ନୟାଗଡ଼, (ନୟାଗଡ଼ ଦର୍ପଣ): ଆସନ୍ତା ଜୁଲାଇ ୧୫ତାରିଖରୁ ଜୁଲାଇ ୨୫ ତାରିଖ ଯାଏଁ ନୟାଗଡ଼ ଜିଲ୍ଲାରେ ଅନୁଷ୍ଠିତ ହେବ ଜିଲ୍ଲାବ୍ୟାପି ଅଷ୍ଟମ ବାର୍ଷିକ ସେବା ଉତ୍ସବ l ଏନେଇ ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ସହର ସ୍ଥିତ ହୋଟେଲ ନୀଳମାଧବ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଯୁବପିଢ଼ିଙ୍କୁ ସେବା ଧର୍ମରେ ବ୍ରତୀ କରିବା ସହ ଗରିବ ଅସହାୟଙ୍କୁ ସହାୟତାର ହାତ ବଢାଇବା ପାଇଁ ବିଗତ ୭ ବର୍ଷ ଧରି ଜିଲ୍ଲାରେ ଜିଲ୍ଲାବ୍ୟାପି ସେବା ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ ଏହି କ୍ରମରେ ସପ୍ତମ ଥର ପାଇଁ ଚଳିତ ବର୍ଷ ଜୁଲାଇ ୧୫ ତାରିଖରୁ ଜୁଲାଇ ୨୫ ତାରିଖ ଯାଏଁ ଏହି ସେବା ଉତ୍ସବ ଅନୁଷ୍ଠିତ ହେବ l ଜିଲ୍ଲାର ସମସ୍ତ ୮ଟି ବ୍ଲକରେ ଅଭାବ ଅନାଟନ ଭିତରେ ରହିଥିବା ଅସହାୟ ପରିବାରଙ୍କୁ ବସ୍ତ୍ର ବଣ୍ଟନ, ରାସନ ସାମଗ୍ରୀ ବଣ୍ଟନ, ଗରିବଛାତ୍ରୀଛାତ୍ରଙ୍କୁ ପାଠ୍ୟ ପୁସ୍ତକ ବଣ୍ଟନ ଆଦି କାର୍ଯ୍ୟକ୍ରମ ଜିଲ୍ଲାରେ ବ୍ୟାପକ ଭାବେ ଆୟୋଜନ ପାଇଁ ଲକ୍ଷ ରଖାଯାଇଥିବା ବେଳେ ଦୁର୍ଗମ ଅଞ୍ଚଳରେ ମାଗଣା ସ୍ୱାସ୍ଥ୍ୟସେବା ଶିବିର, ଚଷମା ବଣ୍ଟନ, ଅଂଗଦାନ ଶିବିରର ଆୟୋଜନ କରାଯିବ l ସେହିଭଳି ଦିବ୍ୟାଙ୍ଗ କଳାକାର ମାନଙ୍କୁ ପ୍ରୋତ୍ସାହିତ କରିବା ଉଦେଶ୍ୟରେ ବିଭିର୍ଣ୍ଣ ସାଂସ୍କୃତିକ କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ବ୍ଲକରେ ଆୟୋଜନ କରାଯିବ l ଜୁଲାଇ ୧୫ ତାରିଖ ସନ୍ଧ୍ୟାରେ ନୟାଗଡ଼ରେ ସେବା ଉତ୍ସବର ଉଦ୍ଘାଟନୀ ସମାରୋହ ବହୁ ବିଶିଷ୍ଠ ବ୍ୟକ୍ତିଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବାକୁ ଥିବା ବେଳେ ପରେ ଏହା ଜିଲ୍ଲା ପରିକ୍ରମା କରି ଜୁଲାଇ ୨୫ ତାରିଖରେ ଓଡଗାଁରେ ଉଦଯାପିତ ହେବ l ଏଣୁ, ଏହି ସେବା ଉତ୍ସବକୁ ସଫଳ କରିବା ପାଇଁ ବଦାନ୍ୟ ବ୍ୟକ୍ତି ମାନେ ସହାୟତା ପ୍ରଦାନ କରିବାକୁ ସେବା ଉତ୍ସବ ସମିତି ପକ୍ଷରୁ ଅଧକ୍ଷ ଶିବରାମ ମହାପାତ୍ର ଅନୁରୋଧ କରିଛନ୍ତି l ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀ, ଯୁବପିଢ଼ି, ବୁଦ୍ଧିଜୀବୀ, ସମାଜସେବୀ ଓ ସାମାଜିକ ଅନୁଷ୍ଠାନ ତଥା ସବୁ ବର୍ଗର ଲୋକେ ଏହି ଉତ୍ସବରେ ଯୋଡ଼ିହୋଇପାରିବେ ବୋଲି ସମିତିର ଉପଦେଷ୍ଠା ସନ୍ତୋଷ କୁମାର ପ୍ରଧାନ କହିଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ସେବା ଉତ୍ସବ ସମିତିର ସମ୍ପାଦକ ତ୍ରିନାଥ ସାହୁ, ସେବା ଉତ୍ସବ ସଦସ୍ୟ ପରମେଶ୍ୱର ସାହୁ, ଗୁଲସନ କୁମାର ଦାଶ, ସୌମ୍ୟା ସ୍ୱୟଂପ୍ରଭା, ଅମିତ କୁମାର ସାହୁ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହିଥିଲେ l
Related posts
-
ବିତର୍କ ପ୍ରତିଯୋଗିତା; ବରିଷ୍ଠରେ ଶୁଭାଶିଷ, କନିଷ୍ଠରେ ପ୍ରିୟରଞ୍ଜନ ପ୍ରଥମ
ନୟାଗଡ଼,(ନୟାଗଡ଼ ଦର୍ପଣ): ଦୈନିକ ଖବରକାଗଜ ‘ସକାଳ’ ୪ର୍ଥ ସ୍ୱନ୍ନକ୍ଷତ୍ର ଦିବସ ଉପଲକ୍ଷେ ନୟାଗଡ଼ ଜିଲ୍ଲାସ୍ତରୀୟ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।... -
ଜିଲ୍ଲା ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରଜ୍ଞାନ ମିଶନ, ଓଡ଼ିଶାଦ୍ଵାରା ଜିଲ୍ଲାସ୍ତରୀୟ ଗୀତା ସୁଗୀତା କର୍ତ୍ତବ୍ୟା କାର୍ଯ୍ୟକ୍ରମ ତଥା ଗୀତା ଆବୃତ୍ତି ପ୍ରତିଯୋଗିତା ସ୍ଥାନୀୟ... -
ନୟାଗଡ଼ ଜିଲ୍ଲା ୟୁନିଅନ ଅଫ୍ ଜର୍ଣାଲିଷ୍ଟର ଦ୍ୱିବାର୍ଷିକ ସମ୍ମିଳନୀ ଅନୁଷ୍ଠିତ
ଆଚାର୍ଯ୍ୟ ବିଶ୍ୱରଂଜନ ସଭାପତି ଓ ପ୍ରଶାନ୍ତ ଜେନା ସମ୍ପାଦକ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ୟୁନିଅନ ଅଫ୍ ଜର୍ଣାଲିଷ୍ଟର ଦ୍ୱିବାର୍ଷିକ...