ଓଡ଼ିଆ ନାଟକ ଓ ଚଳଚିତ୍ରର ମହାନ କଳାକାର ଶରତ ମାଝିଙ୍କୁ ଶ୍ରଦ୍ଧାଞ୍ଜଳି

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଆ ମଂଚ ନାଟକର ଜଣେ ସମର୍ପିତ ନିର୍ଦ୍ଦେଶକ ଓ ଅଭିନେତା ଭାବେ ଶରତ ମାଝି ଓଡ଼ିଶାର ନାଟ୍ୟକର୍ମୀ ତଥା ନାଟ୍ୟପ୍ରେମୀଙ୍କ ଅତି ପ୍ରିୟ ମଣିଷ ଥିଲେ।ସରକାରୀ ଚାକିରୀରୁ ଅବସର ନେବାପରେ ଅନ୍ନପୂର୍ଣ୍ଣା ଥିଏଟର ବି ଗ୍ରୁପ୍ ର ସଭାପତି ଭାବେ କାର୍ଯ୍ୟ କରୁଥିଲେ।ନାଟକ ବ୍ୟତିତ ଦୂରଦର୍ଶନ ଓ ଚଳଚ୍ଚିତ୍ରରେ ଅନେକ ଅଭିନୟ କରି ଜଣେ ଉଚ୍ଚକୋଟୀର କଳାକାର ଭାବେ ନିଜସ୍ଵ ପରିଚୟ ସୃଷ୍ଟି କରିପାରିଥିଲେ। ନୟାଗଡ଼ ନାଟକ କ୍ଷେତ୍ରରେ ଶରତ ମାଝିଙ୍କ ଅବଦାନ ଅବିସ୍ମରଣୀୟ।୨୦୦୫ ମସିହାରୁ ନୟାଗଡର କଳାକାରମାନଙ୍କୁ ନେଇ ତାଙ୍କ ପ୍ରୟାସରେ ଗଠିତ ହୋଇଥିଲା ‘ଚମତ୍କାର’ ନାଟ୍ୟ ଅନୁଷ୍ଠାନ। ତାଙ୍କ ନିର୍ଦ୍ଦେଶନାରେ ଗୋଇଠା ବାବା, ସର୍ପ ଯଜ୍ଞ,ମକଦ୍ଦମା ଆଦି ସଫଳ ନାଟକ ମଂଚସ୍ଥ ହୋଇଥିଲା। ଆଜି ନୟାଗଡ଼ ନାଟକର ଯେଉଁ ସମୃଦ୍ଧି ହୋଇପାରିଛି ସେଥିରେ ଶରତ ମାଝିଙ୍କ ଅବଦାନ ଯଥେଷ୍ଟ ଥିଲା…

Read More

ନୟାଗଡ଼ ପୋଲିସରେ ବଡ଼ଧରଣର ଅଦଳବଦଳ କଲେ ଏସପି

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପୋଲିସରେ ବଡ଼ଧରଣର ଅଦଳବଦଳ ହୋଇଛି। ନୟାଗଡ଼ ସଦରଥାନା ଅଧିକାରୀ ଅନିତା ସାହୁଙ୍କୁ ବାଣିଗୋଚ୍ଛା ଥାନାକୁ ବଦଳି କରାଯାଇଥିବା ବେଳେ ବାଣିଗୋଚ୍ଛା ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନାଙ୍କୁ ଗଣିଆ, ଗଣିଆ ଥାନା ଅଧିକାରୀ ବିନୟ ରଞ୍ଜନ ପରିଡ଼ାଙ୍କୁ ଚାନ୍ଦପୁର ବଦଳି କରାଯାଇଥିବା ବେଳେ ଚାନ୍ଦପୁର ଥାନା ଅଧିକାରୀ ଜଗଦିଶ କରଙ୍କୁ ଇଟାମାଟି ଥାନା, ଇଟାମାଟି ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ବାଇଁଙ୍କୁ ରଣପୁର, ରଣପୁର ଥାନା ନିହାର ରଞ୍ଜନ ମହାନ୍ତିଙ୍କୁ ଖଣ୍ଡପଡ଼ା, ଖଣ୍ଡପଡ଼ା ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ସ୍ବାଇଁଙ୍କୁ ଶରଣକୁଳ, ଶରଣକୁଳ ଥାନା ଅଧିକାରୀ ପୁଷ୍ପଲତା ବେହେରାଙ୍କୁ ହେଡକ୍ଵାର୍ଟରକୁ କରାଯାଇଥିବା ବେଳେ ରିଜର୍ଭରେ ଥିବା ଇନ୍ସିପେକ୍ଟର ବିଜୟା ସାହୁଙ୍କୁ ସଦରଥାନାଅଧିକାରୀ ଭାବେ ବଦଳି କରାଯାଇଛି । ସେହିଭଳି ଏସଆଇ ଓ ଏଏସଆଇ ସ୍ତରରେ ମଧ୍ୟ ଅଦଳବଦଳ କରାଯାଇଛି। ନୟାଗଡ଼ ଟାଉନଥାନାରେ…

