ମଣ୍ଡଳ ସ୍ତରୀୟ ସାହିତ୍ୟ ସୃଜନୀ ତାଲିମ କାର୍ଯ୍ୟକ୍ରମ ଉଦଯାପିତ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଓଡ଼ଗାଁ ମଣ୍ଡଳର ଜବାହରଲାଲ ସରକାରୀ ବିଦ୍ୟାଳୟରେ ତିନିଦିନ ଧରି ଚାଲିଥିବା ତାଲିମ କାର୍ଯ୍ୟକ୍ରମ ଉଦ୍ଜଯାପିତ ହୋଇଯାଇଛି । ପ୍ରତିଭା ଅନ୍ୱେଷୀ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବସନ୍ତ କୁମାର ସାହୁ, ରବୀନ୍ଦ୍ର କୁମାର ନାୟକ ଏ.ବି.ଇ.ଓ. ଓଡ଼ଗାଁ, ଶିକ୍ଷାବିତ୍ ନାଟ୍ୟ ନିର୍ଦ୍ଦେଶକ କବି ଗୋଦାବରୀ ବସନ୍ତିଆ, ପ୍ରମୁଖ ଯୋଗଦେଇ ତାଲିମର ଉପାଦେୟତା ଉପରେ ଆଲୋକପାତ କରିଥିଲେ । ତା ୧.୭.୨୦୨୪ ଠାରୁ ୩.୭.୨୦୨୪ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ଏହି କାର୍ଯ୍ୟକ୍ରମକୁ ଆର.ପି.ଗଦାଧର ସ୍ୱାଇଁ,ମାଷ୍ଟର ଟ୍ରେନର ଶିଶିର କୁମାର ନାୟକ ଏବଂ ଏସ.ଆର.ଜି ପ୍ରତାପ କୁମାର ପରିଡ଼ା ସୁନ୍ଦର ଭାବରେ ପରିଚାଳନା କରିଥଲେ । ପ୍ରଶିକ୍ଷକ ମାନେ ପ୍ରଶିକ୍ଷାର୍ଥୀମାନଙ୍କୁ ଗପ ଗୀତ ନାଟକ, ନୃତ୍ୟ ମାଧ୍ୟମରେ କିଭଳି ଆନନ୍ଦମୟ ଶିକ୍ଷାକୁ ବିଦ୍ୟାଳୟ ସ୍ତରରେ ପ୍ରୟୋଗ କରି ପାରିଵେ ତା ଉପରେ ମତବ୍ୟକ୍ତ କରିଥିଲେ । ପ୍ରଶିକ୍ଷାର୍ଥୀମାନଙ୍କ ଦ୍ୱାରା ଗପ, ନାଟକ, ପୁସ୍ତକ ସମୀକ୍ଷା ଏବଂ ମୋ କଥା ମୋ କାହାଣୀ ରଚିତ ହୋଇ ତାହା ପୁସ୍ତକ ଆକାରରେ ଉନ୍ମୋଚନ କରାଯାଇଥିଲା । କାର୍ଯ୍ୟକ୍ରମର ଶେଷ ସୋପାନରେ ପ୍ରଶିକ୍ଷାର୍ଥୀଙ୍କ ଭିତରୁ କବି ତଥା ଲେଖକ ନିରାକାର ସ୍ୱାଇଁ ସୃଜନ କଳାର ବିକାଶ ଏବଂ ଅଗ୍ରଗତି ତଥା ଛାତ୍ରଛାତ୍ରୀମାନଙ୍କ ଦ୍ବାରା ତାହା କିପରି ଆଦୃତ ହୋଇ ପାରିବ ତା ଉପରେ ଗୁରୁତ୍ବ ଆରୋପ କରି ମତବ୍ୟକ୍ତ କରିଥିଲେ ।ଏହି ଶିକ୍ଷକ ତାଲିମ ଦ୍ୱାରା ଶିକ୍ଷକମାନେ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ସହାୟତା ହେବା ସହିତ ଛାତ୍ରଛାତ୍ରୀ ମାନେ ଆନନ୍ଦମୟ ଶିକ୍ଷା ଲାଭ କରିପାରିବେ ।

Related posts