ଗଣିଆ ସାମ୍ବାଦିକ ସଂଘର ସତନ୍ତ୍ର ବୈଠକ ଅନୁଷ୍ଠିତ

ଗଣିଆ, (ନୟାଗଡ଼ ଦର୍ପଣ): ଆଜି ଦଶପଲ୍ଲା ବ୍ଲକ ସ୍ଥିତ କୁଆଁରୀଆ ଜଳ ସମ୍ପଦ ବିଭାଗ ବଙ୍ଗଳା ନିକଟରେ ଗଣିଆର ଅଗ୍ରଣୀ ସାମ୍ବାଦିକ ସଂଗଠନ ତରଫରୁ ବିଶ୍ଵ ରଞ୍ଜନ ସେଠୀଙ୍କ ସଭାପତିତ୍ବରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ପରିପ୍ରେକ୍ଷୀରେ ଏହି ବୈଠକ କୁ ସଂଘର ସମ୍ପାଦକ କମଳ ଲୋଚନ ଦଳେଇ ପରିଚାଳନା କରିଥିଲେ। ବୈଠକରେ ପ୍ରଥମେ ସମାଜରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ କୁହାଯାଉଥିବା ଗଣମାଧ୍ୟମ ର ଭୂମିକା , କାର୍ଯ୍ୟଶୈଳୀ ଉପରେ ସଂଘର ଉପଦେଷ୍ଟା କୈଳାସ ଚନ୍ଦ୍ର ସାହୁ ସମସ୍ତ ସଭ୍ୟ ମାନଙ୍କ ସହ ଆଲୋଚନା କରିଥିଲେ ତତ୍ ସହିତ ଆଗାମୀ ଦିନରେ ସାରା ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ସମାଜର ହିତ ଉଦ୍ଦେଶ୍ୟରେ କାର୍ଯ୍ୟ କରିବା ସହିତ ଗରିବ, ଅବହେଳିତ ନିଷ୍ପେସିତ ଜନସାଧାରଣ ଙ୍କୁ ସହଯୋଗ ଯୋଗାଇଦେବା ସହ ସେମାନଙ୍କ ଖବର କୁ କିଭଳି ଭାବରେ ପ୍ରଶାସନ ସ୍ତରକୁ ଅଣାଯାଇପାରିବ ସେ ନେଇ ସଂଘର ସମସ୍ତ ସଭ୍ୟମାନେ ନିଜନିଜର ମତପୋଷଣ କରିଥିଲେ ।ଏହି ବୈଠକ ରେ ସଂଘର ସଭ୍ୟ ପ୍ରତାପ କୁମାର ରାଉତ, ସଂଜୀବ କୁମାର ସାହୁ, ସମୀର କୁମାର ବେହେରା, ବିଜୟାନନ୍ଦ ତରେଇ, ସନ୍ତୋଷ କୁମାର ପ୍ରଧାନ, ପ୍ରିୟବ୍ରତ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Related posts