Read More

ବିଶିଷ୍ଟ ନାଟ୍ୟକାର ଶରତ ମାଝିଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶିଷ୍ଟ ଟିଭି, ସିନେମା ଏବଂ ମଞ୍ଚ ଅଭିନେତା,ନାଟ୍ୟକାର ତଥା ପ୍ରତିଶ୍ରୁତିବଦ୍ଧ ନାଟ୍ୟ ବ୍ୟକ୍ତିତ୍ବ ଶରତ ମାଝିଙ୍କ ଆକସ୍ମିକ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ମୈତ୍ରୀ ଯୁବ ସଂସଦ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାର ଅଗ୍ରଣୀ ନାଟ୍ୟସଂସ୍ଥା ଚମତ୍କାର, ନାଟ୍ୟଧାରା ଏବଂ ଶ୍ରୀ ସୃଜନ ପକ୍ଷରୁ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ଶ୍ରୀ ସୃଜନ ଅଧ୍ୟକ୍ଷ ନାଟ୍ୟଭୂଷଣ ଡ. ବିଜୟ କୁମାର ଚୌଧୁରୀ,ନାଟ୍ୟକାର ବିଶ୍ୱନାଥ ମହାପାତ୍ର ଏବଂ ନାଟ୍ୟଧାରା ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। କଣ୍ଠଶିଳ୍ପୀ ଜୟଶ୍ରୀ ଦେବୀ, ରଜନୀକାନ୍ତ ମହାପାତ୍ର, ରାକେଶ ଦାସ,ସୁରେନ୍ଦ୍ର ସାହୁ,ଶରତ ଆଚାର୍ଯ୍ୟ ପ୍ରମୁଖ ସ୍ବର୍ଗତ ଶରତ ମାଝିଙ୍କ ସ୍ମୃତି ଚାରଣ କରିବା ସହିତ ସେ ଜଣେ ସରଳ, ଅମାୟିକ ବ୍ୟକ୍ତିତ୍ୱ ତଥା ଦକ୍ଷ ଅଭିନେତା…

Read More

ରୋଟାରୀ କ୍ଲବର ୩୫ତମ ଅଧିଷ୍ଠାନ ଉତ୍ସବ, ଦାୟିତ୍ୱ ଗ୍ରହଣ କଲେ ନୂତନ ସଭାପତି, ସମ୍ପାଦକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରୋଟାରୀ କ୍ଲବର ୩୫ତମ ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଯୋଗ ଦେଇଥିଲେ। ରୋଟାରୀ କ୍ଳବର ପୂର୍ବତନ ସଭାପତି ଆରିଫ ଖାନ, ପୂର୍ବତନ ସମ୍ପାଦକ ଶ୍ରୀଧର ସାହୁ ରୋଟାରୀ ଦ୍ବାରା କରାଯାଉଥ‌ିବା ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଆଗାମୀ ଦିନରେ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା କରାଯିବାକୁ ନିଷ୍ପତ୍ତି ହୋଇଥ‌ିବା ସୂଚନା ଦେଇଥିଲେ। ଆଜିର ଏହି ଅଧିଷ୍ଠାନ ଉତ୍ସବରେ ନୂତନ ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀକାନ୍ତ ଖଟେଇ, ସମ୍ପାଦକ ଭାବେ ଶିକ୍ଷାବିତ ଅବିନାଶ ସାହୁ ଦାୟିତ୍ଵ ଗ୍ରହଣ କରିଥିଲେ। ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ନୂତନ ସଭାପତି ଓ ସମ୍ପାଦକ…

