ଭାରୀଯାନ ଉପରେ ଲାଗିଲା ରୋକ, ସକାଳ ୭ରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ଚଳାଚଳ ନିଷିଦ୍ଧ

ନୟାଗଡ଼,(ନୟାଗଡ଼ ଦର୍ପଣ): ମୋଟର ଯାନ ଆଇନ ୧୯୮୮ (୫୯), ରୁଲ ୧୯୯୩(୧୭୩) ଅନୁସାରେ ସଡ଼କ ଦୁର୍ଘଟଣାକୁ ପ୍ରତିହତ କରିବା ପାଇଁ ସମଗ୍ର ନୟାଗଡ଼ ଜିଲ୍ଲାରେ ମାଲ ପରିବହନ କରୁଥିବା ଭାରୀଯାନ ଯଥା- ଟିପର, ଟ୍ରକ୍ ଦ୍ୱାରା ବାଲି, ମୋରମ, ଗୁଣ୍ଡ ପଥର(ଚିପସ୍‌), ଖଣ୍ଡ ପଥର, ଇଟା ଇତ୍ୟାଦିର ପରିବହନ ସକାଳ ୭ଘଟିକା ଠାରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ଜିଲ୍ଲାପାଳ-ତଥା-ଜିଲ୍ଲା ମାଜଷ୍ଟ୍ରେଟ୍ ଶ୍ରୀମତୀ ସ୍ୱଧା ଦେବ ସିଂଙ୍କ ଦ୍ୱାରା ନିଷିଦ୍ଧ କରାଯାଇଛି । ଏହି ନିଷିଦ୍ଧାଦେଶକୁ ଦିବା ୧ଘଟିକା ଠାରୁ ୩ଘଟିକା ପର୍ଯ୍ୟନ୍ତ କୋହଳ କରାଯାଇଛି । ଏହି ଆଦେଶ ଚଳିତ ମାସ ତା.୦୫.୦୭.୨୦୨୪ରିଖ ଠାରୁ ତା.୦୪.୦୮.୨୦୨୪ପର୍ଯ୍ୟନ୍ତ ବଳବତ୍ତର ରହିବ । ଜନସାଧାରଣଙ୍କ ଧନ ଜୀବନର ସୁରକ୍ଷା ଦୃଷ୍ଟିରୁ ଏଥିରେ ସହଯୋଗ କରିବା ପାଇଁ ଜିଲ୍ଲାର ସମସ୍ତ ଟ୍ରକ୍ ମାଲିକ ସଂଘ ଓ ଟ୍ରକ ମାଲିକମାନଙ୍କୁ ଜିଲ୍ଲା ପ୍ରଶାସନ…

Read More

ଗଣିତ ଶିକ୍ଷକଙ୍କ କୌଶଳୀ କର୍ମଶାଳା ଉଦଯାପିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଗଣିତ ଶିକ୍ଷକ ମାନଙ୍କ ପାଇଁ ଉଦ୍ଦିଷ୍ଟ କୌଶଳୀ କର୍ମଶାଳା ସୋଲପଟାଉଚ୍ଚବିଦ୍ୟାଳୟ ଠାରେ ଉଦଯାପିତ ହୋଇଯାଇଛି। ଗତ ତିନି ଦିନ ଧରି ଚାଲିଥିବା ଏହି କର୍ମଶାଳାରେ ୪୦ଜଣ ଗଣିତ ଶିକ୍ଷକ ପ୍ରଶିକ୍ଷଣ ନେଇଥିଲେ । ନନ୍ଦିଘୋର ବାଳିକା ଉଚ୍ଚଵିଦ୍ୟାଳୟର ଗଣିତ ଶିକ୍ଷକ ମାନସ କୁମାର ସାହୁ ଓ ରଘୁଦିବାକର ନୋଡାଲ ଉଚ୍ଚବିଦ୍ୟାଳୟ, କନ୍ଧନୟାଗଡର ଗଣିତ ଶିକ୍ଷକ କ୍ଷୀରୋଧ ଚନ୍ଦ୍ର ରାଉତରାୟ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଏହି କର୍ମଶାଳାକୁ ସୋଲପଟା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗିରିଜା ଶଙ୍କର ମହାପାତ୍ର ଉଦଘାଟନ କରିଥିବା ବେଳେ ନୟାଗଡ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ ପରିଦର୍ଶନରେ ଆସିଥିଲେ।

