନ୍ଥନ କରିବା ସହିତ ଏବେ ବି କିଭଳି ଶିକ୍ଷା ବ୍ୟବସ୍ଥା କର୍ପୋରେଟ୍ ପୁଞ୍ଜିର ଦାସତ୍ୱ ସ୍ଵୀକାର କରିଛି, ଠିକାନିଯୁକ୍ତି ସହିତ ପେନସନ ସୁବିଧାର ମୂଳଛେଦ କରାଯାଇଛି, ଶାନ୍ତି ପରିବର୍ତ୍ତେ ଯୁଦ୍ଧଖୋର ଆମେରିକାର ପଦଲେହନ କରାଯାଉଛି, ଏଥି ପାଇଁ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ବକ୍ତା ମାନେ। ଏହି ଶ୍ରଦ୍ଧାଂଜଳି ସଭାରେ ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ,ଓଷ୍ଟାର ପ୍ରାକ୍ତନ ସଂପାଦକ କିଶୋର ପରମଗୁରୁ, ଓଷ୍ଟାର ରାଜ୍ୟ କର୍ମକର୍ତ୍ତା ମାଣିକେଶ୍ଵର ସ୍ଵାଇଁ, ଅଧ୍ୟାପକ ଡ. ଆଶୁତୋଷ ମିଶ୍ର, ଶିକ୍ଷାବିତ ଏମ୍.ଆଉରଙ୍ଗଜେବ, ଅନାଦି ଚରଣ ମହାନ୍ତି, ଶିକ୍ଷାର୍ଥୀ ଗଙ୍ଗାଧର ଦାସ, ରୋଜାଲିନ ଦାସ,ପାୟଲ ପ୍ରଧାନ ପ୍ରମୁଖ ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ।
ନୟାଗଡ଼ରେ ଶିକ୍ଷକ ସହୀଦ ଦିବସ
