ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ପିଏମ୍ ଶ୍ରୀ ବିଦ୍ୟାଳୟ ଗୁଡ଼ିକ ଦୁଇ ଦିନିଆ ତଥା ତା ୦୬.୦୩.୨୦୨୬ ଠାରୁ ୦୭.୦୩.୨୦୨୬ ରିଖ ପରିଦର୍ଶନ କଲେ କେନ୍ଦ୍ରୀୟ ଅଧିକାରୀ ମନସୁର ହାସନ୍ ଖାଁ ଜଏଣ୍ଟ ସେକ୍ରେଟାରୀ ଆଣ୍ଡ ଏଫ .ଏ, ଡିପାର୍ଟମେଣ୍ଟ ଅଫ ୟୁଥ୍ ଆଫୀୟରସ ଆଣ୍ଡ ସ୍ପୋର୍ଟସ ଗଭରନ୍ ମେଣ୍ଟ ଅଫ ଇଣ୍ଡିଆ ଓ ରାଜ୍ୟ ଗଣଶିକ୍ଷା ସେକେଣ୍ଡାରୀ ଯୁଗ୍ମ ନିର୍ଦ୍ଦେଶକ ବିଶ୍ଵଜିତ ସାହୁ ତତସହ ଜିଲ୍ଲା ଶିକ୍ଷାଧିକାରୀ ଚିତରଞ୍ଜନ ପାଣ୍ଡେ, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ବନଲତା ବେହେରା ଯୋଗଦେଇଥିଲେ।

ପି ଏମ୍ ଶ୍ରୀ ବିଦ୍ୟାଳୟ ଗୁଡ଼ିକରେ ସମାଜ ସଂସ୍କାର ଆଧାରିତ ଶିକ୍ଷା ତଥା କୗଶଳ ବିକାଶ ଶିକ୍ଷା, ମାନସିକ ସୁସ୍ଥତା, ଶାରୀରିକ ବିକାଶ, ଧନ୍ଦା ମୂଳକ ଶିକ୍ଷା, ଖେଳ, କଂପ୍ୟୁଟର ଓ ଅର୍ଥନୈତିକ ସଠିକ୍ ପରିଚାଳନା , ପରିଷ୍କାର ଓ ପରିଚ୍ଛନ୍ନତା ଉପରେ ଗୁରୁତ୍ଵ ଦେଇ ଆଲୋକପାତ କରିଥିଲେ।ପ୍ରଥମେ ଅଧିକାରୀ ମାନେ ସର୍କିଟ ହାଉସ୍ ରୁ ବାହାରି ପିଏମ୍ ଶ୍ରୀ କେନ୍ଦୀୟ ବିଦ୍ୟାଳୟ ନୟାଗଡ଼ରେ ଧନ୍ଦାମୂଳକ ଶିକ୍ଷା, ଖେଳ, କଂପ୍ୟୁଟର ଓ ଅର୍ଥନୈତିକ ସଠିକ୍ ପରିଚାଳନା, ପରିଷ୍କାର ଓ ପରିଚ୍ଛନ୍ନତା, ସାଇନ୍ସ ଲ୍ୟାବ, ଆର୍ଟ କ୍ଲବ୍ ବୁଲି ଦେଖିଥିଲେ ପରେ ନୂଆଗାଁ ବ୍ଲକ୍ ପିଏମ୍ ଶ୍ରୀ ହାଇୟର ସେକେଣ୍ଡାରୀ ବିଦ୍ୟାଳୟ , ମହିପୁର ପରେ କେନ୍ଦ୍ରୀୟ ଅଧିକାରୀ ମନସୁର ହାସନ୍ ଖାଁ ଜଏଣ୍ଟ ସେକ୍ରେଟାରୀ ଆଣ୍ଡ ଏଫ.ଏ, ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ବୈଠକ ଭବନରେ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ମଧୁମିତା ରଥ ଜିଲ୍ଳାପାଳ ମଧ୍ୟ ଉକ୍ତ ବୈଠକରେ ଉପସ୍ଥିତ ଥିଲେ ପରିଦର୍ଶନ କରିଥିବା ବିଦ୍ୟାଳୟ ଗୁଡ଼ିକ ସଠିକ୍ ପରିଚାଳନା ହେଉଥିବା କଥା ଉକ୍ତ ବୈଠକରେ ପରିପ୍ରକାଶ କରିବା ସହ ସନ୍ତୋଷ ବ୍ୟକ୍ତ କରିଥିଲେ।

ସମସ୍ତ ପିଏମ୍ ଶ୍ରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ । ବୈଠକ ପରେ ପିଏମ୍ ଶ୍ରୀ ଆର ସି ଉଚ୍ଚ ବିଦ୍ୟାଳୟ , ଖଣ୍ଡପଡ଼ାକୁ ଅଧିକାରୀ ବୃନ୍ଦ ଗ୍ରସ୍ତ କରି ବିଦ୍ୟାଳୟର ଧନ୍ଦା ମୂଳକ ଶିକ୍ଷା, ଖେଳ, କଂପ୍ୟୁଟର ଓ ଅର୍ଥନୈତିକ ସଠିକ୍ ପରିଚାଳନା, ପରିଷ୍କାର ଓ ପରିଚ୍ଛନ୍ନତା, ପଞ୍ଚଶଖା ଶିକ୍ଷା ସେତୁରେ ଆଲୁମିନି ବୃନ୍ଦ ଦେଉଥିବା ଆର୍ଥିକ ସହାୟତା ଦେଖି ବେଶ୍ ଖୁସୀ ବ୍ୟକ୍ତ କରିଥିଲେ। ସମସ୍ତ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ସମସ୍ତ ସମଗ୍ର ଶିକ୍ଷାର କୋର୍ଡିନେଟର୍, ସହଯୋଗ କରିଥିଲେ।