Read More

ପୁଣି ଷ୍ଟ୍ରେଚରରେ ବୁହା ହେଲେ ରୋଗୀ, ଚର୍ଚ୍ଚାରେ ଦଶପଲ୍ଲାର ପଶ୍ଚିମାଞ୍ଚଳ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ରାଜ୍ୟରେ ବଦଳିଛି ସରକାର, ହେଲେ ବଦଳିନାହିଁ ଓଡିଶାର ସ୍ଥିତି। ଏହାର ଜ୍ବଳନ୍ତ ଉଦାହରଣ ଆଜି ଦେଖିବାକୁ ମିଳିଛି ଦଶପଲ୍ଲା ପଶ୍ଚିମାଞ୍ଚଳ ରେ । ପୁଣି ଷ୍ଟ୍ରେଚରରେ ବୁହା ହେଲେ ରୋଗୀ। ଘରକୁ ରାସ୍ତା ନଥିବାରୁ ପ୍ରାୟ ୧ କିଲୋମିଟର ଷ୍ଟ୍ରେଚରରେ ରୋଗୀଙ୍କୁ ବୋହି ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ପଡିଛି। ଏଭଳି ଚିତ୍ର ସାମ୍ନାକୁ ଆସିଛି ଦଶପଲ୍ଲା ବ୍ଲକରୁ। ସୂଚନା ଅନୁସାରେ ବାଣିଗୋଛା ଥାନା ଅନ୍ତର୍ଗତ କୁଲୁରୁକୁମ୍ପା ଗ୍ରାମପଞ୍ଚାୟତ ଜାମୁସାହି ଦୁଡୁକିପାଜୁ ଗ୍ରାମର ମାନସୀ ନାୟକ ବହୁଦିନ ଧରି ଅସୁସ୍ଥ ହୋଇ ଯନ୍ତ୍ରଣା ଭୋଗୁଥିଲେ। ଏ ଖବର ହୀରାଂଚଳ ସମେତ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପରେ, କିଛି ଗଣମାଧ୍ୟମ ପ୍ରତିନିଧି ଓ ପଵନପୁତ୍ର ସେବାସମିତିର ସଭ୍ଯମାନେ ମାନସୀଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଡକାଇଥିଲେ। ହେଲେ ଘରକୁ ରାସ୍ତା ନଥିବା ଆମ୍ବୁଲାନ୍ସ…

Read More

ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ବନ ମହୋତ୍ସବ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମାନବ ସତ୍ୟତା ପ୍ରତି ଏକ ବଡ ଆହ୍ଵାନ । ବିଶ୍ବ ତାପନ ମାନବ ସମାଜ ପ୍ରତି ଘାତକ ହେବାକୁ ଯାଉଛି । ବୃକ୍ଷ ରୋପଣ ଏବଂ ସବୁଜତା- ମାନବ ସମାଜକୁ ରକ୍ଷା କରିପାରିବ । ଏହି ଆହ୍ବାନକୁ ନେଇ ନୟାଗଡ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନନ୍ଦ ନାରାୟଣ ମହାରଣାଙ୍କ ପୃଷ୍ଠପୋଷକତାରେ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ସଚିବ ଅଞ୍ଜଳି ମଛଖଣ୍ଡଙ୍କ ତତ୍ୱାବଧାନରେ ଜିଲ୍ଲା କୋର୍ଟ ପରିସରରେ ବ୍ୟାପକ ବୃକ୍ଷ ରୋପଣ କରାଯାଇଅଛି । ପରିବାର ଅଦାଲତ ବିଚାରପତି ସୁବ୍ରତ କୁମାର ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ରିଜା ରାଏ, ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ତଥା ସ୍ବତନ୍ତ୍ର ପୋସ୍କୋ ବିଚାରପତି ମାନସ କୁମାର ପଣ୍ଡା ,…

