ନୟାଗଡ଼, (ନୟାଗଡ଼ ଦର୍ପଣ): ମାଇଁ ଭାରତ ଓ ସେବା ଉତ୍ସବ ସମିତି ପକ୍ଷରୁ ଜିଲ୍ଲା ସ୍ଥରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ମାର୍ଚ୍ଚ ୮ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭାରତ ସରକାରଙ୍କ କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧୀନ ମାଇଁ ଭାରତ ନୟାଗଡ଼ ଓ ସେବା ଉତ୍ସବ ସମିତି ମିଳିତ ଆନୁକୂଲ୍ୟରେ ମହିଳା ଦିବସକୁ ଅସ୍ମିତା ଦିବସ ପାଳନ କରାଯାଇଛି। ଏହି ଅବସରରେ ନୟାଗଡ଼ ଖେଳ ପଡିଆ ଠାରେ ଜିଲ୍ଲାର ବିଭିର୍ଣ୍ଣ ସ୍କୁଲ ଓ କଲେଜର ଛାତ୍ରୀ ମାନେ ସାମିଲ ହୋଇଥିଲେ।

ଖେଳ ଇଣ୍ଡିଆ ପକ୍ଷରୁ ଏହି ଅବସରରେ ଶହେ ମିଟର, ୨ ଶହ ମିଟର ଓ ଚାରିଶହ ମିଟରର ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହାପାରେ ନୟାଗଡ଼ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ସାଧାରଣ ସଭା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଶିଷ୍ଠ ଅତିଥି ଭାବେ ନୟାଗଡ଼ ଜିଲ୍ଲପାଳ ମଧୁମିତା ରଥ, କନ୍ଧମାଳର ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ, ନୟାଗଡ଼ ମୁନିସିପାଲିଟି ପୌରାଧ୍ୟକ୍ଷା ନିରୁପମା ଖଟେଇ ପ୍ରମୁଖ ଯୋଗଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସେବା ଉତ୍ସବ ସମିତି ଉପଦେଷ୍ଠା ଅନ୍ତର୍ଯ୍ୟାମୀ ସାହୁ, ଶରଣକୁଳ ନାରାୟଣ ହାଇସ୍କୁଲର ପ୍ରଧାନ ଶିକ୍ଷକ ରଶ୍ମି ରଞ୍ଜନ ମିଶ୍ର, ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷା କେନ୍ଦ୍ରର ସମ୍ପାଦକ ଶ୍ରୀଧର ବେହେରା ପ୍ରମୁଖ ଯୋଗଦେଇ ନିଜର ବହୁମୂଲ୍ୟ ଵକ୍ତବ୍ୟ ରଖିଥିଲେ।

ସାଧାରଣ ସଭା ଓ ପୁରସ୍କାର ବିତରଣ ଉତ୍ସବ ପରେ ପରେ ଛାତ୍ରୀ ମାନେ ବିଭିର୍ଣ୍ଣ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ଅବସରରେ ବିଭିର୍ଣ୍ଣ ବର୍ଗରେ କୃତିତ୍ୱ ଅର୍ଜନ କରିଥିବା ୨୭ ଜଣ ଛାତ୍ରୀଙ୍କୁ ପୁରସ୍କାର ବିତରଣ କରଯାଇଥିଲା। ଆଜିର କାର୍ଯ୍ୟକ୍ରମକୁ ନୟାଗଡ଼ ଖେଳୋ ଇଣ୍ଡିଆ କୋଚ ସୁଶାନ୍ତ ଜେନା, କ୍ରିଡା ଶିକ୍ଷକ ସୁମନ୍ତ ନାୟକ, ଚିତ୍ତରଂଜନ ପ୍ରଧାନ, ସେବା ଉତ୍ସବ ସଦସ୍ୟ ପ୍ରଶାନ୍ତ କୁମାର ସାହୁ, ଗୁଲସନ କୁମାର ଦାସ, ସୁନୀଲ ନାୟକ, ସ୍ନେହା ପ୍ରିୟଦର୍ଶିନୀ, ବର୍ଷା ପ୍ରିୟଦର୍ଶିନୀ, ଶୁଭସ୍ମିତା ମିଶ୍ର, ପରମେଶ୍ୱର ସାହୁ ପ୍ରମୁଖ ପରିଚାଳନା କରିଥିଲେ।