Read More

ନୟାଗଡ଼ ନାଗରିକ ମଞ୍ଚର ଦାବୀ ନୟାଗଡ଼ରୁ ହାୱଡ଼ା ଏବଂ ବିଶାଖାପାଟଣାକୁ ଟ୍ରେନ ଚଲାଅ

ନୟାଗଡ଼,(ନୟାଗଡ଼ ଦର୍ପଣ): ଦୀର୍ଘ ଦିନର ପ୍ରତୀକ୍ଷା ପରେ ଗତ ୨୦୧୭ରୁ ନୟାଗଡ଼ ଜିଲ୍ଲା ରେଳ ମାନଚିତ୍ରରେ ସ୍ଥାନ ପାଇଥିବା ବେଳେ ଅଦ୍ୟାବଧି ଅନେକ ଗୁଡ଼ିଏ ଦାବି ପୂରଣ ହୋଇ ପାରିନାହିଁ ଗତ ୨୦୧୭ ମସିହା ଜୁନ ୧୯ ତାରିଖରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପର ଅଂଶ ସ୍ୱରୂପ ନୟାଗଡ଼ ଟାଉନ ଷ୍ଟେସନ ତତ୍କାଳୀନ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା। ଇତି ମଧ୍ୟରେ ଦୀର୍ଘ ୭ବର୍ଷ ଅତିକ୍ରାନ୍ତ ହୋଇ ସାରିଥିବା ବେଳେ ନୟାଗଡ଼ ଜିଲ୍ଲାବାସୀ ସର୍ବନିମ୍ନ ରେଳ ସୁବିଧା ପାଇ ପାରିଲେ ନାହିଁ। କେବଳ ଦଶପଲ୍ଲାରୁ ଭୁବନେଶ୍ୱର, ପୁରୀ ଏବଂ ଭଦ୍ରକ ମଧ୍ୟରେ ତିନୋଟି ଟ୍ରେନ ଚଳାଚଳ କରୁଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଏବଂ ରାଜ୍ୟ ବାହାରକୁ ଜିଲ୍ଲାରୁ କୌଣସି ଟ୍ରେନ ସୁବିଧା ନାହିଁ । ନୟାଗଡ଼ ଜିଲ୍ଲାରୁ ବ୍ୟବସାୟିକ କାର୍ଯ୍ୟ, ପରିଭ୍ରମଣ ତଥା ଅନ୍ୟାନ୍ୟ କାର୍ଯ୍ୟ…

Read More

କବି ଓ ସାହିତ୍ୟିକ ଗୌରାଙ୍ଗ ପ୍ରଧାନଙ୍କ ନବମ ଶ୍ରଦ୍ଧାଞ୍ଜଳୀ ସଭା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶରଣକୁଳ ନିକଟବର୍ତ୍ତୀ ଅସୁରିଢିପା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଓଡ଼ିଶାର ଖ୍ୟାତନାମା ଆସୁକବି, ସାହିତ୍ୟିକ, ସାମ୍ୱାଦିକ, ସ୍ତମ୍ବକାର, ଜନପ୍ରିୟ ରାଜନେତା ତଥା ସମାଜସେବୀ ଗୌରାଙ୍ଗ ପ୍ରଧାନ(କନ୍ଦର୍ପ)ଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ନବମ ଶ୍ରଦ୍ଧାଞ୍ଜଳୀ ସଭା ସ୍ଥାନୀୟ ବାଉଁଶିଆ ରଘୁନାଥପୁର ଶାସନସ୍ଥିତ ଆଶ୍ରୟ ର ସମ୍ମିଳନୀ କକ୍ଷରେ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଥମେ ଦାସକାଠିଆ ଓ ପାଲା ମାଧ୍ୟମରେ ବନ୍ଦନା କାର୍ଯ୍ୟକ୍ରମ ପରିବେଷଣ କରାଯିବା ପରେ ଗୌରାଙ୍ଗ ପ୍ରଧାନଙ୍କ ଜୀବନ ଶୈଳୀ ଉପରେ ବିଭିନ୍ନ କବି ତାଙ୍କର ନିଜ ନିଜର କବିତା ଆବୃତ୍ତି କରିଥିଲେ। ଦ୍ବିତୀୟ ପର୍ଯ୍ୟାୟ ସ୍ମୃତି ଚାରଣ କାର୍ଯ୍ୟକ୍ରମରେ ଆଶ୍ରୟ ଅନୁଷ୍ଠାନର ନିର୍ଦ୍ଦେଶକ ତଥା ପ୍ରତିଷ୍ଠାତା ଲୋକନାଥ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ନାଟ୍ୟକାର ପ୍ରଫେସର ରାମଚନ୍ଦ୍ର ମିଶ୍ର, ସାହିତ୍ୟିକ ପ୍ରଫେସର ବିଜୟ କୁମାର ଚୌଧୁରୀ, ଶିକ୍ଷାବିତ ଅଶୋକ କୁମାର ନାୟକ,…