Read More

ସମର୍ପଣ ବୃଦ୍ଧାଶ୍ରମକୁ ଇ-ଅଟୋ ଦାନ କଲା ଭାରତୀୟ ଷ୍ଟେଟ୍ ବ୍ଯାଙ୍କ ନୟାଗଡ଼ ମୁଖ୍ଯ ଶାଖା

ନୟାଗଡ଼, (ନୟାଗଡ଼ ଦର୍ପଣ): ଅସହାୟ ନିଃସହାୟମାନଙ୍କ ପାଇଁ ସହାୟ ହେଉଛି ସମର୍ପଣ ବୃଦ୍ଧାଶ୍ରମ। ନୟାଗଡ଼ ନିକଟସ୍ଥ ଲେଖନପୁର ଠାରେ ଗଢି ଉଠିଥିବା ସମର୍ପଣ ବୃଦ୍ଧାଶ୍ରମରେ ରହୁଛନ୍ତି ୨୫ଜଣ ଅସହାୟ ବୃଦ୍ଧବୃଦ୍ଧା। ସେମାନଙ୍କୁ ଆଉ ଟିକିଏ ଅଧିକ ସହାୟତା ଦେବା ପାଇଁ ଭାରତୀୟ ଷ୍ଟେଟ୍ ବ୍ଯାଙ୍କ ନୟାଗଡ଼ ମୁଖ୍ଯ ଶାଖା ସହଯୋଗର ହାତ ବଢ଼ାଇ ସମର୍ପଣ ଅନ୍ତେବାସୀମାନେ ଡାକ୍ତରଖାନାକୁ ଯିବା ଆସିବା କରିବା ପାଇଁ ଗୋଟିଏ ଇ- ଅଟୋ ଦାନ କରିଛନ୍ତି। ଆଜି ପୂର୍ବାହ୍ନ ୧୧ଟା ସମୟରେ ଷ୍ଟେଟ୍ ବ୍ଯାଙ୍କ ର ଏହି ସମର୍ପଣ କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ସ୍ବାଧାଦେବ ସିଂହ , ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ଜୈନ ଓ ଷ୍ଟେଟ୍ ବ୍ଯାଙ୍କ ନୟାଗଡ଼ ମୁଖ୍ଯ ଶାଖାର ଚିଫ୍ ମ୍ଯାନେଜର ହୃଷିକେଶ ତ୍ରିପାଠୀଙ୍କ ସହିତ…

Read More

ସର୍ଟ ସର୍କିଟ ହୋଇ ଘରେ ଲାଗିଲା ନିଆଁ

ଭାପୁର, (ନୟାଗଡ଼ ଦର୍ପଣ): ଫ୍ୟାନରୁ ସର୍ଟ ସର୍କିଟରେ ଘରସାରା ନିଆଁ। ନିଆଁର ପ୍ରକୋପରେ ଫାଟିଲା ଗ୍ୟାସ ସିଲିଣ୍ଡର। ଅଳ୍ପକେ ବଞ୍ଚିଗଲା ୬ଜଣଙ୍କ ଜୀବନ। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଭାପୁର ତହସିଲ କାର୍ଯ୍ୟାଳୟର ମୁଖ୍ୟ କିରାଣୀଙ୍କ ବାସ ଭବନରେ। ରାତି ପ୍ରାୟ ୩ଟା ହେବ ସରକାରୀ କ୍ଵାଟର ମଧ୍ୟରେ ମୁଖ୍ୟ କିରାଣୀ କୈଳାସ ଚନ୍ଦ୍ର ଦାସ ତାଙ୍କ ପତ୍ନୀ ଏବଂ ୩ ଛୁଆ ଏବଂ ତାଙ୍କ ମା ଶୋଇଥିଲେ। ହଠାତ ତାଙ୍କ ମା’ଙ୍କ ରୁମରେ ଥିବା ଟେବୁଲ ଫ୍ୟାନଟି ବିଦ୍ୟୁତ ସର୍ଟ ସର୍କିଟରୁ ନିଆଁ ବାହାରୀ ଘରର ଚାରିଆଡେ ଲାଗିଯାଇଥିଲା। ଏଭଳି ଘରର ଉତ୍ତାପ ଜାଣିପାରି ପୁଅ କୈଳାସ ଉଠି ଦେଖନ୍ତି ଘର ମଧ୍ୟରେ କଳା ଧୂଆଁ ସହିତ ନିଆଁ ଭର୍ତ୍ତି ହୋଇଯାଇଛି । ଏଭଳି ଘଟଣା ଦେଖି ପିଲାମାନଙ୍କୁ ଜୀବନ ବିକଳରେ ଘରର ପଛପଟେ…

