ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନସନ ଭୁକ୍ତ)ର ବନ୍ଧୁମିଳନ ଏବଂ ସମ୍ବର୍ଦ୍ଧନା ସମାରୋହ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼  ବ୍ଲକ ଶିକ୍ଷା ବିଭାଗ ଅନ୍ତର୍ଭୁକ୍ତ ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ଏକ ବନ୍ଧୁମିଳନ ଏବଂ ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସ୍ବର୍ଣ୍ଣ ଜୟନ୍ତୀ ସଭା ଗୃହରରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ପୀତବାସ ପ୍ରଧାନଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବନ୍ଧୁମିଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଲାଠିପଡ଼ା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ କୁମାର ଶତପଥୀ ଯୋଗଦାନ କରିଥିଲେ। ସେହିପରି ସମ୍ମାନୀତ ଅତିଥି ଭାବେ ସ୍ତମ୍ଭକାର ତଥା ବରିଷ୍ଠ ଶିକ୍ଷକ ଲକ୍ଷ୍ମୀଧର ସାହୁ, ଏୟୁପିଟିଏଫ ରାଜ୍ୟ ସମ୍ପାଦକ ସନ୍ତୋଷ କୁମାର ସାହୁ ଏବଂ ପ୍ରାଥମିକ ଶିକ୍ଷକ ମହାସଂଘ ଜିଲ୍ଲା ସଂଯୋଜକ ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ ପ୍ରମୁଖ ଯୋଗଦାନ କରିଥିଲେ। ଶିକ୍ଷାଦାନ ଏକ ମହାନ କାର୍ଯ୍ୟ ହୋଇଥିବା ବେଳେ ରାଜ୍ୟରେ ପ୍ରାଥମିକ ଶିକ୍ଷକ ମାନେ ଆରମ୍ଭରୁ ଅବହେଳିତ ଏବଂ ନିଷ୍ପେସିତ ହୋଇ ଆସୁଛନ୍ତି।

ପ୍ରାଥମିକ ଶିକ୍ଷକ ମାନଙ୍କୁ ସରକାର ଶିକ୍ଷାଦାନ ସହିତ ବିଭିନ୍ନ ଅଣ ଶିକ୍ଷା କାର୍ଯ୍ୟରେ ନିୟୋଜିତ କରୁଥିବା ବେଳେ ସେମାନଙ୍କ ମୂଳ ସମସ୍ୟା ଗୁଡ଼ିକ ଅଗ୍ରାଧିକାର ଭିତିରେ ସମାଧାନ କରାଯିବା ଆବଶ୍ୟକ ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ସଭା ପ୍ରାରମ୍ଭରେ ଅତିଥି ମାନେ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିବା ବେଳେ ଶିକ୍ଷୟିତ୍ରୀ ସ୍ୱାତୀ ସରିନ ଦାସ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ୨୦୧୨ ମସିହାରୁ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇ ନିୟମିତ ହୋଇଥିବା ତଥା ଅନ୍ୟ ବ୍ଲକ ଏବଂ ଜିଲ୍ଲାରୁ ବଦଳି ହୋଇ ଆସିଥିବା ୮୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସଂଘ ପକ୍ଷରୁ ଅତିଥି ମାନଙ୍କ ଦ୍ୱାରା ଉପଢୌକନ, ମାନପତ୍ର ଏବଂ ପୁଷ୍ପଗୁଚ୍ଛ ସହିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଶିକ୍ଷକ ସଂଘ ସମ୍ପାଦକ ସୁରେଶ ଚନ୍ଦ୍ର ସେଠି ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ସଲିମ ଇବ୍ରାହିମ ଧନ୍ୟବାଦ ପ୍ରଦାନ କରିଥିଲେ। ଶିକ୍ଷୟିତ୍ରୀ ତଥା ସିଆରସିସି ସୁଶ୍ରୀ ସଙ୍ଗୀତା ମିଶ୍ର ଏବଂ ହରପ୍ରିୟା ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ସଂଗ୍ରାମ କେଶରୀ ସାହୁ, ଅଶୋକ ମଲ୍ଲ, ଚିତ୍ତରଞ୍ଜନ ଦାଶ, ଅକ୍ଷୟ ପରିଡ଼ା, କୁଞ୍ଜବିହାରୀ ଜେନା, ଶରତ ପାଳ, ମନ୍ମଥ କିଶୋର ନାୟକ,କୈଳାଶ ନାୟକ, ପ୍ରକାଶ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Related posts