Read More

ସମୁଦ୍ରରେ ବୁଡ଼ି ଦୁଃସାହସିକତାର ପରିଚୟ ଦେଲେ ରଣପୁର ମାଟିର ପୁଅ

➡️ ଭାରତୀୟ ସେନା ତରଫରୁ ଆୟୋଜିତ ଆଡ଼ଭେଞ୍ଚର୍ସ ଟ୍ରେନିଂ କ୍ୟାମ୍ପରେ ରେକର୍ଡ କଲେ ଏବଂ ମା’ ମାଟି, ରାଜ୍ୟ ତଥା ଦେଶ ପାଇଁ ଯଶ ଆଣିଲେ। ➡️’ମୁଁ ମୋ ଦେଶ, ରାଜ୍ୟ, ଜିଲ୍ଲା ,ରଣପୁର ତଥା ମୋ ଜନ୍ମିତ ଗାଁ’ ଝାଡ଼ପଡାର ମର୍ଯ୍ୟାଦା ପାଇଁ କିଛି ବି ଦୁଃସାହସିକ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛି’ ବୋଲି କହିଲେ ଗିରିଜା ରଣପୁର, (ନୟାଗଡ଼ ଦର୍ପଣ): ଜଣେ ଓଡ଼ିଆ ଯବାନ ସାମରିକ ବିଭାଗର ସ୍କୁଭା ଡାଇଭିଂ ତାଲିମ ପ୍ରତିଯୋଗିତାରେ ସାରା ଭାରତରେ ୨ୟ ଓ ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରି ଦେଶ, ରାଜ୍ୟ, ଜିଲ୍ଲା ତଥା ନିଜ ଗାଁମାଟି ପାଇଁ ଗୌରବ ଆଣିଛନ୍ତି। ଏଥିପାଇଁ ଜୁଲାଇ ୨୫, ଗୁରୁବାର ଦିନ ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ରେଡକ୍ରସ ତରଫରୁ ତାଙ୍କୁ ସ୍ଵତନ୍ତ୍ର ଭାବରେ ମାନପତ୍ର ଓ ଉପଢ଼ୌକନ ଦେଇ…

Read More

ନୟାଗଡ଼ ପୌର ପରିଷଦ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ରୋଗର ନିବାରଣ ପାଇଁ ସଚେତନତା ରାଲି

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୌର ପରିଷଦ କାର୍ଯ୍ୟାଳୟ ପକ୍ଷରୁ ଶନିବାର ସକାଳେ ବିଭିନ୍ନ ରୋଗର ନିବାରଣ ପାଇଁ ଏକ ସଚେତନତା ରାଲି ସହରରେ ଅନୁଷ୍ଠିତ ହୋଇଯାଇଛି । ସକାଳ ୭.୩୦ ମି. ସମୟରେ ଏହି ରାଲି ମ୍ୟୁନିସ୍‌ପାଲ୍‌ କାର୍ଯ୍ୟାଳୟରୁ ବାହାରିଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦେଇ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ସମାପନ ହୋଇଥିଲା। ସେଠାରେ ଆୟୋଜିତ ସଭାରେ ନିଜ ଓ ନିଜ ପରିବାର ପାଇଁ ବର୍ଷାଦିନେ ପରିମଳ ନିହାତି ସଫା ରଖିବାକୁ ବକ୍ତାମାନେ ଗୁରୁତ୍ବାରୋପ କରିଥିଲେ । ସେହିପରି ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ ଭଳି ରୋଗର ନିରାକରଣ ପାଇଁ ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଥିଲା। ମ୍ୟୁନିସପାଲଟି ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ଯକ୍ଷ ଗୁରୁପ୍ରସାଦ ଜେନା, କାଉନସିଲର ଦିନବନ୍ଧୁ ଗୁରୁ, କାଉନସିଲର ମଞ୍ଜୁ ଗୁମାନ ସିଂ, ରୁଦ୍ରପ୍ରସାଦ ରଥ, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା. ବନମାଳି…