Read More

ଗଣିଆ ସାମ୍ବାଦିକ ସଂଘର ସତନ୍ତ୍ର ବୈଠକ ଅନୁଷ୍ଠିତ

ଗଣିଆ, (ନୟାଗଡ଼ ଦର୍ପଣ): ଆଜି ଦଶପଲ୍ଲା ବ୍ଲକ ସ୍ଥିତ କୁଆଁରୀଆ ଜଳ ସମ୍ପଦ ବିଭାଗ ବଙ୍ଗଳା ନିକଟରେ ଗଣିଆର ଅଗ୍ରଣୀ ସାମ୍ବାଦିକ ସଂଗଠନ ତରଫରୁ ବିଶ୍ଵ ରଞ୍ଜନ ସେଠୀଙ୍କ ସଭାପତିତ୍ବରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ପରିପ୍ରେକ୍ଷୀରେ ଏହି ବୈଠକ କୁ ସଂଘର ସମ୍ପାଦକ କମଳ ଲୋଚନ ଦଳେଇ ପରିଚାଳନା କରିଥିଲେ। ବୈଠକରେ ପ୍ରଥମେ ସମାଜରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ କୁହାଯାଉଥିବା ଗଣମାଧ୍ୟମ ର ଭୂମିକା , କାର୍ଯ୍ୟଶୈଳୀ ଉପରେ ସଂଘର ଉପଦେଷ୍ଟା କୈଳାସ ଚନ୍ଦ୍ର ସାହୁ ସମସ୍ତ ସଭ୍ୟ ମାନଙ୍କ ସହ ଆଲୋଚନା କରିଥିଲେ ତତ୍ ସହିତ ଆଗାମୀ ଦିନରେ ସାରା ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ସମାଜର ହିତ ଉଦ୍ଦେଶ୍ୟରେ କାର୍ଯ୍ୟ କରିବା ସହିତ ଗରିବ, ଅବହେଳିତ ନିଷ୍ପେସିତ ଜନସାଧାରଣ ଙ୍କୁ ସହଯୋଗ ଯୋଗାଇଦେବା ସହ ସେମାନଙ୍କ ଖବର କୁ କିଭଳି ଭାବରେ ପ୍ରଶାସନ…

Read More

ମଣ୍ଡଳ ସ୍ତରୀୟ ସାହିତ୍ୟ ସୃଜନୀ ତାଲିମ କାର୍ଯ୍ୟକ୍ରମ ଉଦଯାପିତ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଓଡ଼ଗାଁ ମଣ୍ଡଳର ଜବାହରଲାଲ ସରକାରୀ ବିଦ୍ୟାଳୟରେ ତିନିଦିନ ଧରି ଚାଲିଥିବା ତାଲିମ କାର୍ଯ୍ୟକ୍ରମ ଉଦ୍ଜଯାପିତ ହୋଇଯାଇଛି । ପ୍ରତିଭା ଅନ୍ୱେଷୀ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବସନ୍ତ କୁମାର ସାହୁ, ରବୀନ୍ଦ୍ର କୁମାର ନାୟକ ଏ.ବି.ଇ.ଓ. ଓଡ଼ଗାଁ, ଶିକ୍ଷାବିତ୍ ନାଟ୍ୟ ନିର୍ଦ୍ଦେଶକ କବି ଗୋଦାବରୀ ବସନ୍ତିଆ, ପ୍ରମୁଖ ଯୋଗଦେଇ ତାଲିମର ଉପାଦେୟତା ଉପରେ ଆଲୋକପାତ କରିଥିଲେ । ତା ୧.୭.୨୦୨୪ ଠାରୁ ୩.୭.୨୦୨୪ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ଏହି କାର୍ଯ୍ୟକ୍ରମକୁ ଆର.ପି.ଗଦାଧର ସ୍ୱାଇଁ,ମାଷ୍ଟର ଟ୍ରେନର ଶିଶିର କୁମାର ନାୟକ ଏବଂ ଏସ.ଆର.ଜି ପ୍ରତାପ କୁମାର ପରିଡ଼ା ସୁନ୍ଦର ଭାବରେ ପରିଚାଳନା କରିଥଲେ । ପ୍ରଶିକ୍ଷକ ମାନେ ପ୍ରଶିକ୍ଷାର୍ଥୀମାନଙ୍କୁ ଗପ ଗୀତ ନାଟକ, ନୃତ୍ୟ ମାଧ୍ୟମରେ କିଭଳି ଆନନ୍ଦମୟ ଶିକ୍ଷାକୁ ବିଦ୍ୟାଳୟ ସ୍ତରରେ ପ୍ରୟୋଗ କରି ପାରିଵେ ତା…