Read More

“ମାଆ ପାଇଁ ଗଛଟିଏ” କାର୍ଯ୍ୟକ୍ରମ ପାଳିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଆନୁକୂଲ୍ୟରେ ସାରା ରାଜ୍ୟର ବିଦ୍ୟାଳୟରେ ଗତ ୨୨ ତାରିଖରୁ ଚାଲୁ ରହିଛି ଶିକ୍ଷା ସପ୍ତାହ ପାଳନ। ଏ ଅବସରରେ ଶିକ୍ଷଣସାମଗ୍ରୀ ଦିବସ, ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ ଦିବସ,କ୍ରୀଡ଼ା ଦିବସ, ସାଂସ୍କୃତିକ ଦିବସ, ଦକ୍ଷତା ଓ ଡିଜିଟାଲ୍ ପ୍ରୋତ୍ସାହନ ଦିବସ, ଇକୋକ୍ଲବ୍ ତଥା ପୋଷଣ ଦିବସ ଏବଂ ଗୋଷ୍ଠୀ ସଂପୃକ୍ତି ଦିବସ ପାଳନ କରାଯିବା ପାଇଁ ନିର୍ଦ୍ଦେଶନାମା ରହିଛି। ଆଜି ଷଷ୍ଠ ଦିବସରେ ଓଡ଼ଗାଁ ବ୍ଲକ୍ ମଶାବାରୀ କ୍ଲଷ୍ଟର ଅନ୍ତର୍ଗତ ଉଦ୍ଧବ ସରକାରୀ ଉ.ପ୍ରା. ବିଦ୍ୟାଳୟରେ ପାଳିତ ହୋଇଛି ଏକ ନିଆରା କାର୍ଯ୍ୟକ୍ରମ “ମାଆ ପାଇଁ ଗଛଟିଏ”। ଏ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନେ ନିଜ ନିଜର ମାଆମାନଙ୍କ ସହ ମିଶି ବିଦ୍ୟାଳୟ ହତା ମଧ୍ୟରେ ବୄକ୍ଷରୋପଣ କରିଥିଲେ।ସ୍ଥାନୀୟ ସରପଞ୍ଚ…

Read More

ସମର୍ପଣ ବୃଦ୍ଧାଶ୍ରମରେ ଫଳ ବାଣ୍ଟିଲେ ଭାଟସାହି ସରପଞ୍ଚ ସାରଦା କୁମାରୀ ସାହୁ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନିକଟ ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମ ହେଉଛି ଅସହାୟ ମାନଙ୍କ ପାଇଁ ସହାୟ। ବହୁ ଅଭାବ ଅନାଟନ ଜୀବନ ନିର୍ବାହ କରୁଥିବା ତଥା ଅବହେଳିତ ନିଷ୍ପେଷିତ ବୃଦ୍ଧବୃଦ୍ଧା ମାନଙ୍କ ନିମିତ୍ତ ଏକ ନିର୍ଭର ଯୋଗ୍ୟ ଅନୁଷ୍ଠାନ ହେଉଛି ସମର୍ପଣ ବୃଦ୍ଧାଶ୍ରମ । ବହୁ ବଦାନ୍ଯ ବ୍ଯକ୍ତି ମାନଙ୍କର ଅକୁଣ୍ଠିତ ସାହାଯ୍ୟ ସହଯୋଗରେ ବେଶ୍ ଆନନ୍ଦ ରେ ରହୁଛନ୍ତି ଏହି ଅନୁଷ୍ଠାନର ୨୫ ଜଣ ଅନ୍ତେବାସୀ ।ସେହି ବଦାନ୍ଯ ବ୍ଯକ୍ତି ମାନଙ୍କ ମଧ୍ଯରେ ଅନ୍ଯତମ ହେଉଛନ୍ତି ଭାଟସାହି ସରପଞ୍ଚ ସାରଦା କୁମାରୀ ସାହୁ।ଆଜି ଶ୍ରୀମତୀ ସାହୁ ଦୁଇ ଝିଅ ଙ୍କୁ ସାଥିରେ ଆଣି ସମର୍ପଣ ଅନ୍ତେବାସୀ ମାନଙ୍କୁ ଫଳ ଓ ମିଠା ବଣ୍ଟନ କରିବା ସହିତ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ସରପଞ୍ଚ ଶ୍ରୀମତୀ ସାହୁଙ୍କ ଏହି ବଦାନ୍ଯତା ପାଇଁ ସମର୍ପଣ…

Read More