Read More

ଆସନ୍ତା ଜୁଲାଇ ୧୫ ରୁ ୨୫ ଯାଏଁ ଅନୁଷ୍ଠିତ ହେବ ଅଷ୍ଟମ ଜିଲ୍ଲାବ୍ୟାପି ସେବା ଉତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ଆସନ୍ତା ଜୁଲାଇ ୧୫ତାରିଖରୁ ଜୁଲାଇ ୨୫ ତାରିଖ ଯାଏଁ ନୟାଗଡ଼ ଜିଲ୍ଲାରେ ଅନୁଷ୍ଠିତ ହେବ ଜିଲ୍ଲାବ୍ୟାପି ଅଷ୍ଟମ ବାର୍ଷିକ ସେବା ଉତ୍ସବ l ଏନେଇ ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ସହର ସ୍ଥିତ ହୋଟେଲ ନୀଳମାଧବ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଯୁବପିଢ଼ିଙ୍କୁ ସେବା ଧର୍ମରେ ବ୍ରତୀ କରିବା ସହ ଗରିବ ଅସହାୟଙ୍କୁ ସହାୟତାର ହାତ ବଢାଇବା ପାଇଁ ବିଗତ ୭ ବର୍ଷ ଧରି ଜିଲ୍ଲାରେ ଜିଲ୍ଲାବ୍ୟାପି ସେବା ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ ଏହି କ୍ରମରେ ସପ୍ତମ ଥର ପାଇଁ ଚଳିତ ବର୍ଷ ଜୁଲାଇ ୧୫ ତାରିଖରୁ ଜୁଲାଇ ୨୫ ତାରିଖ ଯାଏଁ ଏହି ସେବା ଉତ୍ସବ ଅନୁଷ୍ଠିତ ହେବ l ଜିଲ୍ଲାର ସମସ୍ତ ୮ଟି ବ୍ଲକରେ ଅଭାବ ଅନାଟନ ଭିତରେ ରହିଥିବା ଅସହାୟ…

Read More

ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ – ୨୦୨୪ର ଶୁଭାରମ୍ଭ

ନୟାଗଡ, (ନୟାଗଡ଼ ଦର୍ପଣ): ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ମ୍ୟାଲେରିଆ ଡେଙ୍ଗୁ ଓ ଡାଇରିଆ (MDD) ଉପରେ ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ-୨୦୨୪ ର ଶୁଭାରମ୍ଭ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଳା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ବାର୍ତ୍ତା ଥିଲା “ସଚେତନ ହୁଅନ୍ତୁ ସୁରକ୍ଷିତ ରୁହନ୍ତୁ”। ଏହି ସର୍ବେକ୍ଷଣଙ୍କୁ ଗ୍ରାମାଞ୍ଚଳରେ କାର୍ଯ୍ୟକାରି କରିବା ନିମନ୍ତେ ଜିଲ୍ଲା ସ୍ତରରୁ ବ୍ଲକ ସ୍ତରରେ ଥିବା ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ସହ ଆଶା ମାନଙ୍କୁ ଭିଡିଓ କନଫରେନ୍ସ ମାଧ୍ୟମରେ ଏହା କିପରି କାର୍ଯ୍ୟକାରୀ ହେବ ସେ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଉପସ୍ଥିତ ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀମାନେ କହିଥିଲେ। ଗ୍ରାମାଞ୍ଚଳରେ ଆଶା କର୍ମୀ ମାନେ ଘର ଘର ବୁଲି ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ଉପରେ…

Read More